ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପରେ ବର୍ତ୍ତମାନ ଏହା ଉପରେ ରହିଛି ଅମିତ ଶାହଙ୍କ ନଜର, ଠାକରେଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
Advertisement
Article Detail0/zeeodisha/odisha1327808

ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପରେ ବର୍ତ୍ତମାନ ଏହା ଉପରେ ରହିଛି ଅମିତ ଶାହଙ୍କ ନଜର, ଠାକରେଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

Amit Shah Mumbai Visit: ଅମିତ ଶାହ ଏହି ଗସ୍ତ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି । ଭାରତୀୟ ଜନତା ପାର୍ଟି (BJP) ର ଜଣେ ନେତା ଏହି ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପରେ ବର୍ତ୍ତମାନ ଏହା ଉପରେ ରହିଛି ଅମିତ ଶାହଙ୍କ ନଜର, ଠାକରେଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: Amit Shah Mumbai Visit: ଚଳିତ ବର୍ଷ ମହାରାଷ୍ଟ୍ରରେ ସବୁଠାରୁ ବଡ଼ ମହୋତ୍ସବ ଗଣେଶ ଉତ୍ସବ ଧୂମଧାମ ସହ ପାଳନ କରାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି କ୍ରମରେ ସୋମବାର ମୁମ୍ବାଇର ସବୁଠାରୁ ପ୍ରସିଦ୍ଧ ଲାଲବାଗଚା ରାଜା (Lalbaugcha Raja) ଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ରାଜ୍ୟରେ ଗଣେଶ ମହୋତ୍ସବ (Ganesh Festival) ସବୁଠାରୁ ବଡ଼ ପର୍ବ ଭାବେ ପାଳନ କରାଯାଇଥାଏ । ସାରା ରାଜ୍ୟରେ ଏହି ପୂଜାକୁ ଦୀର୍ଘ ୧୦ ଦିନ ଧରି ଅତି ଧୂମଧାମ ସହ ପାଳନ କରାଯାଏ । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ଗଣେଶ ମହୋତ୍ସବ (Maharashtra Ganesh Festival) ଚଳିତ ବର୍ଷ ଅଧିକ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହାର ଦୁଇଟି କାରଣ ଅଛି । ପ୍ରଥମଟି ହେଉଛି କୋରୋନାର ୨ ବର୍ଷ ପରେ ବର୍ତ୍ତମାନ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦ୍ୱିତୀୟଟି ହେଉଛି ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ନିକଟ ଅତୀତରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି । ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Amit Shah Mumbai) ମଧ୍ୟ ମୁମ୍ବାଇ ଗସ୍ତରେ ଯାଉଛନ୍ତି ।

ଅମିତ ଶାହ ଏହି ଗସ୍ତ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି । ଭାରତୀୟ ଜନତା ପାର୍ଟି (BJP) ର ଜଣେ ନେତା ଏହି ସୂଚନା ଦେଇଛନ୍ତି । ଏମିତିରେ ଅମିତ ଶାହ ଗଣେଶ ଚତୁର୍ଥୀ ଉତ୍ସବ ପାଇଁ ପ୍ରତିବର୍ଷ ମୁମ୍ବାଇ ଯାଇଥାନ୍ତି । ଚଳିତ ଥର ମଧ୍ୟ ସେ ସେପ୍ଟେମ୍ବର ୫ରେ ମୁମ୍ବାଇ ଗସ୍ତ କରିବାକୁ ଯାଉଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏଭଳି ପରିସ୍ଥିତିରେ ଶାହଙ୍କ ମୁମ୍ବାଇ ଗସ୍ତର ଅନେକ ଅର୍ଥ ମଧ୍ୟ ବାହାର କରାଯାଉଛି । ଶାହ ମୁମ୍ବାଇ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟି (BJP) ର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିପାରନ୍ତି ବୋଲି ସୂଚନା ରହିଛି । ତେବେ ମୁମ୍ୱାଇ ମ୍ୟୁନିସିପାଲ କର୍ପୋରେସନ (BMC) କୁ ଆଗାମୀ ନିର୍ବାଚନ ଯୋଗୁଁ ଶାହ ମୁମ୍ବାଇ ଯାଉଛନ୍ତି । ତାଙ୍କ ଗସ୍ତର ଏହା ହେଉଛି ମୁଖ୍ୟ କାରଣ ।

୧୦ ଦିନିଆ ଗଣପତି ମହୋତ୍ସବ ଅଗଷ୍ଟ ୩୧ରେ ମହାରାଷ୍ଟ୍ରରେ ଆରମ୍ଭ ହେଉଛି । ସେପଟେ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (BMC) ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ଗସ୍ତ ଅତି ମହତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଶିବସେନା (Shiv Sena) ହାତରୁ ବିଏମସିର ନିୟନ୍ତ୍ରଣ ନେବାକୁ ବିଜେପି ଲକ୍ଷ୍ୟ ରଖିଛି । ନିର୍ବାଚନ ପରିଚାଳନାରେ ବିଳମ୍ବ ଯୋଗୁଁ ଚଳିତ ବର୍ଷ ପ୍ରାରମ୍ଭରେ ଜଣେ ପ୍ରଶାସକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଶିବସେନା ବିଏମସି ଉପରେ ନିୟନ୍ତ୍ରଣ ରଖିଥିଲା ।

ଏହା ବି ପଢ଼ନ୍ତୁ:-ଗଣେଶ ଚତୁର୍ଥୀ ଦିନ ବିଘ୍ନହର୍ତ୍ତାଙ୍କ ପୂଜା ବିଧି; ପୂଜାରେ ଚଢ଼ାନ୍ତୁ ଏହି ୫ଟି ଜିନିଷ, ପୂରଣ ହେବ ମନସ୍କାମନା

ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ନେଇ ଶଶି ଥରୁର ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

ଏହା ବି ପଢ଼ନ୍ତୁ:-ମମତା ବାନାର୍ଜୀ ଛାଡ଼ିବେ ରାଜନୀତି!

 

 

ସୂତ୍ରରୁ ପ୍ରକାଶ ଯେ, ଶାହ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ଓ ବିଧାନସଭା ନିର୍ବାଚନ ପାଇଁ ରୋଡମ୍ୟାପ ଉପରେ ମଧ୍ୟ ଚର୍ଚ୍ଚା କରିବେ । କିନ୍ତୁ ବିଏମସିର ୨୨୭ ୱାର୍ଡ ଉପରେ ଧ୍ୟାନ ରହିବ । ରାଜ୍ୟର ବିଜେପି ନେତାଙ୍କ ସହ ତାଙ୍କର ଏହି ବୈଠକର ଲକ୍ଷ୍ୟ ଏହା ରହିବ ଯେ ଦୁନିଆର ସବୁଠାରୁ ଧନୀ ମ୍ୟୁନିସିପାଲିଟି କିମ୍ବା ବିଏମସି ପାଇଁ ଲଢ଼େଇରେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନାର ମୁକାବିଲା କରିବା ପାଇଁ କ୍ୟାଡରକୁ ସକ୍ରିୟ କରିବା । ଉଲ୍ଲେଖନୀୟ କଥା ହେଉଛି, ଶିବସେନା ଓ ବିଜେପି ମେଣ୍ଟ ଯୋଗୁଁ ବିଏମସିର ନିୟନ୍ତ୍ରଣ ଗତ ୩୦ ବର୍ଷ ଧରି ଶିବସେନା ପାଖରେ ରହିଛି । କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ବଦଳିଛି ଓ ଲଢ଼େଇ ଆରମ୍ଭ ହୋଇସାରିଛି । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମୁମ୍ବାଇର ଶିବସେନାର ଅନେକ ବିଧାୟକ ମଧ୍ୟ ଉଦ୍ଧବ ଠାକରେଙ୍କ ପକ୍ଷ ପରିବର୍ତ୍ତନ କରିଛନ୍ତି । ଏଭଳି ପରିସ୍ଥିତିରେ ବିଜେପି ଏଠାରେ ମଧ୍ୟ ଉଦ୍ଧବ ଠାକରେଙ୍କୁ ପରାସ୍ତ କରିବାକୁ ପ୍ରସ୍ତୁତ ହେଉଛି ।

ମହାରାଷ୍ଟ୍ର ବିଜେପିର ଜଣେ ନେତା କହିଛନ୍ତି ଯେ, ଶାହ ମୁମ୍ବାଇର ସର୍ବ ପୁରାତନ ତଥା ଲୋକପ୍ରିୟ ଗଣେଶ ପାଣ୍ଡାଲଗୁଡ଼ିକ ମଧ୍ୟରୁ ଅନ୍ୟତମ ଲାଲବାଗଚା ରାଜା ପାଣ୍ଡାଲ ଗସ୍ତ କରିବେ । ଏହାସହ ବିଜେପିର ପ୍ରମୁଖ ନେତାଙ୍କ ସହ ମଧ୍ୟ ବୈଠକ କରିବେ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର ୫ରେ ସେ ମୁମ୍ବାଇ ଆସିବେ ବୋଲି ଜଣାପଡିଛି । ଯଦି ତାଙ୍କ ଗସ୍ତରେ କିଛି ପରିବର୍ତ୍ତନ ଆସେ, ତେବେ ଶାହ ଏକ ଦିନ ପାଇଁ ତାଙ୍କର ବୈଠକ ଆଗକୁ ବଢ଼ାଇବେ ।