Election Result 2024: ଭୋଟରଙ୍କ ମାଡରେ ପରିବାର ସଫା, ହାରିଲେ ମାଆ, ପୁଅ, ଜ୍ୱାଇଁ
Advertisement
Article Detail0/zeeodisha/odisha2279626

Election Result 2024: ଭୋଟରଙ୍କ ମାଡରେ ପରିବାର ସଫା, ହାରିଲେ ମାଆ, ପୁଅ, ଜ୍ୱାଇଁ

Election Result 2024: ସମ୍ୱଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ ପ୍ରଣବ ପ୍ରକାଶ ଦାସ କିନ୍ତୁ ସେଠାରେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ହାରିବାକୁ ପଡିଛି । ଏଥିସହ ପ୍ରଣବଙ୍କ ମାଆ ସନ୍ଧ୍ୟାରାଣୀ ଦାସ ବିଜେଡି ଟିକଟରୁ କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ସମୟରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । କେବଳ ସେତିକି ନୁହେଁ ସନ୍ଧ୍ୟାଙ୍କ ଜ୍ୱାଇଁ ତଥା ଓଲିଉଡ ଅଭିନେତା ଅରିନ୍ଦମ ଦାସ ବିଜେପି ଆସନରୁ ନିର୍ବାଚନ ଲଢି ସାଲେପୁରରୁ ପରାଜୟ ହାସଲ କରିଛନ୍ତି ।

Election Result 2024: ଭୋଟରଙ୍କ ମାଡରେ ପରିବାର ସଫା, ହାରିଲେ ମାଆ, ପୁଅ, ଜ୍ୱାଇଁ

Election Result 2024: ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଣବ ପ୍ରକାଶ ଦାସଙ୍କ ପରିବାରକୁ ଲାଗିଛି ଶକ୍ତ ଝଟକା । ସମ୍ୱଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ ପ୍ରଣବ ପ୍ରକାଶ ଦାସ କିନ୍ତୁ ସେଠାରେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ହାରିବାକୁ ପଡିଛି । ଏଥିସହ ପ୍ରଣବଙ୍କ ମାଆ ସନ୍ଧ୍ୟାରାଣୀ ଦାସ ବିଜେଡି ଟିକଟରୁ କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ସମୟରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । କେବଳ ସେତିକି ନୁହେଁ ସନ୍ଧ୍ୟାଙ୍କ ଜ୍ୱାଇଁ ତଥା ଓଲିଉଡ ଅଭିନେତା ଅରିନ୍ଦମ ଦାସ ବିଜେପି ଆସନରୁ ନିର୍ବାଚନ ଲଢି ସାଲେପୁରରୁ ପରାଜୟ ହାସଲ କରିଛନ୍ତି ।

ଦୀର୍ଘ ବର୍ଷ ଧରି ବିଜେଡିରେ ଏକ ପ୍ରମୁଖ ସ୍ଥାନ ଅକ୍ତିଆର କରିଥିବା ପ୍ରଣବ ପ୍ରକାଶ ଦାସଙ୍କ ରାଜନୈତିକ ଜୀବନରେ ଏକ ଶକ୍ତ ଧକ୍କା ଲାଗିଛି । ଚଳିତ ନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ସମ୍ୱଲପୁରରେ ଲଢିବା ପାଇଁ ଟିକଟ ମିଳିଥିଲା । ଟିକଟ ମିଳିବା ପରେ ସମ୍ୱଲପୁରରେ ଅନେକ ଜନସଭା କରିବା ସହ ପ୍ରଚାର ପ୍ରସାର କରିଥିଲେ ପ୍ରଣବ । କିନ୍ତୁ ଆଜି ଫଳାଫଳ ଆସିବା ପରେ ଜଣାପଡିଲା ଯେ, ପ୍ରଣବଙ୍କ ସମସ୍ତ ଚେଷ୍ଟା ଫେଲ୍ ମାରିଛି । ଲକ୍ଷାଧିକ ଭୋଟର ବ୍ୟବଧାନ ସହିତ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବବିଙ୍କୁ ପରାଜୟର ସ୍ୱାଦ ଚଖାଇବାରେ ସକ୍ଷମ ହୋଇଛନ୍ତି । ବବି ଦ୍ୱିତୀୟ ସ୍ଥାନରେ ରହିଥିବା ସମୟରେ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ତୃତୀୟ ସ୍ଥାନରେ ଅଛନ୍ତି ।

ବବିଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଏଥର କୋରେଇ ବିଧାନସଭା ଆସନ ପାଇଁ ସୁଯୋଗ ଦେଇଥିଲା ଦଳ । କିନ୍ତୁ ସେଠାରେ ବିଜେଡିରୁ ବିଜେପିକୁ ଯାଇଥିବା ଆକାଶ ଦାସନାୟକଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ କରିଥିଲା । ଏଥିସହ କଂଗ୍ରେସରୁ ବିଧାୟିକା ପ୍ରାର୍ଥୀ ଥିଲେ ବନ୍ଦିତା ପରିଡା । କୋରେଇରେ ଆକାଶ ଦାସନାୟକ ବାଜିମାତ କରିଛନ୍ତି । କୋରେଇର ଜନସାଧାରଣ ନିଜ ମାଟିର ପୁଅ ଆକାଶଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ଦେଖିବାକୁ ମିଳିଛି ।

ସେହିପରି, ସନ୍ଧ୍ୟାରାଣୀ ଦାସଙ୍କ ଜ୍ୱାଇଁ ତଥା ଓଲିଉଡ ଅଭିନେତା ଅରିନ୍ଦମ ରୟ ସାଲେପୁର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ଟିକଟରୁ ନିର୍ବାଚନ ଲଢୁଥିଲେ । ସେଠାରେ ତାଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ସାଲେପୁରବାସୀ ଭରଷା କରିଛନ୍ତି । ଅରିନ୍ଦମ ଦ୍ୱିତୀୟ ସ୍ଥାନରେ ରହି ପରାଜୟ ହାସଲ କରିଛନ୍ତି ।

Also Read- ସତ ହେଲା ମୋଦୀ ଗଣନା, ହଟିଲା ଶଙ୍ଖ ଫୁଟିଲା ପଦ୍ମ!

Also Read- Election Results 2024: କଣ୍ଟାବାଞ୍ଜୀରୁ ହାରିଲେ ନବୀନ ବାରଣାସୀରୁ ଜିତିଲେ ମୋଦୀ !