Advertisement
photoDetails0hindi

Youtuber Armaan Malik: ଅରମାନଙ୍କ ଦ୍ୱିତୀୟ ପତ୍ନୀ ତିନିତିନି ଥର ସାମ୍ନା କରିଛନ୍ତି ମିସ୍ କ୍ୟାରେଜ୍, ଜାଣନ୍ତୁ କାରଣ

Youtuber Armaan Malik News In Odia: ୟୁଟ୍ୟୁବର୍ ଅରମାନ ମଲିକଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ୍ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ସେ ତିନିଥର ଗର୍ଭପାତର ଯନ୍ତ୍ରଣା ଭୋଗିଛନ୍ତି। ୟୁଟ୍ୟୁବର୍ ଅରମାନ ମଲିକ୍ ଦୁଇଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ପାୟଲ ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ କ୍ରିତିକା ମଲିକ୍। ଅରମାନ ମଲିକ ୨୦୧୮ରେ ଦ୍ୱିତୀୟ ବିବାହ କରିଥିଲେ। କ୍ରିତିକା ପ୍ରଥମ ଥର ପାଇଁ ମା ହେବାକୁ ଯାଉଛନ୍ତି । ନିକଟରେ ସେ ଏକ ବଡି କୋନ୍ ଡ୍ରେସରେ ନିଜ ବେବି ବମ୍ପ ସହ ଫଟୋ ସେୟାର କରିଥିଲେ।

1/5

ବ୍ରାଉନ କଲରର ଏକ ବଡି ହ୍ୟାଙ୍ଗିଙ୍ଗ ଡ୍ରେସ ପିନ୍ଧି ସ୍ୱାମୀ ଅରମାନଙ୍କ ସହ ଫଟୋସୁଟ କରିଥିଲେ କ୍ରିତିକା ମଲିକ୍ । କ୍ରିତିକାଙ୍କ ମୁହଁରେ ମା ହେବାର ଝଲକ ସଫା ସଫା ଦେଖାଯାଉଥିଲା।

2/5

ଫଟୋ ସେୟାର କରିବାବେଳେ ଅରମାନ ମଲିକ କ୍ୟାପସନରେ ଲେଖିଥିଲେ ଯେ କିଛି ଦିନ 'ପରେ ନୂଆ ଅତିଥିମାନେ ଆମ ସହିତ ଆମ ଘରକୁ ଆସିବେ'।

3/5

ତେବେ ୟ୍ୟୁଟୁବର୍ ଅରମାନ ମଲିକ୍ ଙ୍କ ପତ୍ନୀ କ୍ରିତିକାଙ୍କ ଏହା ଚତୁର୍ଥ ଥର ମା ହେବାର ସୌଭାଗ୍ୟ ପାଇଛନ୍ତି । ହେଲେ ଏହାପୂର୍ବରୁ ସେ ତିନିତିନି ଥର ମିସ୍ କ୍ୟାରେଜର ଯନ୍ତ୍ରଣା ସହିଛନ୍ତି।

4/5

ଅରମାନ ମଲିକ ଶୀଘ୍ର ଚାରି ସନ୍ତାନର ପିତା ହେବାର ସୌଭାଗ୍ୟ ପାଇବାକୁ ଯାଉଛନ୍ତି। ତାଙ୍କର ପ୍ରଥମ ପତ୍ନୀ ପାୟଲଙ୍କ ସହିତ ତାଙ୍କର ଏକ ପୁଅ ଥିଲା ଏବଂ ବର୍ତ୍ତମାନ ପାୟଲ ପୁଣି ଗର୍ଭବତୀ ଅଛନ୍ତି ।

5/5

ପାୟଲଙ୍କ ଗର୍ଭରେ ଯାଆଁଳା ପିଲା ବଢୁଛନ୍ତି। ସେ ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇପାରିଛନ୍ତି। ଉଭୟ ପତ୍ନୀଙ୍କ ଗର୍ଭଧାରଣକୁ ନେଇ ଅରମାନଙ୍କୁ ମଧ୍ୟ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା।