Bihar Cabinet Expansion: କେଉଁ ଦଳରୁ କେଉଁ ବିଧାୟକ ହେଲେ ମନ୍ତ୍ରୀ?
Advertisement
Article Detail0/zeeodisha/odisha1305370

Bihar Cabinet Expansion: କେଉଁ ଦଳରୁ କେଉଁ ବିଧାୟକ ହେଲେ ମନ୍ତ୍ରୀ?

Bihar Cabinet Expansion: ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣରେ ଆରଜେଡି କୋଟାରୁ ୧୬, ଜେଡିୟୁ କୋଟାରୁ ୧୧, କଂଗ୍ରେସ କୋଟାରୁ ୨, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା କୋଟାରୁ ୧ ଏବଂ ଅନ୍ୟ ଜଣେ ସ୍ୱାଧିନ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି। 

Bihar Cabinet Expansion: କେଉଁ ଦଳରୁ କେଉଁ ବିଧାୟକ ହେଲେ ମନ୍ତ୍ରୀ?

Bihar Cabinet Expansion: ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ହୋଇଛି ବିହାର କ୍ୟାବିନେଟ ସମ୍ପ୍ରସାରଣ। ମଙ୍ଗଳବାର ମହାମେଣ୍ଟ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୩୧ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣରେ ଆରଜେଡି କୋଟାରୁ ୧୬, ଜେଡିୟୁ କୋଟାରୁ ୧୧, କଂଗ୍ରେସ କୋଟାରୁ ୨, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା କୋଟାରୁ ୧ ଏବଂ ଅନ୍ୟ ଜଣେ ସ୍ୱାଧିନ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି। 

ବିହାର ମନ୍ତ୍ରୀମଣ୍ଡଳରେ ସର୍ବମୋଟ ୩୬ ଜଣ ମନ୍ତ୍ରୀ ରହିପାରିବେ। ମଙ୍ଗଳବାର ହୋଇଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ (Bihar Cabinet Expansion) ପରେ ଆହୁରି ୫ ମନ୍ତ୍ରୀପଦ ଖାଲିପଡିଛି। ଭବିଷ୍ୟତରେ ହେବାକୁ ରହିଥିବା କ୍ୟାବିନେଟ ବିସ୍ତାର ମାଧ୍ୟମରେ ଖାଲିପଡିଥିବା ମନ୍ତ୍ରୀପଦ ପୂରଣ କରାଯିବ। ମହାମେଣ୍ଟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ବିହାର ବିଧାନସଭାରେ ସର୍ବାଧିକ ସଂଖ୍ୟକ ବିଧାୟକ ଥିବା ଆରଜେଡି (RJD) ଖାତାରେ ସର୍ବାଧିକ ସଂଖ୍ୟକ ମନ୍ତ୍ରୀ ପଦ ମିଳିଛି। ଅନ୍ୟପକ୍ଷରେ ଜେଡିୟୁ (JDU) ମନ୍ତ୍ରୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ (Congress) ଖାତାରେ ୨, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (Hindustani Awam Morcha) ଭାଗରେ ୧ ଏବଂ ଅନ୍ୟ ଜଣେ ସ୍ୱାଧିନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି। 

Also Read: Bihar Cabinet Expansion: ସମର୍ଥନ ସତ୍ତ୍ୱେ ମହାମେଣ୍ଟ ସରକାରର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ବାମ ଦଳ

ଆରଜେଡି କୋଟାରୁ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ, ଦଳର ରାଷ୍ଟ୍ରୀୟ ମହାସଚିବ ଆଲୋକ ମେହତା, ସୁଧାକର ସିଂହ, ସୁରେନ୍ଦ୍ର ଯାଦବ, ରାମାନନ୍ଦ ଯାଦବ, ଅନିତା ଦେବୀ, ସମୀର ମହାସେଠ, ଶମିମ ଅହମ୍ମଦ, ଶାହନୱାଜ ଆଲମଙ୍କୁ ମନ୍ତ୍ରୀପଦ ମିଳିଛି। ଜେଡିୟୁ କୋଟାରୁ  ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ଲେସି ସିଂହ ପୁନର୍ବାର ମନ୍ତ୍ରୀ ପଦ ହାତେଇଛନ୍ତି। ଅନ୍ୟପଟେ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚାରୁ ସନ୍ତୋଷ ସୁମନ, ସ୍ୱାଧିନ ବିଧାୟକ ସୁମିତ କୁମାର ସିଂହ ଏବଂ କଂଗ୍ରେସ କୋଟାରୁ ଅଫାପ ଆଲମ ଏବଂ ମୁରାରୀ ଗୌତମଙ୍କୁ ମନ୍ତ୍ରୀପଦ ମିଳିଛି। 

ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ରାଜ୍ୟର ଜାତିଗତ ସମୀକରଣ ଉପରେ ଧ୍ୟାନ ଦିଆାଯାଇଛି। କ୍ୟାବିନେଟ ସମ୍ପ୍ରସାରଣରେ ପଛୁଆ ବର୍ଗ ଏବଂ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗର ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ ସାଧାରଣ ବର୍ଗ, ୫ ଅନୁସୂଚିତ ଜାତି ଏବଂ ୫ ମୁସଲମାନଙ୍କୁ ସ୍ଥାନ ମିଳିଛି। ମହାମେଣ୍ଟ ସରକାରରେ ୮ ଯାଦବ, ୪ ଅତି ପଛୁଆ ବର୍ଗ, ୨ କୁଶୱାହା, ୨ କୁର୍ମୀ, ୩ ରାଜପୁତ, ୨ ଭୂମିହାର, ଜଣେ ବ୍ରାହ୍ମଣ ଏବଂ ଅନ୍ୟ ଜଣେ କାୟସ୍ଥ ବର୍ଗର ନେତାଙ୍କୁ ମନ୍ତ୍ରୀ କରାଯାଇଛି। ମନ୍ତ୍ରିମଣ୍ଡଳରେ ଅତି ପଛୁଆ ବର୍ଗର ଜଣେ ଧୁନିଆ ପସମାନ୍ଦା ବର୍ଗର ମୁସଲମାନ ନେତାଙ୍କୁ ଆରଜେଡି କୋଟାରୁ ମନ୍ତ୍ରୀ କରାଯାଇଛି।   

Also Read: Bihar Cabinet Expansion: ୨୦୨୪ ଲୋକସଭା ନିର୍ବାଚନ ଉପରେ ରଖାଯାଇଛି ସ୍ୱତନ୍ତ୍ର ଧ୍ୟାନ

ମହାମେଣ୍ଟ ସରକାରରେ ସାମିଲ ରହିଥିବା ୩ ପ୍ରମୁଖ ମେଣ୍ଟ ସହଯୋଗୀ ଦଳ ହେଉଛନ୍ତି ଜେଡିୟୁ, ଆରଜେଡି, କଂଗ୍ରେସ। ଏହି ୩ ଦଳ ଜାତିଗତ ସମୀକରଣ ଆଧାରରେ ଦଳୀୟ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଯଦି ଆରଜେଡି କଥା କୁହାଯାଏ ତାହେଲେ ଦଳୀୟ କୋଟାରୁ ୭ ଜଣ ଯାଦବ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି। ଏହା ବ୍ୟତୀତ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗର ଜଣେ, ପଛୁଆ ବର୍ଗର ଜଣେ ଏବଂ ସାଧାରଣ ବର୍ଗର ଜଣେ  ଏପରି ସର୍ବମୋଟ ୩ ଜଣ ମୁସଲମାନଙ୍କୁ ମନ୍ତ୍ରୀ କରାଯାଇଛି। ଏହା ବ୍ୟତୀତ ୨ ଅତି ପଛୁଆ ବର୍ଗ, ୨ ଅନୁସୂଚିତ ଜାତି, ଜଣେ କୁଶୱାହା, ଜଣେ ଭୂମିହାର, ଜଣେ ରାଜପୁତ ଏବଂ ଜଣେ ବୈଶ୍ୟ ସମ୍ପ୍ରଦାୟର ବିଧାୟକ ମହାମେଣ୍ଟ ସରକାରରେ ମନ୍ତ୍ରୀ ହୋଇଛନ୍ତି।

Also Read: Bihar Cabinet Expansion: ଶପଥ ନେଲେ ୩୧ ମନ୍ତ୍ରୀ, ବଣ୍ଟା ହେଲା ବିଭାଗ

ଯଦି ଜେଡିୟୁ କଥା କୁହାଯାଏ ତାହାଲେ ଦଳ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳରେ ଦଳୀୟ ନେତାଙ୍କୁ ସ୍ଥାନ ଦେଇଛନ୍ତି। ଏନେଇ ୨ କୁର୍ମି,  ଜଣେ ଯାଦବ, ଜଣେ ମୁସଲମାନ, 2 ଅତି ପଛୁଆ ବର୍ଗ, ୨ ଅନୁସୂଚିତ ଜାତି, ଜଣେ କୁଶୱାହା, ଜଣେ ଭୂମିହାର, ଜଣେ ବ୍ରାହ୍ମଣ ଏବଂ ରାଜପୁତଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛି ଦଳ। ଅନ୍ୟପଟେ କଂଗ୍ରେସ କୋଟାରୁ ଜଣେ ମୁସଲମାନ ଏବଂ ଅନ୍ୟ ଜଣେ ଅନୁସୂଚିତ ଜାତିର ବିଧାୟକ ଦଳୀୟ କୋଟାରୁ ମନ୍ତ୍ରୀ ହୋଇଛନ୍ତି। ଜିତାନ ରାମ ମାଞ୍ଝିଙ୍କ ଦଳ ହିନ୍ଦୁସ୍ତାନୀ ମୋର୍ଚ୍ଚା ପକ୍ଷରୁ ଅନୁସୂଚିତ ଜାତିର ଜଣେ ବିଧାୟକ ମହାମେଣ୍ଟ ସରକାରରେ ମନ୍ତ୍ରୀ ହୋଇଛନ୍ତି।