ବିଜେପି ଫୋକସରେ ଓଡ଼ିଶା, ଟାର୍ଗେଟରେ ମହିଳା ଓ ଆଦିବାସୀ ଭୋଟ
Advertisement
Article Detail0/zeeodisha/odisha1235505

ବିଜେପି ଫୋକସରେ ଓଡ଼ିଶା, ଟାର୍ଗେଟରେ ମହିଳା ଓ ଆଦିବାସୀ ଭୋଟ

ପୂର୍ବ ଭାରତ ଓ ଓଡିଶାରେ ବିଜେପିକୁ ସୁଦୃଢ଼ କରିବାକୁ ଦଳର ଏହା ଲଗାତର ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ସର୍ବାଧିକ ଫୋକସ କରି ମିଶନ ୧୨୦ର ନାରା ଦେଇଥିଲା ଦଳ । ଏପରିକି ବ୍ୟାପକ ପ୍ରଚାର ପ୍ରସାର କରି ଓଡିଶା ଦଖଲ ପାଇଁ ସବୁ ଶକ୍ତି ଲଗାଇ ମଧ୍ୟ ବିଫଳ ହୋଇଥିଲା ବିଜେପି । କିନ୍ତୁ ୨୦ରୁ ଅଧିକ ବିଧାୟକ ଜିତି ମୁଖ୍ୟ ବିରୋଧୀର ଆସନ ଦଖଲ କରିଥିଲା ଦଳ । ଏପରିକି ୨୦୧୭ ପଂଚାୟତ ନିର୍ବାଚନରେ ମଧ୍ୟ ବିଜେପି ଅତି ଭଲ ପ୍ରଦର୍ଶନ କରିଥିଲା । 

ବିଜେପି ଫୋକସରେ ଓଡ଼ିଶା, ଟାର୍ଗେଟରେ ମହିଳା ଓ ଆଦିବାସୀ ଭୋଟ

ଭୁବନେଶ୍ୱର: ପୂର୍ବ ଭାରତ ଓ ବିଶେଷ କରି ଓଡିଶାରେ ବିଜେପିର ଲଗାତର ଫୋକସ ରହିଆସିଛି । ଅନ୍ୟ ସରକାର ସମୟରେ ଓଡିଶାକୁ ଅବହେଳାର କଥା ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଓଡିଶା ଉପରେ ବିଜେପିର ଶୁଭ ଦୃଷ୍ଟି । ବିଜେପି ସରକାରର ପ୍ରଥମ ପାଳିରେ ରାଜ୍ୟରୁ ଜଣେ ମାତ୍ର ବିଜେପି ସାଂସଦ ଥିବାବେଳେ ଦୁଇ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀ ଓ ଏବେ ତିନି ଜଣଙ୍କୁ କେନ୍ଦ୍ର ମନ୍ତ୍ରୀ କରିଛି ଦଳ । ଏପରିକି ପେଟ୍ରୋଲିୟମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବହୁଦିନ ଧରି ମିଳିଥିବା ବେଳେ ଏବେ ରେଳବାଇ ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓଡିଶାର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ମିଳିଛି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ଆରବିଆଇ ଗଭର୍ଣ୍ଣର ଭଳି ପ୍ରମୁଖ ପଦ ବି ଓଡ଼ିଆଙ୍କୁ ମିଳିଛି । ଯାହାକି ପୂର୍ବରୁ କେବେ ଦେଖାଯାଇ ନ ଥିଲା । ଶେଷରେ ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପଦ ମଧ୍ୟ ଓଡ଼ିଶାର ଆଦିବାସୀ ମହିଳାଙ୍କୁ ମିଳିବ ବୋଲି ଏକ ପ୍ରକାରର ନିଶ୍ଚିତ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ବିଜେପି ପ୍ରସଙ୍ଗରେ ଜୋରଦାର ଚର୍ଚ୍ଚା । 

ପୂର୍ବ ଭାରତ ଓ ଓଡିଶାରେ ବିଜେପିକୁ ସୁଦୃଢ଼ କରିବାକୁ ଦଳର ଏହା ଲଗାତର ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ସର୍ବାଧିକ ଫୋକସ କରି ମିଶନ ୧୨୦ର ନାରା ଦେଇଥିଲା ଦଳ । ଏପରିକି ବ୍ୟାପକ ପ୍ରଚାର ପ୍ରସାର କରି ଓଡିଶା ଦଖଲ ପାଇଁ ସବୁ ଶକ୍ତି ଲଗାଇ ମଧ୍ୟ ବିଫଳ ହୋଇଥିଲା ବିଜେପି । କିନ୍ତୁ ୨୦ରୁ ଅଧିକ ବିଧାୟକ ଜିତି ମୁଖ୍ୟ ବିରୋଧୀର ଆସନ ଦଖଲ କରିଥିଲା ଦଳ । ଏପରିକି ୨୦୧୭ ପଂଚାୟତ ନିର୍ବାଚନରେ ମଧ୍ୟ ବିଜେପି ଅତି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ତା'ପରେ କିଛି ଉପନିର୍ବାଚନରେ ଦଳ  ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏପରିକି ବାଲେଶ୍ୱର ସଦର ଆସନ ମଧ୍ୟ ହରାଇଥିଲା ବିଜେପି । ତା'ପରେ ପଂଚାୟତ ଓ ପୌର ନିର୍ବାଚନର ମହାଲଢ଼େଇରେ ବିଫଳତାର ସ୍ୱାଦ ଚାଖିଥିଲା ବିଜେପି । ଏହା ସତ୍ତ୍ୱେ ମଧ୍ୟ ଆଜି ବି ଓଡିଶା ଉପରେ ଫୋକସ କରିଛି ବିଜେପି । 

ଓଡ଼ିଶାର ନେତା ଓ ଅଫିସରଙ୍କୁ ସର୍ବୋଚ୍ଚ ଆସନରେ ବସାଇ ରାଜ୍ୟକୁ ସମ୍ମାନିତ କରିଚାଲିଛି ବିଜେପି । ଏବେ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ପୁଣିଥରେ ଓଡିଶା ଉପରେ ଫୋକସର କଥା ଆସିଛି । ଦ୍ରୌପଦୀ ଓଡ଼ିଶାର ମହିଳା ତଥା ଆଦିବାସୀ। ଏଭଳି ସ୍ଥିତିରେ ତାଙ୍କୁ ପ୍ରାର୍ଥୀ କରି ଓଡିଶା ତଥା ସାରା ଦେଶର ଆଦିବାସୀ ଓ ମହିଳାଙ୍କ ମନ ଜିଣିବାକୁ ଦଳ ଚେଷ୍ଟା କରିଛି । ଏପରିକି ଓଡ଼ିଶାରେ ମହିଳାମାନେ ଶାସକ ଦଳ ବିଜେଡି ସପକ୍ଷରେ ରହି ଆସିଥିବାବେଳେ ଆଦିବାସୀ ମାନେ କଂଗ୍ରେସକୁ ସମର୍ଥନ ଦେଇଥାନ୍ତି । ଏହି ଦୁଇଟି ପ୍ରମୁଖ ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି ବିଜେପି । ଏପରିକି ଲୋକେ ଦରଦାମ ବୃଦ୍ଧି ତଥା ଅନ୍ୟ ସମସ୍ୟାକୁ ପଛରେ ପକାଇ ବିଜେପିର ଓଡିଶାକୁ ସମ୍ମାନର କଥା ଚର୍ଚ୍ଚା କରୁଛନ୍ତି । ଏବେ ଓଡ଼ିଶାରେ ବିଜେପି କେତେ ଶକ୍ତିଶାଳୀ ହେବ ତାକୁ ନେଇ ରାଜନୀତି ପଣ୍ଡିତ ମାନେ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମଙ୍ଗ ଧରିଥିବାବେଳେ ଦଳ ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇଥିଲା ଯାହାକି ଏବେ ନାହିଁ । ଏପରିକି ଏବେ ଦଳରେ ବହୁ ଶକ୍ତିକେନ୍ଦ୍ର ତିଆରି ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜକୁ ଦଳର ପ୍ରମୁଖ ଚେହେରା ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ପ୍ରଭାବଶାଳୀ ନେତା ମଧ୍ୟ ନିଜର ଗୋଷ୍ଠୀ ତିଆରି କରିଛନ୍ତି । ଯାହାକୁ ନେଇ ଦଳର ଅନ୍ତଃକନ୍ଦଳ ପଦରେ ପଡିଛି । ଏପରିକି ସଦ୍ୟ ଶେଷ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ତୃତୀୟ ସ୍ଥାନକୁ ଖସି ଅମାନତ ହରାଇଛି । କଂଗ୍ରେସ ଦ୍ଵିତୀୟ ସ୍ଥାନକୁ ଉଠିଛି । ସେପଟେ ବିଜେଡି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇ ଉଠୁଛି। ଏଭଳି ସ୍ଥିତିରେ ବିଜେପି ଓଡିଶାକୁ ଅଧିକ ଫୋକସ କରିବା ଦଳକୁ କେତେ ଲାଭ ଦେଉଛି ତା ଉପରେ ନଜର ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ବଡ଼ ପଦକ୍ଷେପ, ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ଆକ୍ସନ

ଏହା ବି ପଢ଼ନ୍ତୁ:-ବାୟୁସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନେ ଦେଖାଇଲେ ଜୋଶ୍, ୩ ଦିନରେ ଆସିଲା ଏତେ ଯୁବକଙ୍କ ଆବେଦନ

ଏହା ବି ପଢ଼ନ୍ତୁ:-ଏହି ଦେଶର ମହିଳାମାନେ କ'ଣ ପାଇଁ କଲେ 'ସେକ୍ସ ଷ୍ଟ୍ରାଇକ୍', ରଖିଲେ ଏହି ସର୍ତ୍ତ

ସେପଟେ ପୂର୍ବ ଭାରତ ଓଡିଶା ଉପରେ ବିଜେପିର ଫୋକସ କଥା ସ୍ଵୀକାର କରିଛନ୍ତି ବିଜେପି ନେତା । ଏହି ପଦକ୍ଷେପ ଆଗାମୀ ଦିନରେ ଦଳକୁ ଓଡ଼ିଶାରେ ଓ ପୂର୍ବ ଭାରତରେ ମଜବୂତ କରିବ ବୋଲି ବିଜେପି ନେତା କହିଛନ୍ତି । କିନ୍ତୁ ରାଜ୍ୟର ଶକ୍ତିଶାଳୀ ଦଳ ବିଜେଡି କେନ୍ଦ୍ର ବିଜେପି ସରକାରଙ୍କ ରାଜ୍ୟ ସମ୍ବନ୍ଧୀୟ ପ୍ରତେକ ନିଷ୍ପତ୍ତିରେ ବିଜେପିଠୁ ଅଧିକ ମାଇଲେଜ ନେଉଛି । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ବିଜେପି । କିନ୍ତୁ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ଓଡିଶାକୁ ବିଜେପି ଯେଉଁଭଳି ସମ୍ମାନ ଦେଇଛି ତା'ର ପ୍ରତିଦାନ ସ୍ୱରୂପ ଓଡ଼ିଶାବାସୀ ବିଜେପି ଉପରେ କେତେ ଭରସା କରୁଛନ୍ତି ତାକୁ ହିଁ ଅପେକ୍ଷା ।