Amarinder Singh: କ୍ୟାପ୍ଟେନଙ୍କ ପୂର୍ବରୁ ବିଜେପି ହାତ ଧରି ସାରିଛନ୍ତି ଅନେକ କଂଗ୍ରେସ ମୁଖ୍ୟମନ୍ତ୍ରୀ
Advertisement

Amarinder Singh: କ୍ୟାପ୍ଟେନଙ୍କ ପୂର୍ବରୁ ବିଜେପି ହାତ ଧରି ସାରିଛନ୍ତି ଅନେକ କଂଗ୍ରେସ ମୁଖ୍ୟମନ୍ତ୍ରୀ

Congress Chief Minister: ସୋମବାର ବିଜେପି ହାତ ଧରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହ ସେହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି ଯେଉଁମାନେ କଂଗ୍ରେସ ଛାଡ଼ି ବିଜେପି  ହାତ ଧରିଛନ୍ତି। ସଦ୍ୟ ଏହି ତାଲିକାରେ ସାମିଲ ହୋଇଥିଲେ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ। 

Amarinder Singh: କ୍ୟାପ୍ଟେନଙ୍କ ପୂର୍ବରୁ ବିଜେପି ହାତ ଧରି ସାରିଛନ୍ତି ଅନେକ କଂଗ୍ରେସ ମୁଖ୍ୟମନ୍ତ୍ରୀ

Congress CM who joins BJP: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ବିଜେପି ହାତ ଧରିଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ପଟିଆଲା ରାଜ ପରିବାରର ସଦସ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂହ। ସେପ୍ଟମ୍ବର ୧୯ ତାରିଖରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ଠାରେ ଦଳର ପ୍ରାଥମିକ ସଦ୍ୟସତା ଗ୍ରହଣ କରିବା ସହ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପି ସହିତ ମିଶ୍ରଣ କରାଇଛନ୍ତି। 

ସୋମବାର ବିଜେପି ହାତ ଧରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh) ସେହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି ଯେଉଁମାନେ କଂଗ୍ରେସ (Congress) ଛାଡ଼ି ବିଜେପି (BJP) ହାତ ଧରିଛନ୍ତି। ସଦ୍ୟ ଏହି ତାଲିକାରେ ସାମିଲ ହୋଇଥିଲେ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ (Digambar Kamat)। ତାଙ୍କ  ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣା (SM Krishna) କଂଗ୍ରେସ ଛାଡି଼ ବିଜେପି ହାତ ଧରିଛନ୍ତି। 

ନିଜର ରାଜନୈତିକ ଜୀବନରେ ପୂର୍ବତନ କଂଗ୍ରେସ ନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ୨୦୦୨-୨୦୦୭, ୨୦୧୭-୨୦୨୧ ପର୍ଯ୍ୟନ୍ତ ୨ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେପ୍ଟମ୍ବର ୧୯ ତାରିଖ ସୋମବାର ସେ ବିଜେପି ସଦସ୍ୟତା ଗ୍ରହଣ କରି ସାରିଛନ୍ତି। ତାଙ୍କ ପୂର୍ବରୁ ଦଳ ଛାଡ଼ି  ବିଜେପି ହାତ ଧରିଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ତଥା ପୂର୍ବତନ ବିଦେଶ ମନ୍ତ୍ରୀ ଏସ.ଏମ କୃଷ୍ଣା। ପୁରୁଖା କଂଗ୍ରେସ ନେତା କୃଷ୍ଣା ୧୯୯୯ ଅକ୍ଟୋବରରୁ ୨୦୦୪ ମେ ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଗତ ୨୦୧୭ ମାର୍ଚ୍ଚରେ ସେ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ।

ଏସ.ଏମ କୃଷ୍ଣାଙ୍କ ବ୍ୟତୀତ ଦିଗମ୍ବର କାମାତ ଗତ ୧୪ ତାରିଖରେ କଂଗ୍ରେସ ଛାଡ଼ି ବିଜେପି ହାତ ଧରି ସାରିଛନ୍ତି। ସେ ୨୦୦୭-୨୦୧୨ ପର୍ଯ୍ୟନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଚର୍ଚ୍ଚିତ ଶିବସେନା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ (Narayan Rane) ଗତ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଥିଲେ। ବର୍ତ୍ତମାନ ସେ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ମହାରାଷ୍ଟ୍ର କୋଙ୍କଣ ଅଞ୍ଚଳର ରାଜନୀତିରେ ତାଙ୍କର ବେଶ ଭଲ ପ୍ରଭାବ ରହିଛି। ରାଣେ ମହାରାଷ୍ଟ୍ରର ୧୩ ତମ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୧୯୯୯ ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇ ସେହି ବର୍ଷ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ଉତ୍ତରାଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣା (Vijay Bahuguna) ତାଙ୍କ ପଦ ଛାଡିବା ପରେ ବିଜେପି ହାତ ଧରିଥିଲେ। ଗତ ୨୦୧୨ ମାର୍ଚ୍ଚରୁ ୨୦୧୪ ଜାନୁୟାରୀ ପର୍ଯ୍ୟନ୍ତ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 

କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ଅନ୍ୟତମ ମୁଖ୍ୟମନ୍ତ୍ରୀ ହେଉଛି ଏନ.କିରଣ ରେଡ୍ଡୀ (Nallari Kiran Reddy)। ଯିଏ ଆନ୍ଧ୍ର ପ୍ରଦେଶର ୧୬ ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ୨୦୧୦ ନଭେମ୍ବରରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ଶେଷ ମୁଖ୍ୟମନ୍ତ୍ରୀ ଥିଲେ ସେ। କାରଣ ତାଙ୍କ କାର୍ଯ୍ୟକାଳର ଶେଷ ବର୍ଷରେ ଅବିଭକ୍ତ ଆନ୍ଧ୍ର ବିଭାଜିତ ହୋଇ ତେଲେଙ୍ଗାନା ନାମରେ ଏକ ସ୍ୱତନ୍ତ୍ର ରାଜ୍ୟ ଗଠିତ ହୋଇଥିଲା। ରାଜ୍ୟ ବିଭାଜିତ ହେବା ପରେ ସେ ବିଜେପି ହାତ ଧରିଥିଲେ। ସେହିପରି ପୁରୁଖା କଂଗ୍ରେସ ନେତା ନାରାୟଣ ଦତ୍ତ ତିୱାରୀ (Narayan Datt Tiwari) ୩ ଥର ଅବିଭକ୍ତ ଉତ୍ତର ପ୍ରଦେଶ ଏବଂ ଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଗତ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ନାରାୟଣ ଦତ୍ତ ତିୱାରୀ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (Pema Khandu) ମଧ୍ୟ କଂଗ୍ରେସ ଛାଡି ବିଜେପି ହାତ ଧରିବା ତାଲିକାରେ ସାମିଲ ଅଛନ୍ତି। ଗତ ୨୦୧୬ ସେପ୍ଟେମ୍ବରରେ ସେ ୪୩ ଜଣ କଂଗ୍ରେସ ବିଧାୟକଙ୍କ ସହ ଅରୁଣାଚଳ ପିପୁଲ୍ସ ପାର୍ଟି ଦଳରେ ଯୋଗ ଦେଇଥିଲେ। ଏହି ଦଳ ବିଜେପିର ସହଯୋଗୀ ଥିଲା। ପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିବର୍ଷ ଅକ୍ଟୋବରରେ ବର୍ତ୍ତମାନର ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ (N.Biren Singh) ସେତେବେଳର ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂହଙ୍କ ବିରୋଧରେ ବିଦ୍ରୋହ କରିଥିଲେ କଂଗ୍ରେସ ଛାଡ଼ିଥିଲେ। ଏହା ପରେ ସେ ବିଜେପି ହାତ ଧରିଥିଲେ। ଏହାର ବର୍ଷକ ପରେ ଅର୍ଥାତ ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ପରେ ପ୍ରଥମ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ.ବିରେନ ସିଂହ। ତାଙ୍କ ବ୍ୟତୀତ ପୂର୍ବତନ ବାବୁଲାଲ ମାରାଣ୍ଡି (Babulal Marandi) ଏପରି ଜଣେ ନେତା ଯିଏ ତାଙ୍କ ଦଳ ଝାଡଖଣ୍ଡ ବିକାଶ ମୋର୍ଚ୍ଚା କୁ ୨୦୨୦ ରେ ବିଜେପି ସହିତ ମିଶ୍ରଣ କରିଥିଲେ। ସେ ଝାଡଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭଗ୍ୟ ଅର୍ଜନ କରିଥିଲେ। ବିଜେପିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମାରାଣ୍ଡି ଦଳ ସହ ମତଭେଦ ହେବା କାରଣରୁ ବିଜେପି ଛାଡି ନିଜର ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ। ଯାହାକୁ ସେ ବିଜେପିରେ ଗତ ୨୦୨୦ ବର୍ଷରେ ବିଲୟ କରାଇଥିଲେ। 

କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ଅନ୍ୟତମ ନେତା ହେଉଛନ୍ତି ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma)। ଯିଏ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।