RSS: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ପ୍ରଂଶସା କରିବାକୁ ନେଇ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha1330765

RSS: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ପ୍ରଂଶସା କରିବାକୁ ନେଇ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

Asaduddin Owaisi targets Mamata Banerjee: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାବଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଖିଥିବା ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। ଏନେଇ ସେ କହିଛନ୍ତି ଯେ ମମତା ବାନାର୍ଜୀ କେତେ ଦିନ ପର୍ଯ୍ୟନ୍ତ ଭାରତ (India) ଏବଂ ପଶ୍ଚିମବଙ୍ଗ ଲୋକଙ୍କୁ ବୋକା ବନାଇବ। 

RSS: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ପ୍ରଂଶସା କରିବାକୁ ନେଇ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

Asaduddin Owaisi targets Mamata Banerjee: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ପ୍ରଂଶସା କରିବାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଏପରି ଅନେକ କର୍ମକର୍ତ୍ତା ଏପରି ଅଛନ୍ତି ଯେଉଁମାନେ ବିଜେପିକୁ ପସନ୍ଦ କରନ୍ତି ନାହିଁ। ସଂଘର ସମସ୍ତ ଲୋକ ଖରାପ ନୁହଁନ୍ତି। କିଛି ଲୋକ ମଧ୍ୟ ଭଲ ଅଛନ୍ତି ଯେଉଁମାନେ ବିଜେପିକୁ ବିରୋଧ କରନ୍ତି। ଖୁବ୍ ଶୀଘ୍ର ସେମାନେ ନିଜର ନୀରବତା ଭଙ୍ଗ କରିବେ। 

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ବାବଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee) ରଖିଥିବା ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi)। ଏନେଇ ସେ କହିଛନ୍ତି ଯେ ମମତା ବାନାର୍ଜୀ କେତେ ଦିନ ପର୍ଯ୍ୟନ୍ତ ଭାରତ (India) ଏବଂ ପଶ୍ଚିମବଙ୍ଗ (West Bengal) ଲୋକଙ୍କୁ ବୋକା ବନାଇବ। ମମତା ବାନାର୍ଜୀ ସଂଘକୁ ପ୍ରଶଂସା କରୁଛନ୍ତି ହେଲେ ତାଙ୍କ ଦଳ ତୃଣମୂଳ କଂଗ୍ରେସରେ (Trinamool Congress) ଯେଉଁ ମୁସଲମାନ ନେତା (TMC Muslim Leader) ଅଛନ୍ତି ତାଙ୍କର ଅବସ୍ଥା କ'ଣ ହେବ। ଆପଣ ନରେନ୍ଦ୍ର ମୋଦିଙ୍କୁ (Narendra Modi) କେଉଁ ବିକଳ୍ପ ଦେବେ? ହଠାତ୍ ଏପରି ପ୍ରେମ ସୃଷ୍ଟି ହୋଇଗଲା। ପୂର୍ବରୁ ସେ ଥରେ ସଂଘର ପ୍ରଶଂସା କରି ସାରିଛନ୍ତି। ଏହାର ଅର୍ଥ ହେଉଛି ଆରମ୍ଭରୁ ସେମାନଙ୍କ ମଧ୍ୟରେ ବୁଝାମଣା ରହିଛି। ତାଙ୍କ ଆଖିରୁ ଧର୍ମନିରପେକ୍ଷତାର (Secularism) ଆବରଣ ହଟିଯାଇଥିବା ଜଣାପଡୁଛି।

ଗତ ୨୦୦୩ ବର୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଦେଶଭକ୍ତ ବୋଲି କହିଥିଲେ। ଏହାର ପ୍ରତିବଦଳରେ ଆରଏସଏସ (RSS) ତାଙ୍କୁ ମାଆ ଦୁର୍ଗା ବୋଲି କହିଥିଲା। ଆରଏସଏସ ହିନ୍ଦୁ ରାଷ୍ଟ୍ର (Hindu Rashtra) ଚାହୁଁଛି। ଯାହାର ଇତିହାସ ମୁସଲମାନ ବିରୋଧୀ (Anti Muslim RSS) ଘୃଣା ଅପରାଧରେ ପରିପୂର୍ଣ୍ଣ। ଗୁଜୁରାଟ ନରସଂହାର (Gujarat Massacre) ପରେ ସେ ସଂସଦରେ ବିଜେପି ସରକାରକୁ (BJP Govt) ରକ୍ଷା କରିଥିଲେ। ମୁଁ ଆଶା କରୁଛି ତୃଣମୂଳ କଂଗ୍ରେସର ମୁସଲମାନ ନେତା ତାଙ୍କର ସଚ୍ଚୋଟତା ଏବଂ ସ୍ଥିରତା ପାଇଁ ତାଙ୍କୁ ପ୍ରଶଂସା କରିବେ।

Also Read: 'ପିଏମ ମୋଦି-ମମତା ବାନାର୍ଜୀ ହେଉଛନ୍ତି ଭାଇଭଉଣୀ'

 

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଏପରି ଅନେକ କର୍ମକର୍ତ୍ତା ଏପରି ଅଛନ୍ତି ଯେଉଁମାନେ ବିଜେପିକୁ ପସନ୍ଦ କରନ୍ତି ନାହିଁ। ସଂଘର ସମସ୍ତ ଲୋକ ଖରାପ ନୁହଁନ୍ତି। କିଛି ଲୋକ ମଧ୍ୟ ଭଲ ଅଛନ୍ତି ଯେଉଁମାନେ ବିଜେପିକୁ ବିରୋଧ କରନ୍ତି। ଖୁବ୍ ଶୀଘ୍ର ସେମାନେ ନିଜର ନୀରବତା ଭଙ୍ଗ କରିବେ। ସଂଘ ପୂର୍ବରୁ ଏତେ ଖରାପ ନଥିଲା। 

ଗତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଏକ ଦଳୀୟ ସଭାକୁ ସମ୍ବୋଧିତ କରିବା ବେଳେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ। ଦୁଇ ଜଣଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ନିଜର ବୟାନବାଜି ମାଧ୍ୟମରେ ଉଭୟେ ପଶ୍ଚିମବଙ୍ଗବାସୀଙ୍କୁ ମୁର୍ଖ ବନାଇବାକୁ ଚାହୁଁଛନ୍ତି।