Mukhtar Abbas Naqvi: ମୁଁ କେବଳ ମୁସଲମାନଙ୍କ ପାଇଁ କାମ କରିବାକୁ ଶପଥ ନେଇ ନଥିଲି
Advertisement
Article Detail0/zeeodisha/odisha1256064

Mukhtar Abbas Naqvi: ମୁଁ କେବଳ ମୁସଲମାନଙ୍କ ପାଇଁ କାମ କରିବାକୁ ଶପଥ ନେଇ ନଥିଲି

Mukhtar Abbas Naqvi:   ଦେଶରେ ଏପରି କିଛି ତତ୍ତ୍ୱ ଅଛନ୍ତି ଯେଉଁମାନେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ବିକାଶର ମାହୋଲକୁ ନଷ୍ଟ କରିବାକୁ ଚାହୁଁଛନ୍ତି।

Mukhtar Abbas Naqvi: ମୁଁ କେବଳ ମୁସଲମାନଙ୍କ ପାଇଁ କାମ କରିବାକୁ ଶପଥ ନେଇ ନଥିଲି

Mukhtar Abbas Naqvi: ବିଗତ କିଛି ଦିନ ହେବ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭୀ। ଦଳର ଜଣେ ଜଣାଶୁଣା ମୁସଲମାନ ଚେହେରା ଭାବେ ପରିଚିତ ସେ। ନିକଟରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ପଦ ଛାଡି଼ବା ପର ଠାରୁ ତାଙ୍କୁ ନେଇ କଳ୍ପନାଜଳ୍ପନା ବଢିଚାଲିଛି। ଦଳ ତାଙ୍କୁ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରେ କିମ୍ବା ତାଙ୍କୁ ଜାମୁ କାଶ୍ମୀର ଉପରାଜ୍ୟପାଳ ଦାୟିତ୍ୱ ପ୍ରଦାନ କରିପାରେ।

ଦୀର୍ଘ ୪୭ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଥିବା ମୁଖତାର୍ ଅବ୍ବାସ ନକଭୀଙ୍କୁ ଯେତେବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥୀତ୍ୱ ବାବଦରରେ ପଚରାଯାଇଥିଲା ସେତେବେଳେ ସେ ଏହାର ଜବାବ ରଖି କହିଛନ୍ତି ଯେ ତାଙ୍କୁ ଶାସକ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ନା ଜାମୁ କାଶ୍ମୀର ଉପରାଜ୍ୟପାଳ ଦାୟିତ୍ୱ ପ୍ରଦାନ କରାଯିବ ତାହାର କୌଣସି ଖବର ତାଙ୍କ ପାଖରେ ନାହିଁ।

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ଦଳର ନିଲମ୍ବିତ ମୁଖପାତ୍ର ନୁପୁର ଶର୍ମା ରଖିଥିବା ବିବାଦୀୟ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ମୁଖତାର୍ ଅବ୍ବାସ ନକଭୀ କହିଛନ୍ତି ତାଙ୍କ ଦଳ ସରକାରରେ ଥିବା ସମୟରେ କେବଳ ଭାଗଲପୁର, ଭିୱଣ୍ଡି, ଗୋଧ୍ରା ଭଳି ଦଙ୍ଗା ଦେଖି ନାହିଁ ବରଂ ଦେଶରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣା ଦେଖିଛି। ବିରୋଧୀ ଦଳ ଏହି ତଥ୍ୟ ହଜମ କରିବାରେ ଅସମର୍ଥ ହେବାର କାରଣ ହେଉଛି କେନ୍ଦ୍ରରେ ବିଜେପି ସରକାର ଗଠନ ପରଠାରୁ ପୁରସ୍କାର ଫେରାଇବା, ଅସହିଷ୍ଣୁତା ଏବଂ ଭିଡ଼ ହତ୍ୟା ଭଳି କାହାଣୀ ସୃଷ୍ଟି ହୋଇଛି। ଦେଶରେ ଏପରି କିଛି ତତ୍ତ୍ୱ ଅଛନ୍ତି ଯେଉଁମାନେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ବିକାଶର ମାହୋଲକୁ ନଷ୍ଟ କରିବାକୁ ଚାହୁଁଛନ୍ତି।

Also Read: Mukhtar Abbas Naqvi: ଜନସଂଖ୍ୟା ବିସ୍ଫୋରଣ କୌଣସି ଧର୍ମ ନୁହେଁ ଦେଶର ସମସ୍ୟା