Bihar Cabinet Expansion: ଶପଥ ନେଲେ ୩୧ ମନ୍ତ୍ରୀ, ବଣ୍ଟା ହେଲା ବିଭାଗ
Advertisement

Bihar Cabinet Expansion: ଶପଥ ନେଲେ ୩୧ ମନ୍ତ୍ରୀ, ବଣ୍ଟା ହେଲା ବିଭାଗ

Bihar Cabinet Expansion: ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ହୋଇଛି ବିହାର କ୍ୟାବିନେଟ ସମ୍ପ୍ରସାରଣ। ମଙ୍ଗଳବାର ମହାମେଣ୍ଟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ୩୧ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। 

Bihar Cabinet Expansion: ଶପଥ ନେଲେ ୩୧ ମନ୍ତ୍ରୀ, ବଣ୍ଟା ହେଲା ବିଭାଗ

Bihar Cabinet Expansion: ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ହୋଇଛି ବିହାର କ୍ୟାବିନେଟ ସମ୍ପ୍ରସାରଣ। ମଙ୍ଗଳବାର ମହାମେଣ୍ଟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ୩୧ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୃହ ବିଭାଗ ତାଙ୍କ ପାଖରେ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସ୍ୱାସ୍ଥ୍ୟ, ସଡକ ନିର୍ମାଣ, ସହରାଞ୍ଚଳ ବିକାଶ ଏବଂ ଗୃହ ଏବଂ ଗ୍ରାମୀଣ କାର୍ଯ୍ୟ ଭଳି ମନ୍ତ୍ରଣାଳୟ ରହିବ। ତାଙ୍କ ଭାଇ ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦିଆଯାଇଛି।

କେଉଁ ମନ୍ତ୍ରୀଙ୍କୁ ମଳିଲା କେଉଁ ବିଭାଗ 

  • ମୁଖ୍ୟମନ୍ତ୍ରୀ ନୀତିଶ କୁମାର: ସାମାନ୍ୟ ପ୍ରଶାସନ, ଗୃହ, ମନ୍ତ୍ରୀମଣ୍ଡଳ, ସଚ୍ଚିବାଳୟ, ନିର୍ବାଚନ, କୌଣସି ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇନଥିବା ଅନ୍ୟ ସମସ୍ତ ବିଭାଗ 
  • ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ସ୍ୱାସ୍ଥ୍ୟ, ସଡକ ନିର୍ମାଣ, ସହରାଞ୍ଚଳ ବିକାଶ ଏବଂ ଗୃହ ଏବଂ ଗ୍ରାମୀଣ କାର୍ଯ୍ୟ
  • ବିଜୟ ଚୌଧୁରୀ: ଅର୍ଥ, ବାଣିଜ୍ୟକର, ସଂସଦୀୟ ବ୍ୟାପାର 
  • ବିଜେନ୍ଦ୍ର ପ୍ରସାଦ ଯାଦବ: ଶକ୍ତି, ଯୋଜନା, ବିକାଶ
  • ଆଲୋକ କୁମାର ମେହତ୍ତା: ରାଜସ୍ୱ, ଭୂମି ସୁଧାର     
  • ତେଜ ପ୍ରତାପ ଯାଦବ: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ
  • ମୋହମ୍ମଦ ଆଫାପ ଆଲମ: ପଶୁ ଏବଂ ମତ୍ସ୍ୟ ସମ୍ପଦ
  • ଅଶୋକ ଚୌଧୁରୀ: ଗୃହ ନିର୍ମାଣ 
  • ଶ୍ରବଣ କୁମାର: ଗ୍ରାମୀଣ ବିକାଶ
  • ସୁରେନ୍ଦ୍ର ପ୍ରସାଦ ଯାଦବ: ସମବାୟ
  • ରାମନନ୍ଦ ଯାଦବ: ଖଣି ଏବଂ ଭୂତତ୍ତ୍ୱ
  • ଲେଶି ସିଂହ: ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର 
  • ମଦନ ସହନୀ: ସମାଜ କଲ୍ୟାଣ
  • କୁମାର ସର୍ବଜିତ: ପର୍ଯ୍ୟଟନ
  • ଲତିତ କୁମାର ଯାଦବ: ଜନସ୍ୱାସ୍ଥ୍ୟ 
  • ସନ୍ତୋଷ କୁମାର ସୁମନ:  ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି କଲ୍ୟାଣ
  • ସଞ୍ଜୟ କୁମାର ଝା: ଜଳ ସମ୍ପଦ, ସୂଚନା, ଲୋକସମ୍ପର୍କ 
  • ଶୀଲ କୁମାରୀ: ପରିବହନ
  • ସମୀର କୁମାର ମହାସେଠ: ଉଦ୍ୟୋଗ 
  • ଚନ୍ଦ୍ର ଶେଖର: ଶିକ୍ଷା
  • ସୁମିତ କୁମାର ସିଂହ: ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା
  • ସୁନୀଲ କୁମାର: ମଦ ନିଷେଧ, ଉତ୍ପାଦ ଏବଂ ପ୍ରତିବନ୍ଧକ 
  • ଅନିତା ଦେବୀ: ପଛୁଆ ଏବଂ ଅତି ପଛୁଆ ବର୍ଗ କଲ୍ୟାଣ
  • ଜିତେନ୍ଦ୍ର କୁମାର ରାୟ: କଳା, ସଂସ୍କୃତି, ଯୁବ ବ୍ୟାପାର 
  • ଜୟନ୍ତ ରାଜ: କ୍ଷୁଦ୍ର ଜଳ ସେଚନ
  • ସୁଧାକର ସିଂହ: କୃଷି
  • ମୋହମ୍ମଦ ଜମା ଖାନ: ସଂଖ୍ୟାଲଘୁ ବିକାଶ
  • ମୁରାରୀ ପ୍ରସାଦ ଗୌତମ: ପଞ୍ଚାୟତିରାଜ 
  • କାର୍ତ୍ତିକ କୁମାର: ଆଇନ
  • ଶମିମ ଅହମ୍ମଦ: ଆଖୁ ଉଦ୍ୟୋଗ 
  • ଶାହନୱାଜ: ବିପର୍ଯ୍ୟୟ ପରିଚାଳନା
  • ସୁରେନ୍ଦ୍ର ରାମ: ଶ୍ରମ ସଂସାଧନ
  • ମୋହମ୍ମଦ ଇସରାଇଲ ମଂସୁରୀ: ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା

Also Read: Bihar Politics: ଗଠିତ ହୋଇସାରିଛି ସରକାର, ମନ୍ତ୍ରିମଣ୍ଡଳକୁ ନେଇ ଫସିଲା ପେଞ୍ଚ