AIMIM Chief Asaduddin Owaisi: ମୁଁ ସେମାନଙ୍କ ବିଚାରଧାରା ବିରୋଧରେ ରହିଛି ହେଲେ...
Advertisement
Article Detail0/zeeodisha/odisha1371873

AIMIM Chief Asaduddin Owaisi: ମୁଁ ସେମାନଙ୍କ ବିଚାରଧାରା ବିରୋଧରେ ରହିଛି ହେଲେ...

ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ସେ ପୂର୍ବରୁ ପିଏଫଆଇ ଭଳି ସଙ୍ଗଠନର ବିଚାରଧାରା ବିରୋଧରେ ରହିଛି। ହେଲେ ଏହି ସଙ୍ଗଠନ ଉପରେ ଲଗା

AIMIM Chief Asaduddin Owaisi: ମୁଁ ସେମାନଙ୍କ ବିଚାରଧାରା ବିରୋଧରେ ରହିଛି ହେଲେ...

Asaduddin Owaisi on PFI Ban: ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ସେ ପୂର୍ବରୁ ପିଏଫଆଇ ଭଳି ସଙ୍ଗଠନର ବିଚାରଧାରା ବିରୋଧରେ ରହିଛି। ହେଲେ ଏହି ସଙ୍ଗଠନ ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ସମର୍ଥନ କରୁନାହିଁ।

ଏହି ପ୍ରସଙ୍ଗରେ ଟ୍ୱିଟ କରି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି (AIMIM Chief Asaduddin Owaisi) କହିଛନ୍ତି ଖାଜା ଅଜମେରୀ ବିସ୍ଫୋରଣ ଘଟଣାରେ (Ajmer Dargah Bomb Blast) ଅପରାଧୀଙ୍କ ସହ ଜଡିତ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇ ନ ଥିବା ବେଳେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ଭଳି ସଙ୍ଗଠନ ଉପରେ କାହିଁକି ନିଷେଧାଦେଶ ଜାରି କରାଯାଇଛି? କେନ୍ଦ୍ର ସରକାର (Govt of India) କାହିଁକି ଦକ୍ଷିଣପନ୍ଥୀ ସଙ୍ଗଠନ (Right Wing Organizations) ଉପରେ ପ୍ରତିବନ୍ଧକ ଲଗାଇଲେ ନାହିଁ? 

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଆହୁରି କହିଛନ୍ତି ଯେ, ସେ ପିଏଫଆଇ (PFI) ଭଳି ସଙ୍ଗଠନର ବିଚାରଧାରାକୁ ସର୍ବଦା ବିରୋଧ କରିଆସୁଛି ଏବଂ ଗଣତାନ୍ତ୍ରିକ ଆଭିମୁଖ୍ୟକୁ ସମର୍ଥନ କରିଛି। ହେଲେ ମୁଁ ପିଏଫଆଇ ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ସମର୍ଥନ କରୁନାହିଁ। ଅଳ୍ପ ଲୋକଙ୍କ ଅପରାଧର ଅର୍ଥ ଏହା ନୁହେଁ ଯେ ସମଗ୍ର ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। 

ପିଏଫଆଇ ଭଳି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization) ଏବଂ ଏହାର ଅନୁବନ୍ଧିତ ସଂସ୍ଥାକୁ ନିଷିଦ୍ଧ କରିବାର ନିଷ୍ପତ୍ତିକୁ ଆଜମେର ଦରଘା ଆଧ୍ୟାତ୍ମିକ ପ୍ରମୁଖ ଜେନୁଲ ଆବେଦିନ୍ ଅଲି ଖାନ (Ajmer Sharif Dargah Dewan Syed Zainul Abedin Ali Khan) ସ୍ୱାଗତ କରିଛନ୍ତି। ଆଇନ ଅନୁଯାୟୀ ଆତଙ୍କବାଦକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ସମସ୍ତେ ଏହାକୁ ସ୍ୱାଗତ କରିବା ଆବଶ୍ୟକ। 

ପିଏଫଆଇ ଉପରେ ହୋଇଥିବା ପ୍ରତିବନ୍ଧକକୁ ସୁଫି ଖାନକାହା ଆସୋସିଏସନ (Sufi Khanqah Association) ମଧ୍ୟ ସ୍ୱାଗତ କରିଛି। ଏନେଇ ସଙ୍ଗଠନ ସଭାପତି କୌସର ହାସନ ମଜିଦି (Sufi Khanqah Association) କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟ (Muslim Community) ଏକଥା ବୁଝିବା ଆବଶ୍ୟକ ଯେ ପିଏଫଆଇ ଭଳି ସଙ୍ଗଠନ ହେଉଛି ଦେଶ ବିରୋଧୀ। ଲୋକେ ଏହି ସଙ୍ଗଠନ ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ବିରୋଧ କରିବା ଠିକ ନୁହେଁ। ବିଗତ କିଛି ବର୍ଷ ଧରି ସୁଫି ଖାନକାହା ଆସୋସିଏସନ କ୍ରମାଗତ ଭାବରେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଥିଲା। ଏନେଇ ସଙ୍ଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା।

Also Read: NIA ED Raid: ପିଏଫଆଇ ସମର୍ଥନରେ ଆସିଲେ ସମାଜବାଦୀ ପାର୍ଟି ସାଂସଦ ସଫିକୁର ରେହମାନ ବର୍କ

ପୂ୍ର୍ବରୁ ପିଏପଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା ଚଢାଉ ଉପରେ ପ୍ରତିକ୍ରିୟା ରଖି ଏହା ଉପରେ ପ୍ରଶ୍ନ ଉଠାଇଥିଲେ ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ। ଏନେଇ ସେ କହିଛନ୍ତି ପିଏଫଆଇ ହେଉଛି ଏକ ସାମାଜିକ ସଙ୍ଗଠନ। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ କରାଯିବା ହେଉଛି ଅତ୍ୟାଚାର। ପିଏଫଆଇ ସଙ୍ଗଠନକୁ ସେ ମୁସଲମାନଙ୍କ ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି। 

ଉତ୍ତର ପ୍ରଦେଶ (Uttar Pradesh) ସମ୍ଭଲ ଲୋକସଭା ଆସନର (Sambhal Lok Sabha Constituency) ସମାଜବାଦୀ ପାର୍ଟି (Samajwadi Party) ଏସପି ସାଂସଦ ଶଫିକୁର୍ର ରେହମାନ ବର୍କ (SP MP Shafiqur Rahman Barq) କହିଛନ୍ତି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ହେଉଛି ଏକ ଅନୁଷ୍ଠାନ। ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଏନଆଇଏ-ଇଡି  ଦ୍ୱାରା ଚଢାଉ କରାଯାଇ ପିଏଫଆଇ (NIA ED raid against PFI) ବିରୋଧରେ ଅତ୍ୟାଚାର କରାଯାଉଛି। ସେମାନଙ୍କର ଅପରାଧ କ’ଣ? ଏହା ହେଉଛି ଏକ ଦଳ। ସେମାନେ ଏକ ସଂସ୍ଥା ଚଳାଉଛନ୍ତି। ଏହା ଏକ କାର୍ଯ୍ୟକ୍ରମ। ତାଙ୍କ ଟଙ୍କା ଏବଂ ତାଙ୍କ ଦଳ ସେମାନଙ୍କ ଦ୍ୱାରା କରା ଯାଉଥିବା କାର୍ଯ୍ୟକ୍ରମ ପରିଚାଳନା କରିଥାନ୍ତି। ସେମାନଙ୍କର ଅପରାଧ କ’ଣ? ସେମାନଙ୍କୁ କାହିଁକି ଗିରଫ କରାଯାଉଛି?

ଏନଆଇଏ ଦ୍ୱାରା କରା ଯାଇଥିବା ଚଢାଉ ଉପରେ ପ୍ରଶ୍ନ ଉଠାଇ ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି ଯେ ପିଏଫଆଇ ପାଖରୁ କାହା ପାଇଁ ବିପଦ ଅଛି? ସୋମନଙ୍କ ପାଖରୁ କ'ଣ ଏହି ଦେଶ କିମ୍ବା କୌଣସି ଦଳ ପାଇଁ କୌଣସି ବିପଦ ରହିଛି? ଦେଶ ଭିତରେ କେତେ ଦଳ ଅଛନ୍ତି। ଏହା ହେଉଛି ସରକାର। ରାଜନୀତି ଯାହାକୁ ଚାହିଁବ ତାକୁ ଗିରଫ କରିବ। ହେଲେ ଏହି ପଦ୍ଧତି ଠିକ ନୁହେଁ। କେଉଁ ଆଧାରରେ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଛି? ତାଙ୍କର ଅପରାଧ କ’ଣ? ସେମାନେ ମୁସଲମାନଙ୍କ ପାଇଁ ଯୁଦ୍ଧ ଲଢୁଛନ୍ତି? ତାଙ୍କର ଅପରାଧ କ’ଣ?