ପ୍ରଥମ ଭାଙ୍ଗିଲା ମେଣ୍ଟ ଏବେ ଦଳରେ ଫାଟ, ଆମ୍ ଆଦମୀ ପାର୍ଟିର ଏହି ବଡ଼ ନେତା ଛାଡ଼ିଲେ ପାର୍ଟି
Advertisement
Article Detail0/zeeodisha/odisha1357659

ପ୍ରଥମ ଭାଙ୍ଗିଲା ମେଣ୍ଟ ଏବେ ଦଳରେ ଫାଟ, ଆମ୍ ଆଦମୀ ପାର୍ଟିର ଏହି ବଡ଼ ନେତା ଛାଡ଼ିଲେ ପାର୍ଟି

Gujarat Assembly Elections 2022: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି (BJP) ଓ କଂଗ୍ରେସ (Congress) ତରଫରୁ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିସାରିଛି । ଟିକେଟ୍ ବଣ୍ଟନ ସହିତ ଦଳକୁ ମଧ୍ୟ ଦାବିଦାରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ୁଛି ।

ପ୍ରଥମ ଭାଙ୍ଗିଲା ମେଣ୍ଟ ଏବେ ଦଳରେ ଫାଟ, ଆମ୍ ଆଦମୀ ପାର୍ଟିର ଏହି ବଡ଼ ନେତା ଛାଡ଼ିଲେ ପାର୍ଟି

ଅହମ୍ମଦାବାଦ: Gujarat Assembly Elections 2022: ଗୁଜୁରାଟ ବିଧାନସଭା ନିର୍ବାଚନକୁ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରସ୍ତୁତିରେ ଲାଗିଛି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ୍ର କେଜ୍ରିୱାଲ (Arvind Kejriwal) ଲଗାତର ଗୁଜୁରାଟ ଗସ୍ତ କରୁଛନ୍ତି । ମୋଦି-ଶାହଙ୍କ ଗଡ଼ରେ ହୁଙ୍କାର ଭରୁଛନ୍ତି । ଅନ୍ୟପଟେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଠିନ ପରିଶ୍ରମ କରୁଥିବା ଆମ୍ ଆଦମୀ ପାର୍ଟି (AAP) କୁ ଅହମ୍ମଦାବାଦରେ ଏକ ବଡ଼ ଧରଣର ଝଟକା ଲାଗିଛି । କାର୍ଯ୍ୟକର୍ତ୍ତାମାନଙ୍କୁ ଅଣଦେଖା କରି ଟଙ୍କାବାଲାଙ୍କୁ ଟିକେଟ୍ ବଣ୍ଟନ କରୁଥିବା ଅଭିଯୋଗ କରି ଅହମ୍ମଦାବାଦର ଆପ୍ ଉପାଧ୍ୟକ୍ଷ (Ahmedabad AAP Vice President) ଶାକିର ଶେଖ (Shakir Sheikh) ଇସ୍ତଫା ଦେଇଛନ୍ତି । କଲ୍ପେଶ ପଟେଲଙ୍କୁ ଟିକେଟ ଦେବା ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଟଙ୍କା ଆଧାରରେ ସେ ପ୍ରାର୍ଥୀପତ୍ର ପାଇଛନ୍ତି । AAP ରେ ଫାଟ ଏହି ଖବର ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ଦଳର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦରେ ଦୁଇ ଦିନ ରହିବା ପରେ ଫେରି ଆସିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଟ୍ରାଇବଲ ପାର୍ଟି (BTB) ଏଏପି ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି।

ଗୁଜୁରାଟରେ ଭାରତୀୟ ଜନତା ପାର୍ଟି (BJP) ଓ କଂଗ୍ରେସ (Congress) ତରଫରୁ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିସାରିଛି । ଟିକେଟ୍ ବଣ୍ଟନ ସହିତ ଦଳକୁ ମଧ୍ୟ ଦାବିଦାରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ୁଛି । ଅହମ୍ମଦାବାଦର ଆପ୍ ଉପାଧ୍ୟକ୍ଷ ଶାକିର ଶେଖ ଖୋଲାଖୋଲି ଭାବେ ଅହମ୍ମଦାବାଦର ଭେଜଲପୁର ଆସନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ଅନେକ ଅଭିଯୋଗ କରି ଇସ୍ତଫା ଘୋଷଣା କରିଛନ୍ତି । ଟଙ୍କା ଆଧାରରେ କଲପେଶ ଟିକେଟ୍ ପାଇଛନ୍ତି ବୋଲି ଶାକିର ଅଭିଯୋଗ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, AAP ନିଜର ପ୍ରସଙ୍ଗରୁ ଦୂରେଇ ଯାଉଛି ।

ଶେଖ କହିଛନ୍ତି ଯେ, କାର୍ଯ୍ୟକର୍ତ୍ତାମାନଙ୍କୁ ଅଣଦେଖା କରି ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯାଇଛି । କଲପେଶ ପଟେଲ ଜଣେ ଆପ୍ କର୍ମୀ ନୁହଁନ୍ତି, କିନ୍ତୁ ଟଙ୍କା ଆଧାରରେ ସେ ଟିକେଟ୍ ପାଇଛନ୍ତି । ଆପଣ ଅହମ୍ମଦାବାଦରେ ଗୋଟିଏ ବି ସିଟ୍ ପାଇବେ ନାହିଁ । ଆହୁରି ଅନେକ ନେତା, କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ଅଛନ୍ତି, ଯେଉଁମାନେ ଆଗାମୀ ଦିନରେ ଇସ୍ତଫା ଦେବେ । ଆମ୍ ଆଦମୀ ପାର୍ଟି ଗୁଜରାଟରେ ସରକାର ଗଠନ କରିବା ସ୍ଥିତିରେ ନାହିଁ ଓ କେବଳ ୮-୧୦ ଆସନ ଜିତିପାରିବ ।

ଅଧିକ ପଢ଼ନ୍ତୁ:-ଯୁଦ୍ଧର ୭ ମାସ ପରେ ଶେଷରେ ପୁଟିନ ଖୋଲିଲେ ରହସ୍ୟ, କହିଲେ କ'ଣ ହାସଲ କରି ବନ୍ଦ କରିବେ ୟୁକ୍ରେନ ଯୁଦ୍ଧ

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶର ଏହି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ନୀତିଶ କୁମାର!

ଅଧିକ ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା, ଏହି ଦଳ ଛାଡ଼ିଲା ସାଥ୍

ସୂଚନାଯୋଗ୍ୟ, ପ୍ରାୟ ୪ ମାସ ପୂର୍ବେ ଆପ୍ ସହିତ ମେଣ୍ଟ ଘୋଷଣା କରିଥିବା ଭାରତୀୟ ଟ୍ରାଇବଲ ପାର୍ଟି (BTP) ବିଗତ ଦିନରେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି । ଆଦିବାସୀ ଅଞ୍ଚଳରେ ଭଲ ପ୍ରଭାବ ପକାଉଥିବା ଦଳ ଏପରି ଏକ ସମୟରେ ଏହି ଘୋଷଣା କରିଛି ଯେତେବେଳେ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ନିର୍ବାଚନୀ ପ୍ରଚାର ଜୋରସୋରରେ କରୁଛନ୍ତି । ଯେତେବେଳେ ବିଟିପି ନେତା ଛତୁଭାଇ ଭସାଭା ନିଜେ AAP ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଥିଲେ, ସେତେବେଳେ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେ ଭାରତୀୟ ଜନତା ପାର୍ଟି (BJP) ସହ ଯାଉନାହାଁନ୍ତି ।

BTP ମେଣ୍ଟ ଭାଙ୍ଗି କହିଛି ଯେ, ଯଦି ଦଳ AAP ସହିତ ମେଣ୍ଟ ଜାରି ରଖିଥାନ୍ତେ ତେବେ ତାର ସଂଗଠନକୁ କ୍ଷତି ସହିବାକୁ ପଡ଼ିଥାନ୍ତା । କୁହାଯାଇଛି ଯେ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ଓ ତାଙ୍କ ଦଳ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି । ଏକାକୀ ବିଧାନସଭା ନିର୍ବାଚନରେ ​​ଲଢ଼ିବା ଘୋଷଣା କରି ଛତୁଭାଇ ଭସାଭା କହିଛନ୍ତି ଯେ, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି ଓ ଆମେ କୌଣସି ଟୋପିୱାଲା ସହିତ ଜଡିତ ହେବାକୁ ଚାହୁଁ ନାହୁଁ, ସେ ଗେରୁଆ ହେଉ ଅବା ଝାଡ଼ୁ ଚିହ୍ନ ସହ ଧଳା ଟୋପି । ଏମାନେ ସମସ୍ତେ ସମାନ । ଏହି ଦେଶ ପଗଡି ପିନ୍ଧୁଥିବା ବ୍ୟକ୍ତିଙ୍କର ଅଟେ ଓ ଆଦିବାସୀଙ୍କ ସମସ୍ୟାକୁ ସବୁ ଦଳ ଅଣଦେଖା କରିଆସୁଛି ।