Rahul Gandhi T-Shirt: ରାହୁଲଙ୍କୁ ନାଗାସାଧୁ ସହ ତୁଳନା କଲେ ଭୂପେଶ ବାଘେଲ
Advertisement

Rahul Gandhi T-Shirt: ରାହୁଲଙ୍କୁ ନାଗାସାଧୁ ସହ ତୁଳନା କଲେ ଭୂପେଶ ବାଘେଲ

Bhupesh Baghel On Rahul Gandhi T-Shirt: କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତକିଛି ଦିନ ହେବ ରାହୁଲଙ୍କ ଜୋତା (beard-shoes)କୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ବର୍ତ୍ତମାନ ରାହୁଲଙ୍କ ଟି-ସାର୍ଟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଥଣ୍ତା ସମୟରେ ରାହୁଲ କେବଳ ଟି-ସାର୍ଟ ପିନ୍ଧି 'ଭାରତ ଯୋଡ ଯାତ୍ରା 'କରୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁ ଥିବା ବେଳେ ଏହାର ଉତ୍ତର ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (Chhattisgarh Chief Minister Bhupesh Baghel) । 

Rahul Gandhi T-Shirt: ରାହୁଲଙ୍କୁ ନାଗାସାଧୁ ସହ ତୁଳନା କଲେ ଭୂପେଶ ବାଘେଲ

Bhupesh Baghel On Rahul Gandhi T-Shirt: କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତକିଛି ଦିନ ହେବ ରାହୁଲଙ୍କ ଜୋତା (beard-shoes)କୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ବର୍ତ୍ତମାନ ରାହୁଲଙ୍କ ଟି-ସାର୍ଟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଥଣ୍ତା ସମୟରେ ରାହୁଲ କେବଳ ଟି-ସାର୍ଟ ପିନ୍ଧି 'ଭାରତ ଯୋଡ ଯାତ୍ରା 'କରୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁ ଥିବା ବେଳେ ଏହାର ଉତ୍ତର ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (Chhattisgarh Chief Minister Bhupesh Baghel) ।  ସେ କହିଛନ୍ତି ଯେ ନାଗା ସାଧୁ, ଦିଗମ୍ବର ଜୈନ ମୁନି ମାନେ କିଭଳି ବିନା ପୋଷାକରେ ରହୁଛନ୍ତି । 

ଏହି ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ  କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ନୁହେଁ ବରଂ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟକୁ ଆସୁଛନ୍ତି। ଭାରତୀୟ ଜନତା ପାର୍ଟି ରୂପାନ୍ତର (conversion)  ଏବଂ ପୋଲାରାଇଜେସନ୍ ର(polarisation) ଦୁଇଟି ପ୍ରସଙ୍ଗକୁ ପ୍ରୋତ୍ସାହିତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ କୃଷକ ଏବଂ ମହିଳାଙ୍କ ସମେତ ସମସ୍ତ ଗୋଷ୍ଠୀର ଆୟ ବୃଦ୍ଧି କରିଛି।

'କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରୁଛି':

ବାଘେଲ କହିଛନ୍ତି ଯେ କଂଗ୍ରେସ ଦଳ ଲୋକଙ୍କ ବିଭିନ୍ନ ବର୍ଗର ଜୀବନଧାରଣ ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଆମେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ପ୍ରତି ଧ୍ୟାନ ଦେଇଛୁ । ଆମେ ମଧ୍ୟ ଏଥିରେ ସଫଳତା ପାଇଛୁ । ଶନିବାର ଦିନ ଭାରତ ଯୋଡ ଯାତ୍ରା ହରିୟାଣାର କର୍ଣ୍ଣଲରେ ପହଞ୍ଚିଥିଲା । ଯେଉଁଠି ଶତାଧିକ ଲୋକ ଏଥିରେ ସାମିଲ ହୋଇଥିଲେ।ଏବଂ ଘନ କୁହୁଡି ଓ ଶୀତର ଲହରୀ କୁ ଖାତିର ନ କରି ସ୍ଥାନୀୟ ଏହି ଯାତ୍ରାରେ ରାହୁଲଙ୍କ ସହ ହାତ ମିଳାଇ ଏହି ଅଭିଯାନକୁ ଆଗକୁ ବଢେଇ ଥିଲେ।  

ଏହାବି ପଢନ୍ତୁ : Kesarinath Tripathi: ବରିଷ୍ଠ ବିଜେପି ନେତା କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ, ନଜର ପକାନ୍ତୁ ତାଙ୍କ ରାଜନୈତିକ କ୍ୟାରିଅର ଉପରେ

ଟି-ସାର୍ଟକୁ ନେଇ ରାଜନୀତି :

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଧଳା ଟି-ସାର୍ଟ ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ଶୀତଦିନେ କେବଳ ଟି-ସାର୍ଟ ପିନ୍ଧିବା ଏବଂ ଏହାର ମୂଲ୍ୟ ପାଇଁ ବିଜେପି ତାଙ୍କୁ ଟାର୍ଗେଟ କରୁଛି। ବିଜେପି କହିଛି ଯେ ରାହୁଲ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟ ୪୧,୦୦୦ ରୁ ଅଧିକ ହେବ।

 

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରା ଭାରତର ଅଧିକାଂଶ ସ୍ଥାନରେ ପହଞ୍ଚିସାରିଲାଣୀ । ନିକଟରେ ୯ ଦିନ ଧରି ବନ୍ଦ ଥିଲା ଭାରତ ଯୋଡ ଯାତ୍ରା  । ସେପଟେ କଂଗ୍ରେସ ତରଫରୁ ଦାବି କରାଯାଇଛି କି, ଏହା ଭାରତରେ କୌଣସି ବି ରାଜନେତା କରିଥିବା ପଦଯାତ୍ରା ଠାରୁ ଅଧିକ ଦୀର୍ଘ ପଦଯାତ୍ରା । ଏହାସହ ଦଳର କର୍ମକର୍ତ୍ତାଙ୍କୁ ଏକାଠି କରିବା ଓ ବିଜେପିର ବିଭାଜନକାରୀ ନୀତି ବିରୋଧରେ ଲୋକଙ୍କ ସଚେତନ କରାଇବା ପାଇଁ ଏହି ଯାତ୍ରା ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି । ସେପ୍ଚେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ ଯାତ୍ରା । ଜାନୁଆରୀ ୨୬ ତାରିଖରେ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରାର ସମାପ୍ତ ହେବ । ଏହାପରେ କଂଗ୍ରେସ ତରଫରୁ ହାତରେ ହାତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ବିଶେଷଭାବେ ମହିଳାମାନେ ଯୋଗଦେବେ ଓ ଏହାର ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀ ନେବେ ବୋଲି କୁହାଯାଉଛି ।