Congress President: ସଭାପତି ଯିଏବି ହେଉ ନା କାହିଁକି, ରିମୋଟ୍ କଣ୍ଟ୍ରୋଲ୍ ଗାନ୍ଧୀ ପରିବାର ସହିତ ରହିବ କି ? ଯାଣନ୍ତୁ କଣ କହୁଛି ସର୍ଭେ?
Advertisement

Congress President: ସଭାପତି ଯିଏବି ହେଉ ନା କାହିଁକି, ରିମୋଟ୍ କଣ୍ଟ୍ରୋଲ୍ ଗାନ୍ଧୀ ପରିବାର ସହିତ ରହିବ କି ? ଯାଣନ୍ତୁ କଣ କହୁଛି ସର୍ଭେ?

Congress President: ସଭାପତି ନିର୍ବାଚନ ଲାଗି କଂଗ୍ରେସରେ ରାଜନୈତିକ ଗତିବିଧି ଆରମ୍ଭ ହୋଇଯାଇଛି । ପଦବୀ  ନିମନ୍ତେ ଆଗ୍ରହୀ ପ୍ରାର୍ଥୀଙ୍କ ନିମନ୍ତେ ନୋମିନେସନ ଆଜିଠାରୁ ଆରମ୍ଭ ହୋଇଯାଇଛି । କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନୋମିନେସନ ଦାଖଲ କରିପାରିବେ।

Congress President: ସଭାପତି ଯିଏବି ହେଉ ନା କାହିଁକି, ରିମୋଟ୍ କଣ୍ଟ୍ରୋଲ୍ ଗାନ୍ଧୀ ପରିବାର ସହିତ ରହିବ କି ? ଯାଣନ୍ତୁ କଣ କହୁଛି ସର୍ଭେ?

Congress President: ସଭାପତି ନିର୍ବାଚନ ଲାଗି କଂଗ୍ରେସ(Election of Congress President)ରେ ରାଜନୈତିକ ଗତିବିଧି ଆରମ୍ଭ ହୋଇଯାଇଛି । ପଦବୀ  ନିମନ୍ତେ ଆଗ୍ରହୀ ପ୍ରାର୍ଥୀଙ୍କ ନିମନ୍ତେ ନୋମିନେସନ ଆଜିଠାରୁ ଆରମ୍ଭ ହୋଇଯାଇଛି । କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନୋମିନେସନ ଦାଖଲ କରିପାରିବେ। ତେବେ ଇତିମଧ୍ୟରେ କଂଗ୍ରେସ ସଭାପତି ପଦ ନିମନ୍ତେ ଆଗ୍ରହୀ ତଥା ବରିଷ୍ଠ ନେତା ଓ ସାଂସଦ ଶଶି ଥରୁର ଶନିବାର ତାଙ୍କ ପ୍ରତିନିଧିଙ୍କୁ ପଠାଇ ପ୍ରାର୍ଥୀପତ୍ର ସଂଗ୍ରହ କରିନେଇଛନ୍ତି। ଥରୁରଙ୍କ ପ୍ରତିନିଧି ୫ ସେଟ୍ ପ୍ରାର୍ଥୀପତ୍ର ମାଗିଥିବା ବେଳେ ତାଙ୍କୁ ସେତିକି ସଂଖ୍ୟକ ପ୍ରାର୍ଥୀପତ୍ର ପ୍ରଦାନ କରାଯାଇଛି ।

ତେବେ କଂଗ୍ରେସ ସଭାପତି ପଦ ବିଷୟରେ କେରଳ(Kerala)ରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ(Rahul Gandhi) ନୂତନ ସଭାପତିଙ୍କୁ ଏକ ଆଗୁଆ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ, ଯିଏ କଂଗ୍ରେସର ସଭାପତି ହେବ ସେ ମନେ ରଖିବା ଉଚିତ ଯେ ସେ ଏକ ଆଦର୍ଶ, ବିଶ୍ୱାସ ,ବ୍ୟବସ୍ଥା ଏବଂ ଭାରତର ଏକ ଦର୍ଶନକୁ ପ୍ରତିନିଧିତ୍ୱ କରୁଛନ୍ତି । ସେ କହିଛନ୍ତି ଯେ ଏହା ଏକ ସାଂଗଠନିକ ନୁହେଁ ବରଂ ଏକ ଆଦର୍ଶଗତ ପଦବୀ । ତେବେ ଏହାଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କଲାପରେ ଦଳରୁ ଗାନ୍ଧୀ ପରିବାର ବାହାରେ ସଭାପତି ହେବାନେଇ ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ କଂଗ୍ରେସ ଦଳ ୨୦୨୪ ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଭାରତ ଯୋଡୋ ଯାତ୍ରା(Bharat Jodo Yatra) କରୁଛି । ଗତ ଦୁଇଟି ଲୋକସଭା ନିର୍ବାଚନରେ ରାଜନୈତିକ ନିର୍ବାସନର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି। ଏହା ସହିତ ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ ସଭାପତିଙ୍କୁ ନିର୍ବାଚନ କରିବା ପାଇଁ କଂଗ୍ରେସରେ ମଧ୍ୟ ପ୍ରକ୍ରିୟା ଚାଲିଛି । ଗାନ୍ଧୀ ପରିବାର ବାହାରୁ ସଭାପତି ହେବା ନେଇ କୁହାଯିବାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ସଭାପତି ଯିଏବି ହେଉ ନା କାହିଁକି, ରିମୋଟ୍ କଣ୍ଟ୍ରୋଲ୍ ଗାନ୍ଧୀ ପରିବାର ସହିତ ରହିବ କି ? ଏହାର ଉତ୍ତର ଯାଣିବାପାଇଁ କରାଯାଇଥିବା ସର୍ଭେରେ କିନ୍ତୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ,ଗୋଟିଏ ବେସରକାରୀ ସର୍ଭେସଂସ୍ଥା  ସି ଭୋଟର(C Voters) ସର୍ଭେ କରି ଲୋକଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା ।

ସର୍ଭେରେ ଏହା ପଚରାଯାଇଥିଲା ଯେ ଯିଏ କଂଗ୍ରେସ ସଭାପତି ଯେ କେହି ବି ହୁଅନ୍ତୁ, କିନ୍ତୁ ରିମୋଟ କଣ୍ଟ୍ରୋଲ ଗାନ୍ଧୀ ପରିବାର(Gandhi family) ସହିତ ରହିବ କି(remote control remain with the Gandhi family)? ସର୍ବେକ୍ଷଣର ଉତ୍ତରରେ ୬୫ ପ୍ରତିଶତ ଲୋକ " ହଁ" ଉତ୍ତର ଦେଇଥିବାବେଳେ ୩୫ ପ୍ରତିଶତ ଲୋକ ଏହା ବିଷୟରେ କହିବାକୁ ମନା କରି ଦେଇଛନ୍ତି।

କଂଗ୍ରେସ ସଭାପତି ଯେ କେହି ବି ହୁଅନ୍ତୁ, କିନ୍ତୁ ରିମୋଟ କଣ୍ଟ୍ରୋଲ ଗାନ୍ଧୀ ପରିବାର ସହିତ ରହିବ କି?

୧- ହଁ - ୬୫%
୨- ନିରୁତ୍ତର - ୩୫%

ସଭାପତି ପଦ ପାଇଁ କିଏ ଦୌଡ଼ରେ ଅଛନ୍ତି?

କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ପାଇଁ ଅଶୋକ ଗେହଲଟ(Ashok Gehlot)ଙ୍କ ନାମ ସର୍ବାଗ୍ରେ ରହିଛି । ବିଶ୍ୱାସ କରାଯାଏ ଯେ ରାଜସ୍ଥାନ ସିଏମ ଅଶୋକ ଗେହଲଟ ଗାନ୍ଧୀ ପରିବାରର ଜଣେ ଭରଷାଯୋଗ୍ୟ ଏବଂ ସେ ସଭାପତି ପଦ ପାଇଁ ପ୍ରଥମ ପସନ୍ଦ। ଏହା ସହିତ ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁର(Thiruvananthapuram MP Shashi Tharoor )ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ସେ ସଭାପତି ପଦ ପାଇଁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ବିଶ୍ୱାସ ରହିଛି । ତେବେ ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ  ପର୍ଯ୍ୟନ୍ତ ନୋମିନେସନ ପ୍ରକ୍ରିୟା ଜାରି ରହିବ। ୩୦ ସେପ୍ଟେମ୍ବର ପ୍ରାର୍ଥୀପତ୍ର ଦାଖଲ ପରେ ଅକ୍ଟୋବର ୧ ତାରିଖ ଦିନ ଯାଞ୍ଚ ହେବ । ଅକ୍ଟୋବର ୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିବାବେଳେ  ପ୍ରତ୍ୟାହାର ପରେ ଏକାଧିକ ପ୍ରାର୍ଥୀ ରହିଲେ ଅକ୍ଟୋବର ୧୭ ତାରିଖ ଦିନ ନିର୍ବାଚନ ହେବ ଓ ୧୯ ତାରିଖ ଦିନ ଫଳାଫଳ ଘୋଷଣା ହେବ।