PM Modi Reaction: ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି
Advertisement
Article Detail0/zeeodisha/odisha2279809

PM Modi Reaction: ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି

ଜନାଦେଶ ପରେ ଏବେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାକୁ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହିତ ଦଳର ଶୀର୍ଷ ନେତୃତ୍ବ ଅମିତ ଶାହ, ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହିତ ପାର୍ଟି ମୁଖ୍ୟାଳୟରେ ଶହ ଶହ ଦଳୀୟ କର୍ମୀ ଉପସ୍ଥିତ ଅଛନ୍ତି ।

PM Modi Reaction: ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି

PM Modi Reaction: ପ୍ରକାଶ ପାଇଛି 2024 ଲୋକସଭା ନିର୍ବାଚନର ଫଳାଫଳ । ପୁଣି କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପିଏମ ହେବାକୁ ଯାଉଛନ୍ତି । ବିଜେପିକୁ କେନ୍ଦ୍ରରେ ବହୁମତ ମିଳିଛି । ତୃତୀୟ ଥର ଲାଗି ମୋଦି ସରକାର ଆସୁଥିବାରୁ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଦଳ 400 ପାର କରିନଥିଲେ ସୁଦ୍ଧା ସରକାର ଗଢିବାକୁ ମ୍ୟାଜିକ ନମ୍ବର ପାର କରିଛି ବିଜେପି । ଜନାଦେଶ ପରେ ଏବେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାକୁ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହିତ ଦଳର ଶୀର୍ଷ ନେତୃତ୍ବ ଅମିତ ଶାହ, ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହିତ ପାର୍ଟି ମୁଖ୍ୟାଳୟରେ ଶହ ଶହ ଦଳୀୟ କର୍ମୀ ଉପସ୍ଥିତ ଅଛନ୍ତି ।

ଜୟ ଜଗନ୍ନାଥ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ ଓ କହିଥିଲେ ଯେ ପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି। ସେ ମଧ୍ୟ ଆନ୍ଧ୍ରପ୍ରଦେଶରେ ଏନଡିଏ ସରକାର ଓ କେରଳର ବିଜେପି ପ୍ରଥମ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବିଜେପି ମୁଖ୍ୟାଳୟରେ ଉପସ୍ଥିତ କର୍ମୀମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଏହା ଭାରତର ସମ୍ବିଧାନ ପ୍ରତି ଅତୁଟ ଆନୁଗତ୍ୟର ବିଜୟ। ଏହା ୧୪୦ କୋଟି ଭାରତୀୟଙ୍କ ବିଜୟ। ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବି। ନିର୍ବାଚନ ଆୟୋଗ ବିଶ୍ୱର ସର୍ବବୃହତ ନିର୍ବାଚନକୁ ଏତେ ଦକ୍ଷତାର ସହ ପରିଚାଳନା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏନଡିଏ ସରକାରଙ୍କ ପ୍ରତିବଦ୍ଧତା ସର୍ବଦା ସମାଜର ପ୍ରତ୍ୟେକ କ୍ଷେତ୍ର ତଥା ବିଭାଗର ବିକାଶ ପାଇଁ ରହିଆସିଛି। ଗତ 10 ବର୍ଷ ମଧ୍ୟରେ ଆମେ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛୁ, ଯେଉଁଥିରେ ବହୁ ସଂଖ୍ୟାରେ SC,ST,OBC ରହିଛନ୍ତି।"ଦାରିଦ୍ର୍ୟ ଦେଶର ଅତୀତର ଅଂଶ ନହେବା ପର୍ଯ୍ୟନ୍ତ ଆମେ ବନ୍ଦ କରିବୁ ନାହିଁ ବୋଲି କହିଛନ୍ତି ମୋଦି

Also Read- ଏ ନିର୍ବାଚନରେ ୮ ପ୍ରମୁଖ ଘଟଣା ଯାହା ଇତିହାସ ହୋଇ ରହିବ