ଚବିଶ ନିର୍ବାଚନରେ ୪ ମୁଖ୍ୟମନ୍ତ୍ରୀଙ୍କ ୬ ଦାୟାଦ, ତୃତୀୟ ପିଢ଼ି ବି ପାଇଛନ୍ତି ସଫଳତା
Advertisement
Article Detail0/zeeodisha/odisha2212531

ଚବିଶ ନିର୍ବାଚନରେ ୪ ମୁଖ୍ୟମନ୍ତ୍ରୀଙ୍କ ୬ ଦାୟାଦ, ତୃତୀୟ ପିଢ଼ି ବି ପାଇଛନ୍ତି ସଫଳତା

ମୁଖ୍ୟମନ୍ତ୍ରୀଙ୍କ ଦାୟାଦ ଭାବେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ. ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖଙ୍କ ଦାୟାଦ ମାନେ ରାଜନୀତିକୁ ଆଗକୁ ନେଇଛନ୍ତି। 

Odisha Election 2024

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦାୟାଦମାନେ ଏବେ ନିର୍ବାଚନୀ ମଇଦାନରେ। ବଡ଼ କଥା ହେଲା ମଏମାନଙ୍କ ଭିତରୁ ଅଧିକାଂଶ ବିଜେଡି ବା ବିଜେପି ଟିକଟରେ ସେମାନେ ଲଢ଼ୁଛନ୍ତି। ନାଁଗୁଡ଼କୁ ଆଲୋଚନା କରିବାବେଳେ ପ୍ରଥମେ ସାମ୍ନାକୁ ଆସନ୍ତି ନବୀନ ପଟ୍ଟନାୟକ, ଯିଏ ୫ଥର ରାଜ୍ୟବାସୀଙ୍କ ଆସ୍ଥା ଜିତି ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଛନ୍ତି। ସେ ପୁଣିଥରେ ହିଞ୍ଜିଳି ଓ କଣ୍ଟାବାଂଜିରୁ ପ୍ରାର୍ଥୀ ହୋଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ଦାୟାଦ ଭାବେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ. ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖଙ୍କ ଦାୟାଦ ମାନେ ରାଜନୀତିକୁ ଆଗକୁ ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି, ହେମାନନ୍ଦ ବିଶ୍ୱାଳ, ନବୃଷ୍ଣ ଚୌଧୁରୀ, ଗିରିଧର ଗମାଙ୍ଗ, ବିରେନ ମିତ୍ର, ବିନାୟକ ଆଚାର୍ଯ୍ୟଙ୍କ କୌଣସି ଦାୟାଦ ଏଥର ନିର୍ବାଚନ ଲଢ଼ୁ ନାହାନ୍ତି। 

ବଲାଙ୍ଗୀର ରାଜ ପରିବାର ଏକଦା ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ବିସ୍ତାର କରିଥିଲେ। ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ହେବାର ସୌଭାଗ୍ୟ ପାଇଥିଲେ। ଚବିଶ ନିର୍ବାଚନରେ ଆରଏନ ସିଂହଦେଓଙ୍କ ପରିବାରରୁ କଳିକେଶ ସିଂହଦେଓ ବଲାଙ୍ଗୀର ବିଧାନସଭା ଆସନରୁ   ନିର୍ବାଚନ ଲଢୁଥିବାବେଳେ କନକବର୍ଦ୍ଧନ ସିଂହଦେଓ ପାଟଣାଗଡ଼ ଓ ସଂଗୀତା ସିଂହଦେଓ ବଲାଙ୍ଗୀର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। କଳିକେଶ ବିଜେଡି ଟିକଟରେ ନିର୍ବାଚନ ଲଢ଼ୁଥିବାବେଳେ ବିଜେପି ଟିକଟରେ ଲଢ଼ୁଛନ୍ତି କେଭି ଓ ସଂଗୀତା।  

ହରେକୃଷ୍ଣ ମହତାବଙ୍କ ଦାୟାଦ ହେଉଛନ୍ତି ଭର୍ତୃହରି ମହତାବ। କଟକରୁ ସେ ବିଜେଡ଼ି ଟିକେଟରେ ୬ ଥର ସାଂସଦ ମଧ୍ୟ ଥିଲେ। ଏବେ ସେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି। କଟକରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପାଇଛନ୍ତି।

ଜାନକୀ ପଟ୍ଟନାୟକଙ୍କ ଜାମାତା ସୌମ୍ୟରଞ୍ଜନ ପଟ୍ଟନାୟକ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ଏଥର ସେ ନିର୍ବାଚନୀ ମଇଦାନରୁ ଆଉଟ୍‌ ହୋଇ ଯାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭ ବେଗୁନିଆରୁ ଲଢ଼ିବାକୁ ଯାଉଛନ୍ତି। 

ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟଙ୍କ ପରେ ଏବେ ବିଷ୍ଣୁବ୍ରତ ତାଙ୍କ ବଂଶ ପରମ୍ପରେକୁ ଆଗକୁ ନେଇଛନ୍ତି। ପୂର୍ବରୁ ବାସୁଦେବପୁରରୁ ବିଧାୟକ ହୋଇଥିବା ବିଷ୍ଣୁବ୍ରତ ପୁଣିଥରେ ବିଜେଡି ଟିକେଟ ହାତେଇ ନେଇଛନ୍ତି।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଦାୟାଦ ତଥାଗତ ୨୦୧୯ରୁ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି। ସେହିପରି ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ଗତଥର ନିର୍ବାଚନ ଲଢ଼ିଥିବାବେଳେ ଏଥର କାହାକୁ ଟିକେଟ ମିଳିନାହିଁ। ଅପରପକ୍ଷରେ ନବକୃଷ୍ଣ ଚୌଧୁରୀ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟଙ୍କ ଲିଗାସୀ ମଧ୍ୟ ରାଜନୀତିରୁ ଆଉଟ୍‌ ହୋଇଯାଇଛନ୍ତି। ଏସବୁ ଭିତରେ ବଡ଼କଥାଟି ହେଉଛି, ଗିରିଧର ଗମାଙ୍ଗଙ୍କ ପରିବାରର ସମସ୍ତେ ନିର୍ବାଚନ ଲଢି ଆସୁଥିଲେବି ଚବିଶରେ ଗମାଙ୍ଗ ପରିବାରଙ୍କୁ ମଇଦାନରୁ ବାହାର କରିଦିଆଯାଇଛି ।