ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?
Advertisement

ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?

Odisha Politics: ଏଥର ଦିଗପହଣ୍ଡି ନିକିତିର ଉଭୟ ପଲା ଭାରୀ ରହିଛି । ପୂର୍ବରୁ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେଡିର ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ପ୍ରାୟ ୪୦ ହଜାର ବ୍ୟବଧାନ ଭୋଟରେ ହାରିଥିଲେ । ତେବେ ଏଥର ଦୁଇ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?

Odisha Politics: ବର୍ତ୍ତମାନ ରାଜ୍ୟରେ ସରଗରମ ହୋଇଛି ନିର୍ବାଚନୀ ଚର୍ଚ୍ଚା । ବିଜେଡିରୁ ୪ଜଣ ସୁପରଷ୍ଟାର ବିଜେପିରେ ମିଶିବା ପରେ ଆଜି ବିଜେପି ପକ୍ଷରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଯାହାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅଙ୍କ କଷିବା ଆରମ୍ଭ କରିଦେଲେଣି । ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦେଖିବାକୁ ମିଳିଛି ଯେ, ସିଦ୍ଧାନ୍ତଙ୍କୁ ଦିଗପହଣ୍ଡିରୁ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି । ଏହି ଖବର ଜଣାପଡିବା ପରେ ରାଜନୀତି ନିଆଁରେ ସତେ ଯେମିତି ଘିଅ ଢାଳିବା ପରି ଅନୁଭବ ହେଉଛି ବୋଲି ଖଟିରେ ଆଲୋଚନା କରାଯାଉଛି ।

ସିନେମାରେ ସଫଳତା ଅର୍ଜନ ପରେ ସିଦ୍ଧାନ୍ତ ମହାପାତ୍ର ବିଜେଡିରେ ସାମିଲ ହୋଇଥିଲେ । ପରେ ପ୍ରଥମେ ୨୦୦୯ ଏବଂ ପରେ ୨୦୧୪ ମସିହାରେ ବ୍ରହ୍ମପୁରରୁ ଲୋକସଭା ଆସନରେ ବିଜେଡି ଟିକେଟରୁ ଲଢି ବିଜୟ ଲାଭ କରିଥିଲେ । ତେବେ ୨୦୧୯ ନିର୍ବାଚନରେ କିନ୍ତୁ ଦଳ ସିଦ୍ଧାନ୍ତଙ୍କୁ ଟିକଟ ଦେଇନଥିଲା । ଦଳରେ ଉପଯୁକ୍ତ ସୁଯୋଗ ନମିଳିବାରୁ ସିଦ୍ଧାନ୍ତ ବିଜେଡି ଛାଡି ନିକଟରେ ବିଜେପିରେ ସାମିଲ୍ ହୋଇଥିଲେ । ଆଜି ସିଦ୍ଧାନ୍ତଙ୍କୁ ବିଜେପି ଦିଗପହଣ୍ଡି ଆସନରେ ଲଢିବା ପାଇଁ ସୁଯୋଗ ଦେଇଛି । ତାହା ବର୍ତ୍ତମାନ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି । ସିନେମା ମାଧ୍ୟମରେ ଘରେ ଘରେ ପରିଚିତ ଥିବା ସୁପରଷ୍ଟାର ସିଦ୍ଧାନ୍ତ ଏଥର ମଧ୍ୟ ନିଜ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନ ଜିତିବାରେ ସକ୍ଷମ ହେବେ ନା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଦିଗପହଣ୍ଡି ଆସନରେ ଏଥର ବିଜେଡି ପ୍ରାର୍ଥୀ କରିଛି ବିପ୍ଳବ ପାତ୍ରଙ୍କୁ । ନିକଟରେ ବରିଷ୍ଠ ରାଜନେତା ତଥା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା । ବିପ୍ଳବ ହେଉଛନ୍ତି ସ୍ୱର୍ଗତଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ । ନିଜ ଅଞ୍ଚଳରେ ସୂର୍ଯ୍ୟନାରାୟମ ପାତ୍ରଙ୍କର ଅନେକ ଦବଦବା ରହିଛି । ଅନେକ ଥର ସେ ଦିଗପହଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହେବା ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟ ତ୍ୱରାନ୍ୱିତ କରିଥିଲେ । ଏଥିସହ ବାଚସ୍ପତ୍ତି ଭାବେ ଗୃହକାର୍ଯ୍ୟ ପାଳନ କରିବାକୁ ମଧ୍ୟ ତାଙ୍କୁ ବିଧାନସଭାରେ ମନୋନୀତ କରାଯାଇଥିଲା । ଟାଣୁଆ ରାଜନେତାଙ୍କ ଦେହାନ୍ତ ପରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା । ନିଜ ଅଞ୍ଚଳର ଭୋଟର୍ ସୂର୍ଯ୍ୟପାତ୍ରଙ୍କୁ ଏତେ ଭଲ ପାଉଥିଲେ ଯେ, ତାଙ୍କୁ ବାରମ୍ୱାର ବିଧାନସଭାକୁ ପଠାଉଥିଲେ । ବର୍ତ୍ତମାନ କଥା ଉଠୁଛି ଯେ, ସ୍ୱର୍ଗତଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବଙ୍କର ମଧ୍ୟ ଅଞ୍ଚଳବାସୀ ଖୁବ ଭଲ ପାଆନ୍ତି । ପୂର୍ବରୁ ବାପାଙ୍କ ସହ ବୁଲି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିଛନ୍ତି ବିପ୍ଳବ । ତେଣୁ ତାଙ୍କର ମଧ୍ୟ ନିଜ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ରହିଛି ।

କହିବାକୁ ଗଲେ ଏଥର ଦିଗପହଣ୍ଡି ନିକିତିର ଉଭୟ ପଲା ଭାରୀ ରହିଛି । ପୂର୍ବରୁ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେଡିର ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ପ୍ରାୟ ୪୦ ହଜାର ବ୍ୟବଧାନ ଭୋଟରେ ହାରିଥିଲେ । ତେବେ ଏଥର ଦୁଇ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

Also Read- Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ

Also Read- ବିଜେପିର ପ୍ରଥମ ତାଲିକାରେ ୧୭ ବିଧାୟକଙ୍କ ଉପରେ ଆସ୍ଥା, ୨ଜଣଙ୍କୁ କୋଣ ଠେସା