ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପରିବାରରେ ଫାଟ! ଏକୁଟିଆ ହୋଇଗଲେ ଜଗନ ମୋହନ, ଝିଅ ପାଇଁ ମାଆ ଛାଡିଲେ ପୁଅର ଦଳ
Advertisement

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପରିବାରରେ ଫାଟ! ଏକୁଟିଆ ହୋଇଗଲେ ଜଗନ ମୋହନ, ଝିଅ ପାଇଁ ମାଆ ଛାଡିଲେ ପୁଅର ଦଳ

ଝିଅ ପାଇଁ ମାଆ ଛାଡିଲେ ପୁଅର ରାଜନୈତିକ ଦଳ। ଗୁରୁବାର YSRC ଦଳର ସମ୍ମିଳନୀରେ ୱାଇଏସ୍ ବିଜୟଲକ୍ଷ୍ମୀ ଏହି ଘୋଷଣା କରିଛନ୍ତି। ତାଙ୍କ ପୁଅ ତଥା ଆନ୍ଧ୍ର ସିଏମ୍ ୱାଇଏସ୍ ଜଗନ ମୋହନ ରେଡ୍ଡୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଫାଇଲ ଫଟୋ

ହାଇଦ୍ରାବାଦ: ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ ପରିବର୍ତ୍ତନର ସଙ୍କେତ ମିଳିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ମାଆ ବିଜୟାମ୍ମା ନିଜ ପୁଅର ଦଳରୁ ଇସ୍ତଫା ଦେଇଛନ୍ତି। ଶାସକ YSRC ଦଳର ମେଗା ବୈଠକର ପ୍ରଥମ ଦିନ ଗୁରୁବାରରେ ଏହି ନାଟକୀୟ ଘଟଣା ସାମ୍ନାକୁ ଆସିଥିଲା। ୱାଇଏସ୍ ବିଜୟଲକ୍ଷ୍ମୀ କହିଛନ୍ତି ଯେ, ସେ ପଡୋଶୀ ତେଲେଙ୍ଗାନାରେ ତାଙ୍କ ଝିଅ ୱାଇଏସ୍ ଶର୍ମିଲାଙ୍କ ନେତୃତ୍ୱରେ ରାଜନୈତିକ ଅଭିଯାନରେ ଯୋଗଦେବାକୁ ଯାଉଛନ୍ତି।

ଝିଅ ପାଇଁ ମାଆ ଛାଡିଲେ ପୁଅର ରାଜନୈତିକ ଦଳ। ଗୁରୁବାର YSRC ଦଳର ସମ୍ମିଳନୀରେ ୱାଇଏସ୍ ବିଜୟଲକ୍ଷ୍ମୀ ଏହି ଘୋଷଣା କରିଛନ୍ତି। ତାଙ୍କ ପୁଅ ତଥା ଆନ୍ଧ୍ର ସିଏମ୍ ୱାଇଏସ୍ ଜଗନ ମୋହନ ରେଡ୍ଡୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ୱାଇଏସ୍ ବିଜୟଲକ୍ଷ୍ମୀ କହିଛନ୍ତି, 'ତେଲେଙ୍ଗାନାବାସୀଙ୍କ ପାଇଁ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏକାକୀ ସଂଘର୍ଷ କରୁଥିବା ଝିଅ ୱାଇଏସ୍ ଶର୍ମିଲାଙ୍କ ସହ ଠିଆ ହେବା ନେଇ ଅନେକ କଳ୍ପନାଜଳ୍ପନା, ଗୁଜବ ଏବଂ ଅନାବଶ୍ୟକ ବିବାଦ ଥିଲା। ତେଣୁ ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହେଲା। ଅନାବଶ୍ୟକ ବିବାଦର ଅନ୍ତ ଘଟାଇବା ପାଇଁ YSRC ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି।'

Also Read: ଉଦ୍ଧବ ଠାକରେ ଏପରି କ'ଣ କହିଦେଲେ ଯେ ଏକାଠି ହୋଇଗଲେ ଅଟୋ ଡ୍ରାଇଭର, ଲଗାଇଲେ ପୋଷ୍ଟର

ସେ ପୁଣି କହିଛନ୍ତି, 'ବର୍ତ୍ତମାନ ଜଗନଙ୍କ ଭଲ ସମୟ ଚାଲୁଛି। ମୁଁ ମୋ ଝିଅର କଠିନ ସମୟରେ ଠିଆ ହୋଇ ନ ଥିବାରୁ ନିଜକୁ ଦୋଷୀ ମନେ କରୁଛି। ତେଣୁ ଅନ୍ତରଆତ୍ମାର ଆବାଜ ଶୁଣି ମୁଁ YSRC ସଭାପତି ପଦ ଛାଡି ଯାଉଛି। ମୋ ପୁଅ ଏବଂ ଆନ୍ଧ୍ରପ୍ରଦେଶର ମା ଭାବରେ ମୁଁ ଲୋକଙ୍କ ସହ ରହିବି। ଜଣେ ମା ହିସାବରେ ମୁଁ ସବୁବେଳେ ଜଗନଙ୍କ ନିକଟତର ହେବି। ମୋତେ ତାଙ୍କୁ ସମର୍ଥନ କରିବାକୁ ପଡିବ। ମୁଁ ଦୁଇ ରାଜ୍ୟରେ ଦୁଇଟି ରାଜନୈତିକ ଦଳର ସଦସ୍ୟ ହୋଇପାରିବି କି ନାହିଁ ମୁଁ ଦ୍ୱନ୍ଦ୍ୱରେ ଥିଲି। YSRCର ସଭାପତି ପଦରେ ଅବ୍ୟାହତ ରହିବା ମୋ ପକ୍ଷେ କଷ୍ଟକର। ସେ କହିଛନ୍ତି ମୁଁ ଏଭଳି ପରିସ୍ଥିତି ଉପୁଜିବି ବୋଲି ମୁଁ କେବେ ଭାବି ନ ଥିଲି। ଏହା କାହିଁକି ଘଟିଲା ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଭାବୁଛି ଏହା ଇଶ୍ବରଙ୍କ ଇଚ୍ଛା।' ତାଙ୍କ ଭୂମିକାକୁ ନେଇ କୌଣସି ଅବାଞ୍ଛିତ ବିବାଦକୁ ଏଡାଇବା ପାଇଁ ସେ YSRCର ସଭାପତି ପଦରୁ ଇସ୍ତଫା ଦେଉଛନ୍ତି ବୋଲି ବିଜୟଲକ୍ଷ୍ମୀ କହିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଜଗନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ଶର୍ମିଲାଙ୍କ ମଧ୍ୟରେ ସବୁ ଠିକ୍ ନୁହେଁ ବୋଲି ଖବର ଆସିଥିଲା। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ତିକ୍ତତା ବହୁତ ବୃଦ୍ଧି ପାଇଛି ଏବଂ ବିଜୟଲକ୍ଷ୍ମୀ ତାଙ୍କ ପୁଅଠାରୁ ଅଲଗା ରହୁଛନ୍ତି। ବର୍ତ୍ତମାନ ଶର୍ମିଲା, ହାଇଦ୍ରାବଦରେ ରହୁଛନ୍ତି। ୨୦୧୨ ଉପନିର୍ବାଚନରେ ଜଗନଙ୍କ ଅନୁପସ୍ଥିତିରେ ଶର୍ମିଲା ଓ ବିଜୟଲକ୍ଷ୍ମୀ YSRC ପାଇଁ ପ୍ରଚାର କରିଥିଲେ। ସେତେବେଳ ଦଳ ୧୮ରୁ ୧୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିଜୟ ହୋଇଥିଲା। ୨୦୧୯ ଆନ୍ଧ୍ର ବିଧାନସଭା ନିର୍ବାଚନରେ ମଧ୍ୟ ମାଆ-ଝିଅ ରାଜ୍ୟବ୍ୟାପୀ ପଦଯାତ୍ରା ଓ ରାଲି କରିଥିଲେ। ଯାହାର ଫଳ ସ୍ୱରୂପ ଜଗନ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Also Read: ରାଜ୍ୟସଭା ନିର୍ବାଚନରେ ​​ସଞ୍ଜୟ ରାଉତଙ୍କ ସହ ହୋଇଯାଇଥାନ୍ତା ଖେଳ, ଜାଣନ୍ତୁ କେମିତି

ରାଜନୈତିକ ମତଭେଦ ଯୋଗୁଁ ୨୦୨୧ ଫେବୃଆରୀରେ ଛୋଟ ଭାଇ ୱାଇଏସ ଜଗନଙ୍କ ଠାରୁ ଶର୍ମିଲା ଅଲଗା ହୋଇଗଲେ। ଆଉ ପିତା ରାଜଶେଖର ରେଡ୍ଡୀଙ୍କ ଜନ୍ମ ତିଥୀ ୮ ଜୁଲାଇ ୨୦୨୧ରେ Yuvajana Shramika Rythu Telangana Party (YSRTP) ଗଠନ କଲେ। ଶର୍ମିଲା ବର୍ତ୍ତମାନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧିନ ସରକାର ବିପକ୍ଷେ ପ୍ରଚାର କରୁଛନ୍ତି। ଆସନ୍ତା ବର୍ଷ ଡିସେମ୍ବର ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାର ଅଛି। ତେଣୁ ଆନ୍ଧ୍ର ଫର୍ମୁଲାରେ ଶର୍ମିଲା ଓ ବିଜୟଲକ୍ଷ୍ମୀ, YSRTPର ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛନ୍ତି।