Assembly Election 2023 Result: ଜାରି ରହିଛି ଭୋଟ ଗଣତି, କେତେ ଆସନରେ କେଉଁ ଦଳ ଆଗୁଆ?
Advertisement

Assembly Election 2023 Result: ଜାରି ରହିଛି ଭୋଟ ଗଣତି, କେତେ ଆସନରେ କେଉଁ ଦଳ ଆଗୁଆ?

Assembly Election 2023 Updates: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମେଘାଳୟ, ନାଗାଲ୍ୟାଣ୍ଡ, ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗଣତି। ଦିନ ତିନିଟା ପର୍ଯ୍ୟନ୍ତ ହୋଇଥିବା ଭୋଟଗଣତିରୁ ମିଳିଥିବା ତଥ୍ୟ ଅନୁସାରେ ବିଜେପି ନେତୃତ୍ୱାଧିନ ମେଣ୍ଟ ନାଗାଲାଣ୍ଡ-ତ୍ରିପୁରା ଆଦି ରାଜ୍ୟ ଦ୍ୱୟରେ ଅଗ୍ରଣୀ ରହିଛି। ଅନ୍ୟପଟେ ମେଘାଳୟରେ ତ୍ରିଶଙ୍କୁ ସ୍ଥିତି ଉପୁଜିଛି।

Assembly Election 2023 Result: ଜାରି ରହିଛି ଭୋଟ ଗଣତି, କେତେ ଆସନରେ କେଉଁ ଦଳ ଆଗୁଆ?

Nagaland Meghalaya Tripura Assembly Election 2023: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମେଘାଳୟ, ନାଗାଲ୍ୟାଣ୍ଡ, ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗଣତି। ଦିନ ତିନିଟା ପର୍ଯ୍ୟନ୍ତ ହୋଇଥିବା ଭୋଟଗଣତିରୁ ବିଜେପି ନେତୃତ୍ୱାଧିନ ମେଣ୍ଟ ନାଗାଲାଣ୍ଡ-ତ୍ରିପୁରା ଆଦି ରାଜ୍ୟ ଦ୍ୱୟରେ ଅଗ୍ରଣୀ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ମେଘାଳୟରେ ତ୍ରିଶଙ୍କୁ ସ୍ଥିତି ଉପୁଜିଛି।୨୦୨୩ ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳୁନଥିବା ଜଣାପଡ଼ିଛି। 

ମୋଟ ୬୦ ଆସନ ବିଶିଷ୍ଟ ମେଘାଳୟରେ ୫୯ ଆସନ ପାଇଁ ଚାଲିଛି ଭୋଟଗଣତି। ରାଜ୍ୟର ସୋହିୟଙ୍ଗ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ଦିନ ତିନିଟା ପର୍ଯ୍ୟନ୍ତ ୨୪ ଆସନର ଫଳାଫଳ ଆସି ସାରିଥିବା ବେଳେ ୩୫ ଆସନରେ ଜାରି ରହିଛି ଭୋଟ ଗଣତି। 

ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩: କେଉଁ ଦଳକୁ ମିଳିଛି କେତେ ଆସନ? କେତେ ଆସନରେ କେଉଁ ଦଳ ଆଗୁଆ? 

  • ଟିଏମସି: ୧ ଆସନରେ ବିଜୟୀ, ୪ ଆସନରେ ଆଗୁଆ
  • ବିଜେପ: ୩ ଆସନରେ ଆଗୁଆ
  • ହିଲ୍ସ ଷ୍ଟେଟ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି: ୨ ଆସନରେ ବିଜୟୀ
  • କଂଗ୍ରେସ: ୪ ଆସନରେ ବିଜୟୀ, ଗୋଟିଏ ଆସନରେ ଆଗୁଆ
  • ନେସନାଲ ପିପୁଲ୍ସ ପାର୍ଟି: ୭ ଆସନରେ ବିଜୟୀ, ୧୮ ଆସନରେ ଆଗୁଆ
  • ପିପୁଲ୍ସ ଡେମୋକ୍ରାଟିକ ପାର୍ଟି: ୨ ଆସନରେ ବିଜୟୀ
  • ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି: ୭ ଆସନରେ ବିଜୟୀ, ୪ ଆସନରେ ଆଗୁଆ
  • ଭଏସ ଅଫ ଦି ପିପୁଲ୍ସ ପାର୍ଟି:  ଗୋଟିଏ ଆସନରେ ବିଜୟୀ, ୩ ଆସନରେ ଆଗୁଆ
  • ସ୍ୱାଧୀନ: ୨ ଆସନରେ ବିଜୟୀ (ଦିନ ତିନିଟା ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ)

ମୋଟ ୬୦ ଆସନ ବିଶିଷ୍ଟ ନାଗାଲ୍ୟାଣ୍ଡରେ ସମସ୍ତ ୫୯ ଆସନ ପାଇଁ ଚାଲିଛି ଭୋଟଗଣତି। ଦିନ ତିନିଟା ପର୍ଯ୍ୟନ୍ତ ୩୬ ଆସନର ଫଳାଫଳ ଆସି ସାରିଥିବା ବେଳେ ୨୪ ଆସନରେ ଜାରି ରହିଛି ଭୋଟ ଗଣତି। ରାଜ୍ୟର ଅକୁଲୁଟୋ ଆସନରୁ ବିଜେପି ପ୍ରାର୍ଥୀ କାଜେଟୋ କିନିମି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି।

ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ୨୦୨୩: କେଉଁ ଦଳକୁ ମିଳିଛି କେତେ ଆସନ? କେତେ ଆସନରେ କେଉଁ ଦଳ ଆଗୁଆ?

  • ବିଜେପି: ୯ ଆସନରେ ବିଜୟୀ, ୩ ଆସନରେ ଆଗୁଆ
  • ଜେଡିୟୁ: ଗୋଟିଏ ଆସନରେ ଆଗୁଆ
  • ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ): ଗୋଟିଏ ଆସନରେ ବିଜୟୀ, ୨ ଆସନରେ ଆଗୁଆ
  • ନାଗା ପିପୁଲ୍ସ ଫ୍ରଣ୍ଟ: ଗୋଟିଏ ଆସନରେ ବିଜୟୀ, ଗୋଟିଏ ଆସନରେ ଆଗୁଆ
  • ନେସନାଲ ପିପୁଲ୍ସ ପାର୍ଟି: ୪ ଆସନରେ ବିଜୟୀ, ଗୋଟିଏ ଆସନରେ ଆଗୁଆ
  • ଏନସିପି: ୨ ଆସନରେ ବିଜୟୀ, ୫ ଆସନରେ ଆଗୁଆ
  • ନେସନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି: ୧୩ ଆସନରେ ବିଜୟୀ, ୧୧ ଆସନରେ ଆଗୁଆ
  • ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଅଠାୱଲେ): ୨ ଆସନରେ ବିଜୟୀ
  • ସ୍ୱାଧୀନ: ୪ ଆସନରେ ବିଜୟୀ (ଦିନ ତିନିଟା ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ)

ମୋଟ ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ସମସ୍ତ ୬୦ ଆସନ ପାଇଁ ଚାଲିଛି ଭୋଟଗଣତି। ଦିନ ତିନିଟା ପର୍ଯ୍ୟନ୍ତ ୪୨ ଆସନର ଫଳାଫଳ ଆସି ସାରିଥିବା ବେଳେ ୧୮ ଆସନରେ ଜାରି ରହିଛି ଭୋଟ ଗଣତି। 

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩: କେଉଁ ଦଳକୁ ମିଳିଛି କେତେ ଆସନ? କେତେ ଆସନରେ କେଉଁ ଦଳ ଆଗୁଆ?

  • ବିଜେପି: ୨୨ ଆସନରେ ବିଜୟୀ, ୧୦ ଆସନରେ ଆଗୁଆ
  • ସିପିଏମ: ୬ ଆସନରେ ବିଜୟୀ, ୫ ଆସନରେ ଆଗୁଆ
  • କଂଗ୍ରେସ: ୨ ଆସନରେ ବିଜୟୀ, ଗୋଟିଏ ଆସନରେ ଆଗୁଆ 
  • ଇଣ୍ଡିଜେନିଅସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା: ଗୋଟିଏ ଆସନରେ ବିଜୟୀ
  • ଟିପ୍ରା ମୋଥା ପାର୍ଟି: ୧୧ ଆସନରେ ବିଜୟୀ, ୨ ଆସନରେ ଆଗୁଆ