Politics of Power Change: ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି
Advertisement
Article Detail0/zeeodisha/odisha1298746

Politics of Power Change: ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି

Maharashtra Political Turmoil in Bihar Politics:  ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି। ହେଲେ ପାର୍ଥକ୍ୟ ହେଉଛି ଯେ ବିହାର ରାଜନୀତିରେ ହେବାକୁ ଯାଉଥିବା ଏହି ଘଟଣାକ୍ରମର ପୂର୍ବାନୁମାନ କରିବାରେ ସଫଳ ହୋଇଥିଲେ ନୀତୀଶ କୁମାର। ହେଲେ ମହାରାଷ୍ଟ୍ର ରାଜନୀତିରେ ଏହାକୁ ବୁଝିବାରେ ସଫଳ ହୋଇନଥିଲେ ଉଦ୍ଧବ ଠାକରେ। 

Politics of Power Change: ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି

Maharashtra Political Turmoil in Bihar Politics: ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି। ହେଲେ ପାର୍ଥକ୍ୟ ହେଉଛି ଯେ ବିହାର ରାଜନୀତିରେ ହେବାକୁ ଯାଉଥିବା ଏହି ଘଟଣାକ୍ରମର ପୂର୍ବାନୁମାନ କରିବାରେ ସଫଳ ହୋଇଥିଲେ ନୀତୀଶ କୁମାର। ହେଲେ ମହାରାଷ୍ଟ୍ର ରାଜନୀତିରେ ଏହାକୁ ବୁଝିବାରେ ସଫଳ ହୋଇନଥିଲେ ଉଦ୍ଧବ ଠାକରେ। ବିହାର ରାଜନୀତିରେ ହେବାକୁ ଯାଉଥିବା ମହାରାଷ୍ଟ୍ର ଘଟଣାକ୍ରମକୁ ପୂର୍ବରୁ ବୁଝି ନେବା ସହ ଆଗୁଆ ସତର୍କ ହୋଇଉଠିଥିଲେ।   

ଦଳ ଛାଡ଼ିବା ପୂର୍ବରୁ ପୂର୍ବତନ ଜେଡିୟୁ ରାଜ୍ୟସଭା ସାଂସଦ ଆରସିପି ସିଂହ କିଛି ଦିନ ପୂର୍ବେ ନାଳନ୍ଦା ଜିଲ୍ଲାରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମର୍ଥନରେ ନାରାବାଜି କରାଯାଇଥିଲା। ଏହି ଘଟଣା ପରେ ଜେଡିୟୁ ତାଙ୍କୁ ଘେରିବା ଆରମ୍ଭ କରିଥିଲା। ଜେଡିୟୁ ପାଇଁ ସେ ଏକନାଥ ସିନ୍ଦେ ହେବା ପୂର୍ବରୁ ତାଙ୍କୁ ଦଳରୁ ବାହାରି ଯିବା ବାଟ ଦେଖାଇଥିଲା ଜେଡିୟୁ। 

ଯଦିଓ ଆରସିପି ସିଂହ (RCP Singh) ଜେଡିୟୁ (JDU) ଛାଡ଼ି ସାରିଛନ୍ତି ହେଲେ ବିହାର ରାଜନୀତିରେ (Bihar Politics) ଘଟିବାକୁ ଯାଉଥିବା ମହାରାଷ୍ଟ୍ର ଘଟଣାକ୍ରମର (Maharashtra Political Turmoil ) ପୁନରାବୃତ୍ତିର କାହାଣୀ କିଛି ମାସ ପୂର୍ବରୁ ଲେଖାଯାଇ ସାରିଥିଲା। ଯେପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (CM Nitish Kumar) ସହ ରହିଲେ ସେ ତାଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ପରିଗଣିତ ହେଲେ। ହେଲେ ଯେତେବେଳେ ନୀତୀଶ କୁମାର ଆରସିପି ସିଂହଙ୍କୁ ଖୋଲା ଛାଡିଦେବା ମାତ୍ରେ ସେ ତାଙ୍କ ହାତରୁ ବାହାରି ଯାଇଥିଲେ।

Also Read: Nitish Kumar: 'ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି'

ଯେଉଁ ସଂଖ୍ୟାବଳ ଆଧାରରେ ନୀତିଶ କୁମାର କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ମନ୍ତ୍ରୀମଣ୍ଡଳରେ ସାମିଲ ହେବାରୁ ନିଜକୁ ଦୂରେଇ ରଖିଥିଲେ ମାତ୍ର ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ (JDU National President) ହେବା ମାତ୍ରେ ଦଳର ରାଜ୍ୟସଭା ସାଂସଦ ଥାଇ ଆରସିପି ସିଂହ କେନ୍ଦ୍ର ମନ୍ତ୍ରୀପଦ ହାତେଇ ନେଇଥିଲେ। ହେଲେ ଏହି ଘଟଣାରୁ ଏକଥା ସ୍ପଷ୍ଟ ହୋଇଥିଲା ଯେ ନୀତିଶ କୁମାର ଏବଂ  ଆରସିପି ସିଂହଙ୍କ ରାସ୍ତା ଅଲଗା ଅଲଗା ହୋଇସାରିଛି।   

କେନ୍ଦ୍ରମନ୍ତ୍ରୀ ହେବା ପରେ ଦିଲ୍ଲୀ ଦରବାରରେ ନିଜର ସ୍ଥିତି ମଜବୁତ କରିବାରେ ଲାଗି ପଡ଼ିଥିଲେ ଆରସିପି ସିଂହ। ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ବଦଳି ଯାଇଥିଲା ଜେଡିୟୁ ସଙ୍ଗଠନ (JDU Organization)। ଦଳର ନେତା ଲଲନ ସିଂହ (Lalan Singh) ହୋଇଥିଲେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଅନ୍ୟପଟେ ଉପେନ୍ଦ୍ର କୁଶୱାହା (Upendra Kushwaha) ହୋଇଥିଲେ ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ (JDU Parliamentary Board Chairman)। ଦଳୀୟ ସାଙ୍ଗଠନିକ କାର୍ଯ୍ୟଭାର ଗ୍ରହଣ କରିବା ପରେ ବିହାର ରାଜନୀତିରେ ଲଲନ ସିଂହ ଏବଂ ଉପେନ୍ଦ୍ର କୁଶୱାହା ନୀତିଶ କୁମାରଙ୍କ ଲାଗି ଆଖି କାନ ପାଲଟି ଯାଇଥିଲେ।

Also Read: Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ

ଚଳିତ ବର୍ଷ ଅନୁଷ୍ଠିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିବା ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଆରସିପି ସିଂହଙ୍କୁ ଦାୟିତ୍ୱ ଦେଇଥିଲା ଜେଡିୟୁ। ମାତ୍ର ସେ ବିଫଳ ହୋଇଥିଲେ। ଏହାର ପ୍ରଭାବ ନୀତୀଶ କୁମାରଙ୍କ ଉପରେ ପଡିଥିଲା। ଅନ୍ୟପଟେ ଜାତିଗତ ଜନଗଣନା, ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଜେଡିୟୁ ଏବଂ ନୀତୀଶ କୁମାରଙ୍କ ମତ ଆରସିପି ସିଂହଙ୍କ ଠାରୁ ଭିନ୍ନ ଭିନ୍ନ ହେବାରେ ଲାଗିଲା। ସେ ବିଜେପି ଭାଷା କହିବା ଆରମ୍ଭ କରିଦେଇଥିଲେ। ଏଭଳି ପରିସ୍ଥିତିରେ ଆରସିପି ସିଂହ ଏବଂ ନୀତୀଶ କୁମାରଙ୍କ ସମ୍ପର୍କରେ ଫାଟ ପଡ଼ିବା ଆରମ୍ଭ ହୋଇଯାଇଥିଲା।

ଯେତେବେଳେ ରାଜ୍ୟସଭା ସାଂସଦ ଭାବେ ଆରସିପି ସିଂହଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ସେତେବେଳେ ଜେଡିୟୁ ପକ୍ଷରୁ ତାଙ୍କୁ ପୁନର୍ବାର ରାଜ୍ୟସଭା ଟିକେଟ ଦିଆଯାଇ ନଥିଲା। ତାଙ୍କ ସ୍ଥାନରେ ଦଳର ଝାଡଖଣ୍ଡ ଶାଖା ନେତା ଖୀରୁ ମହତୋଙ୍କୁ ରାଜ୍ୟସଭା ପଠାଯାଇଥିଲା। ଏଭଳି ପରିସ୍ଥିତିରେ ଆରସିପି ସାଂସଦ ନ ହୋଇ ପ୍ରାୟ ଦେଢ ମାସ ଧରି କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ହେଲେ ଶେଷରେ ତାଙ୍କୁ ଜୁଲାଇରେ ଇସ୍ତଫା ଦେବାକୁ ପଡିଲା। ଏହା ପରେ ରାଜଧାନୀ ପାଟନାସ୍ଥିତ ବାସଭବନ ତାଙ୍କ ଠାରୁ ଛଡ଼ାଇ  ନିଆଯାଇଥିଲା। ଏହା ପରେ ସେ ତାଙ୍କ ପୈତୃକ ବାସଭବନ ନାଲନ୍ଦା ଜିଲ୍ଲାରେ ମୁସ୍ତଫାପୁର ଠାରେ ରହିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବାରେ ଲାଗିଲେ।

Also Read: Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର

ନୀତିଶ କୁମାରଙ୍କୁ ଗୁଇନ୍ଦା ଖବର ମିଳିଥିଲା ଯେ ଆରସିପି ସିଂହ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।  ଏନେଇ ଜଣେ ଜେଡିୟୁ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି  ଆରସିପି ସିଂହ ବିହାର ରାଜନୀତିରେ ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି କରିବାକୁ ଚାହୁଁଥିଲେ। ମାତ୍ର ଏହି ଘଟଣାକ୍ରମ ବାବଦରେ ପୂର୍ବରୁ ଜଣାପଡ଼ି ଯାଇଥିଲା। ଏହା ପରେ ଜେଡିୟୁ ପକ୍ଷରୁ ଆରମ୍ଭ ହୋଇଯାଇଥିସଲା 'ଅପରେସନ୍ ଆରସିପି ସିଂହ'। ଯାହାର ଫଳାଫଳ ହେଉଛି ଯେ ଜେଡିୟୁ ତାଙ୍କ ବିରୋଧରେ ବିପୁଳ ସମ୍ପତ୍ତି ହାତେଇବା ମାମଲାରେ ନୋଟିସ ଜାରି କରିଥିଲେ। ଏହା ହେଉଛି ସମାନ ଜେଡିୟୁ ଯାହାର ଦିନେ ସର୍ବେସର୍ବା ରହିଥିଲା ଆରସିପି ସିଂହ। ତାଙ୍କ ନିର୍ଦ୍ଦେଶ ବିନା ଦଳରେ କୌଣସି କାର୍ଯ୍ୟ ହେଇନଥଲା। ମାତ୍ର ବର୍ତ୍ତମାନ ଜେଡିୟୁ ତାଙ୍କ ପକ୍ଷଛେଦନ କରି ରାଜନୈତିକ ସ୍ତରରେ ବାସନ୍ଦ କରିଦେଇଛି।