ଆସାମରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ୍, ନିର୍ବାଚନୀ ମୈଦାନରେ ଏପରି କରିବ ମୁକାବିଲା
Advertisement

ଆସାମରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ୍, ନିର୍ବାଚନୀ ମୈଦାନରେ ଏପରି କରିବ ମୁକାବିଲା

କଂଗ୍ରେସ ଓ AIUDF ମଙ୍ଗଳବାର ଘୋଷଣା କରିଛନ୍ତି ଯେ ବିଜେପିକୁ କ୍ଷମତାରୁ ବେଦଖଲ କରିବା ପାଇଁ ସେମାନେ ଏକ ମହାମେଣ୍ଟ ଗଠନ କରୁଛନ୍ତି । 

ଆସାମରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ୍, ନିର୍ବାଚନୀ ମୈଦାନରେ ଏପରି କରିବ ମୁକାବିଲା

ନୂଆଦିଲ୍ଲୀ: କିଛି ମାସ ପରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ସେଥିମଧ୍ୟରୁ ଆସାମ ବି ସାମିଲ ରହିଛି । ତେଣୁ କଂଗ୍ରେସ ଏହି ରାଜ୍ୟ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି । ରାଜ୍ୟରେ ଶାସକ ଦଳ ବିଜେପି (BJP) କୁ ଚ୍ୟାଲେଞ୍ଜ ଦେବା ପାଇଁ କଂଗ୍ରେସ (Congress) ଅନ୍ୟ ୫ଟି ଦଳ ସହ ମିଶି ମୈଦାନକୁ ଓହ୍ଲାଇବକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ବଦରୁଦ୍ଦିନ ଅଜମଲଙ୍କ ପାର୍ଟି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ବ୍ୟତୀତ ଅନ୍ୟ ପାଞ୍ଚଟି ଦଳ ସହ ମେଣ୍ଟର ଘୋଷଣା କରିଛି ।

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍

କଂଗ୍ରେସ ଓ AIUDF ମଙ୍ଗଳବାର ଘୋଷଣା କରିଛନ୍ତି ଯେ ବିଜେପିକୁ କ୍ଷମତାରୁ ବେଦଖଲ କରିବା ପାଇଁ ସେମାନେ ଏକ ମହାମେଣ୍ଟ ଗଠନ କରୁଛନ୍ତି । ଯେଉଁଥିରେ ଏହି ଦୁଇ ଦଳ ବ୍ୟତୀତ ୪ଟି ବାମ ଦଳ ରହିବେ । ଗୁଆହାଟୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ, AIUDF, CPI, CPM, CPI (ML) ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚାର ନେତାମାନେ ଘୋଷଣା କରିଛନ୍ତି ଯେ ଏହି ୬ଟି ଦଳ ଏକାଠି ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ବଡ଼ ଖୁଲାସା କଲା WHO

ଏହି ନେତାମାନେ ଅନ୍ୟ ବିଜେପି ବିରୋଧୀ ଦଳମାନଙ୍କୁ ଅପିଲ କରିଛନ୍ତି ଯେ ଶାସକ ବିଜେପିକୁ ପରାସ୍ତ କରିବାକୁ ମହାମେଣ୍ଟରେ ଯୋଗ ଦିଅନ୍ତୁ । ସମାନ ବିଚାରଧାରାର  ସମସ୍ତ ଦଳ ପାଇଁ ମେଣ୍ଟର ଦ୍ୱାର ଖୋଲା ଅଛି ।

ଅଧିକ ପଢ଼ନ୍ତୁ:-ବାଇଡେନଙ୍କ ଟିମର ଏହି ପାକିସ୍ତାନୀ ଅଧିକାରୀ ବଢ଼ାଇବେ ଭାରତର ସମସ୍ୟା!

ସୂଚନାଯୋଗ୍ୟ, ୨୦୨୧ରେ ଦେଶର ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ଯେଉଁଥିରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଏବଂ ଆସାମ ସାମିଲ ରହିଛି । ଏହି ରାଜ୍ୟଗୁଡିକରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇସାରିଛି । ୨୦୧୬ରେ ଆସାମରେ ବିଧାନସଭା ନିର୍ବାଚନ (Assam Assembly Polls 2016) ହୋଇଥିଲା ଯେଉଁଥିରେ ବିଜେପି କଂଗ୍ରେସକୁ ପରାସ୍ତ କରି କ୍ଷମତାକୁ ଆସିଥିଲା ​​। ପରେ ସର୍ବାନନ୍ଦ ସୋନୋୱାଲ (Sarbananda Sonowal) ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ନିର୍ବାଚନରେ ବିଜେପି ରାଜ୍ୟର ୧୨୬ଟି ଆସନ ମଧ୍ୟରୁ ୬୦ଟି ଆସନ ଜିତିଥିଲା । ବିଜେପିର ସହଯୋଗୀ ଆସାମ ଗଣ ପରିଷଦକୁ ୧୪ଟି ଆସନ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ୧୨ଟି ଆସନ ମିଳିଥିଲା । ବିରୋଧୀ କଂଗ୍ରେସ ମାତ୍ର ୨୬ଟି ଆସନ ପାଇଥିବାବେଳେ ବଦରୁଦ୍ଦିନ ଅଜମଲଙ୍କ ଦଳ AIUDF ୧୩ଟି ସିଟ୍ ପାଇଥିଲା । ଏହି ନିର୍ବାଚନରେ ​​ସିପିଆଇ, ସିପିଏମ୍ ଏବଂ ସିପିଆଇ (ଏମ୍ଏଲ୍) ର ଖାତା ଖୋଲାପାରି ନଥିଲା ।