ମଧ୍ୟ ଭୁବନେଶ୍ଵରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ
Advertisement
Article Detail0/zeeodisha/odisha2279171

ମଧ୍ୟ ଭୁବନେଶ୍ଵରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ

ଭୁବନେଶ୍ଵର ଲୋକସଭା ଆସନରେ ଦିନ ସାଢ଼େ ୩ଟା ସୁଦ୍ଧା ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ସେ ବହୁ ଭୋଟ ବ୍ୟବଧାନରେ ଆଗୁଆ ଥିବା ସୂଚନା ମିଳିଛି।  ଏହି ଆସନରୁ ଶ୍ରୀମତୀ ଷଡ଼ଙ୍ଗୀ ୩,୩୪,୩୪୪ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିରୁ ମନ୍ମଥ ରାଉତରାୟ ୨୫, ୧୮୯ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି। ସେହିପରି କଂଗ୍ରେସରୁ ୟାସିର୍ ନୱାଜ୍ ୪୦,୭୫୫ ଖଣ୍ଡ ଭୋଟ ପାଇଛନ୍ତି।

ମଧ୍ୟ ଭୁବନେଶ୍ଵରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ

ଭୁବନେଶ୍ଵର, ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। କେତେକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବିଜୟୀ ହୋଇସାରିଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ରାଜ୍ୟରେ ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଛି। ତେବେ ଭୁବନେଶ୍ବର ମଧ୍ୟମ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଥିବା ସୂଚନା ମିଳିଛି। ତେବେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ଅନନ୍ତ ବିଜୟୀ ହୋଇଛନ୍ତି। ସେହିପରି ଶ୍ରୀ ପ୍ରଧାନ ପ୍ରଥମ କିଛି ରାଉଣ୍ଡରେ ଅନନ୍ତଙ୍କ ଆଗରେ ଥିବା ବେଳେ ଶେଷ ରାଉଣ୍ଡ ଆଡ଼କୁ ଅନନ୍ତ ଭଲ ପ୍ରଦର୍ଶନ କରିଥିଲେ। 

ଅନ୍ୟପଟେ ଭୁବନେଶ୍ଵର ଉତ୍ତରରେ ୧୧ରାଉଣ୍ଡ ଶେଷ ସୁଦ୍ଧା ବିଜେଡିରୁ ସୁଶାନ୍ତ ରାଉତ ୪୧,୭୪୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ୫୬୦୫ ଖଣ୍ଡ ଭୋଟରେ ସୁଶାନ୍ତଙ୍କ ଠାରୁ ପଛୁଆ ଅଛନ୍ତି। ସେହିପରି ଆଗୁଆ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ୨୬୦୮ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଏକାମ୍ରରେ ୧୩ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡିରୁ ଅଶୋକ ଚନ୍ଦ୍ର ପଣ୍ଡା ୪୭, ୨୭୮ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିରୁ ବାବୁ ସିଂ ଅଶୋକଙ୍କ ଠାରୁ ୨୪୬ଖଣ୍ଡ ଭୋଟରେ ପଛୁଆ ଅଛନ୍ତି। ସେହିପରି କଂଗ୍ରେସରୁ ପ୍ରଶାନ୍ତ କୁମାର ଚମ୍ପତି ୩୭୧୪ଖଣ୍ଡ ଭୋଟ ପାଇଛନ୍ତି। 

ଅନ୍ୟପଟେ ଭୁବନେଶ୍ଵର ଲୋକସଭା ଆସନରେ ଦିନ ସାଢ଼େ ୩ଟା ସୁଦ୍ଧା ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ସେ ବହୁ ଭୋଟ ବ୍ୟବଧାନରେ ଆଗୁଆ ଥିବା ସୂଚନା ମିଳିଛି।  ଏହି ଆସନରୁ ଶ୍ରୀମତୀ ଷଡ଼ଙ୍ଗୀ ୩,୩୪,୩୪୪ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିରୁ ମନ୍ମଥ ରାଉତରାୟ ୨୫, ୧୮୯ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି। ସେହିପରି କଂଗ୍ରେସରୁ ୟାସିର୍ ନୱାଜ୍ ୪୦,୭୫୫ ଖଣ୍ଡ ଭୋଟ ପାଇଛନ୍ତି।

ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୭୮ ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୫୨ ଆସନ ଏବଂ କଂଗ୍ରେସ ୧୫ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୨ ଆସନରେ ଆଗୁଆ ରହିଛନ୍ତି।

Also Read- ଦୀପାଳିଙ୍କୁ ହରାଇ ବାଜି ମାରିଲେ ଟଙ୍କଧର !