Bengaluru: କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1430183

Bengaluru: କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ଜାଣନ୍ତୁ କାରଣ...

କଂଗ୍ରେସ ଏବଂ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁସ୍ଥିତି ଏକ ଅଦାଲତ। ସାମୟିକ ଭାବେ ଦଳର ଏହି ଦୁଇଟି ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କ'ଣ ପାଇଁ କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

Bengaluru: କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ଜାଣନ୍ତୁ କାରଣ...

Congress Twitter Handle: କଂଗ୍ରେସ ଏବଂ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁସ୍ଥିତି ଏକ ଅଦାଲତ। ସାମୟିକ ଭାବେ ଦଳର ଏହି ଦୁଇଟି ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କ'ଣ ପାଇଁ କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାହାର କାରଣ ଏବେ ସାମ୍ନାକୁ ଆସିଛି।  

ଏମଆରଟି ନାମକ ମ୍ୟୁଜିକ୍ କମ୍ପାନୀ (MRT Music Company) ଏକ କପିରାଇଟ୍ ମାମଲା (Copyright Case) ଦାଏର କରିଥିଲା। ଏନେଇ ଅଭିଯୋଗ ହୋଇଛି ଯେ କଂଗ୍ରେସ ଦଳର ଏହି ଟ୍ୱିଟର ହ୍ୟାଣ୍ଡେଲ (Congress Party Twitter Handle) ଜରିଆରେ KGF-2 ଚଳଚ୍ଚିତ୍ରର ଗୀତ ଥିବା ଭିଡିଓ (KGF 2 Film Song Video) ସେୟାର କରାଯାଇଥିଲା। ଏପରି କରି କପିରାଇଟ୍ ଉଲ୍ଲଂଘନ (Violation of Copyright) କରି ଯାଇଥିବାର ଅଭିଯୋଗ କରାଯାଇଛି।

ଏମଆରଟି ମ୍ୟୁଜିକ କମ୍ପାନୀ ଯଶୋୱନ୍ତପୁର ଥାନାରେ (Yeshwanthpur Police Station) କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi), ଜୟରାମ ରମେଶ (Jairam Ramesh) ଏବଂ ସୁପ୍ରିୟା ଶ୍ରୀନେତଙ୍କ (Supriya Shrinate) ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା। ମ୍ୟୁଜିକ୍ କମ୍ପାନୀ ଏହାର ଅଭିଯୋଗରେ କହିଛି ଯେ ହିନ୍ଦୀରେ KGF-2 ଗୀତର ଅଧିକାର ହାସଲ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଛି।

ଏମଆରଟି ମ୍ୟୁଜିକ୍ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଏକ ଜାତୀୟ ରାଜନୈତିକ ଦଳର ଏହି ବେଆଇନ କାର୍ଯ୍ୟ ଆଇନର ଶାସନ ତଥା ବେସରକାରୀ ବ୍ୟକ୍ତି ତଥା ଅନୁଷ୍ଠାନର ଅଧିକାରକୁ ଅବମାନନା କରୁଛି। ଦେଶକୁ ଶାସନ କରିବାର ତଥା ସାଧାରଣ ମଣିଷ ତଥା ବ୍ୟବସାୟର ଅଧିକାରର ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାର ସୁଯୋଗ ଖୋଜି ସେମାନେ ଏହି ଭାରତ ଯୋଡୋ ଯାତ୍ରା ଆୟୋଜନ କରୁଛନ୍ତି। 

ଏହି ମାମଲାର ଶୁଣାଣି କରି କୋର୍ଟ କଂଗ୍ରେସ ଦଳର ଏହି ଦୁଇଟି ଟ୍ୱିଟର ହ୍ୟାଣ୍ଡେଲରୁ ତିନୋଟି ଲିଙ୍କ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ କଂଗ୍ରେସ ଏବଂ ଭାରତ ଯୋଡ ଯାତ୍ରା ଟ୍ୱିଟର ହ୍ୟାଣ୍ଡେଲ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁ କୋର୍ଟ (Bengaluru Court)।

Also Read: Telangana: କଂଗ୍ରେସ ନେତାଙ୍କ ଭୁଲ ପାଇଁ ଲଜ୍ଜିତ ହେଲା ଦଳ, ଭାରତ ଯୋଡା ଯାତ୍ରା ବେଳେ ଘଟିଲା ଏଭଳି ଘଟଣା

ପୂ୍ର୍ବରୁ ଭାରତ ଯୋଡ଼ ଯାତ୍ରା ବେଳେ ଜଣେ କଂଗ୍ରେସ ନେତାଙ୍କ ଟ୍ୱିଟ ପାଇଁ ଲଜ୍ଜିତ ହୋଇଥିଲା ଦଳ। ସେ କରିଥିବା ଭୁଲ ପାଇଁ ଏବେ ଦଳକୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। କେବଳ ଏତିକି ନୁହେଁ କଂଗ୍ରେସ ନେତାଙ୍କ ଭୁଲ ପାଇଁ ଭାରତ ଯୋଡା ଯାତ୍ରା ଉପରେ ପ୍ରଶ୍ନ ଉଠିବାରେ ଲାଗିଥିଲା। କଂଗ୍ରେସ ନେତା ଜଣଙ୍କ ଭାରତ ଯୋଡା ଯାତ୍ରା ସମ୍ପର୍କରେ କରିଥିବା ଟ୍ୱିଟ ଦଳ ପାଇଁ ମହଙ୍ଗା ପଡ଼ିଯାଇଥିଲା।