BJP And AAP: 'ଏକ କଚ୍ଚୋଡି ଦୋ ସମୋସା, ଭାଜପା ତେରେ ଜିରୋ ଭରୋଷା' ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ଜାଣନ୍ତୁ...
Advertisement

BJP And AAP: 'ଏକ କଚ୍ଚୋଡି ଦୋ ସମୋସା, ଭାଜପା ତେରେ ଜିରୋ ଭରୋଷା' ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ଜାଣନ୍ତୁ...

Gujarat Politics: ଆଜି ଆମ ଆଦମି ପାର୍ଟିର ଗୋଟିଏ କଥାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଆଉ ଏହା ହେଉଛି 'ଏକ କଚ୍ଚୋଡି ଦୋ ସମୋସା, ଭାଜପା ତେରେ ଜିରୋ ଭରୋଷା'। ଆମ ଆଦମି ପାର୍ଟିର ଚର୍ଚ୍ଚିତ ନେତା ରାଘବ ଚଢାଙ୍କୁ ଗୁଜୁରାଟର ନିର୍ବାଚନ ପାଇଁ ତାଙ୍କୁ ଆପର ସହ ପ୍ରଭାରୀ ଦାୟିତ୍ବ ମିଳିବି ପରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଗୁଜରାଟରେ ପହଞ୍ଚିଥିଲେ।

BJP And AAP: 'ଏକ କଚ୍ଚୋଡି ଦୋ ସମୋସା, ଭାଜପା ତେରେ ଜିରୋ ଭରୋଷା' ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ଜାଣନ୍ତୁ...

Gujarat Politics: ଆଜି ଆମ ଆଦମି ପାର୍ଟିର (AAP) ଗୋଟିଏ କଥାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଆଉ ଏହା ହେଉଛି 'ଏକ କଚ୍ଚୋଡି ଦୋ ସମୋସା, ଭାଜପା ତେରେ ଜିରୋ ଭରୋଷା'। ଆମ ଆଦମି ପାର୍ଟିର ଚର୍ଚ୍ଚିତ ନେତା ରାଘବ ଚଢା (Raghav Chadha)ଙ୍କୁ ଗୁଜୁରାଟର ନିର୍ବାଚନ ପାଇଁ ତାଙ୍କୁ ଆପର ସହ ପ୍ରଭାରୀ ଦାୟିତ୍ବ ମିଳିବି ପରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଗୁଜରାଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ବିଜେପି ଉପରେ ଯେଉଁଭଳି ଭାବେ ଡାଏଲଗ ବ୍ୟବହାର କରିଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଗୁଜରାଟ ନିର୍ବାଚନ (Gujarat Election)ରେ ଆପ ଯେଉଁଭଳି ଷ୍ଟ୍ରାଟେଜିରେ ନିଜର ନିର୍ବାଚନ କାର୍ଯ୍ୟକ୍ରମକୁ ଆଗେଇ ନେଉଛି ଏଥିରୁ ଜଣାପଡୁଛି, ବିଜେପିକୁ ଟକ୍କର ଦେଲା ଭଳି ଯଦି ଗୁଜୁରାଟରେ କିଏ ଉଭା ହୋଇଛି ତା ହେଲେ ସିଏ ହେଉଛି ଆପ୍ (AAP)। 

ଯଦି କଂଗ୍ରେସର କଥା ଆମେ ଚିନ୍ତା କରିବା ତେବେ ଏହା ନାଁକୁ ମାତ୍ର ଏକ ଦଳ ହୋଇଯାଇଛି। ପଞ୍ଜାବରେ ଆପ ନିର୍ବାଚନ ଜିତି ସରକାର ଗଢିବା ପରେ ଗୁଜରାଟରେ ନିଜର ପୂର୍ବ ଷ୍ଟ୍ରାଟେଜିକୁ ଅନୁସରଣ କରି ବିଜେପି ଉପରେ ଭୟଙ୍କର ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ରାଜନୀତିର ଏନ୍ତୁଡିଶାଳ କୁହାଯାଉଥିବା ଗୁଜରାଟକୁ ଅନ୍ୟ କେଉଁ ଦଳ ନିଜ କବ୍ଜାକୁ ନେବା ଅସମ୍ଭ ପରି ମନେହୁଏ। କିନ୍ତୁ, ବର୍ତ୍ତମାନ କ୍ଷେତ୍ରରେ ଆପ୍ ତାହାର ମୁଖିଆ ସେନାପତି ମାନଙ୍କୁ ଗୁଜରାଟ ପଠାଇ ବିଜେପି ସରକାର ଉପରେ ସାଂଘାତିକ ଆକ୍ରଣ ଆରମ୍ଭ କରି ଦେଇଛି। ମୁକ୍ତ ବିଜୁଳି, ମୁକ୍ତ ଜଳ ଭଳି ମୌଳିକ ଆବଶ୍ୟକତାକୁ ନିଜର ମୁଖ୍ୟ ଅସ୍ତ୍ର ଭାବେ ପ୍ରୟୋଗ କରି ଜବରଦସ୍ତ ଡାଏଲଗରେ ଆପ୍ ନିର୍ବାଚନର ଉଷ୍ଣତାକୁ ଆହୁରି ବଢାଇ ଦେଉଛି। ଏହା ମଧ୍ୟରେ ରାଘବ ଚଢାଙ୍କର ଫିଲ୍ମ ଷ୍ଟାଇଲ ଡାଏଲଗ 'ଏକ କଚ୍ଚୋଡି ଦୋ ସମୋସା, ଭାଜପା ତେରେ ଜିରୋ ଭରୋଷା' ଗୁଜରାଟର ଗଣମାଧ୍ୟମ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସୋସିଆଲ ମିଡିଆରେ ସୋରିଷ ଫୁଲ ପରି ଛାଇଯାଇଛି।  

ତେବେ ଆପର ଆକ୍ରମଣକୁ ବିଜେପି (BJP) ତାର ସେନାପତି ବା ମୁଖ୍ୟ ସେନାପତିଙ୍କ ଦ୍ବାରା କିଭଳି ଭାବେ ପ୍ରତିହତ କରିବ ଏହା ଉପରେ ସମସ୍ତ ରାଜନୈତିକ ବିଶେଷଜ୍ଞଙ୍କ ନଜର। ସୁତରାଂ ଏ ସନ୍ଦର୍ଭରେ ଗୁଜରାଟରେ ଦୀର୍ଘ ଦିନ ଧରି ଶାସନ କରୁଥିବା ବିଜେପିକୁ କିପରି ଭାବେ ଏକ ସ୍ବତନ୍ତ୍ର ରଣନୀତି କରି ପରାସ୍ତ କରାଯିବ ସେନେଇ ଅରବିନ୍ଦ କେଜ୍ରିଓ୍ବାଲ ନିଜ ଚାଣକ୍ୟ ବୁଦ୍ଧିର ଉପଯୋଗ କରୁଛନ୍ତି। ଏହି ନୀତି ଆଧାରରେ ଆପ୍ ର ମୁଖ୍ୟ ବା ଆଗ ଧାଡିର ନେତା ରାଘବ ଚଢା ଗୁଜୁରାଟ ଜନତା (People Of Gujarat)ଙ୍କୁ କିପରି ଭାବେ ନିଜ ଆଡକୁ ଆକର୍ଷିତ କରିବେ, ସେନେଇ ବିଜେପି ଉପରେ ଗୋଟିଏ ପରେ ଗୋଟିଏ ରଣନୀତି ଆରମ୍ଭ କରୁଛନ୍ତି। ଏହି ମର୍ମରେ ରାଘବ ଚଢା ଆହୁରି କହିଛନ୍ତି ଯେ, ଗୁଜୁରାଟରେ ସରକାରୀ ଚାକିରି କରିଥିବା କର୍ମଚାରୀ ବିଷେଶ କରି ଗୃପ୍ ଡି, ଗୃପ୍ ସି ଏବଂ ଶିକ୍ଷା ସହାୟକ କର୍ମଚାରୀଙ୍କ ସହିତ ଅଙ୍ଗନଓ୍ବାଡି କର୍ମି ଓ ମୁନିସିପାଲିଟିର ପରିମଳ ଆଦି ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନିଜର ପରିବାର ଚଳାଇବାରେ ଅସକ୍ଷମ ହେଉଥିବା ନେଇ ସରକାର ଉପରେ ଆଦୌଁ ଖୁସି ନାହାନ୍ତି। ତେଣୁ, ସରକାରଙ୍କ ବିରୋଧରେ ଏକ ବିରୋଧର ମାହୋଲ ଦେଖିବାକୁ ମିଳୁଛି। ଯାହା ଆଗାମୀ ନିର୍ବାଚନ ଆପ ସପକ୍ଷରେ ଯିବ ବୋଲି ଆଲୋଚନା ହେଉଛି।