Advertisement
photoDetails0hindi

Year 2022: ଚଳିତବର୍ଷ ଡ୍ରେସ ଓ ଲେହେଙ୍ଗାରେ ଲକ୍ଷ ଲକ୍ଷ ଉଡ଼ାଇ ଦେଇଛନ୍ତି ଏହି ବଲିଉଡ ଅଭିନେତ୍ରୀ

Expensive Dress 2022: ବଲିଉଡରେ ଅଭିନେତ୍ରୀଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନହୁଏ ସେତିକି ତାଙ୍କ ଲୁକକୁ ନେଇ ହୁଏ। ଆଉ ବଲିଉଡ ଅଭିନେତ୍ରୀ ମାନେ ପାଣି ପରି ଟଙ୍କା ଖର୍ଚ୍ଚ କରି ନିଜ ଡ୍ରେସ ଓ ମେକଅପ କରନ୍ତି କେବଳ ପରଫେକ୍ଟ ଲୁକ୍ ପାଇଁ । ତେବେ ସବୁଠାରୁ ମହଙ୍ଗା ଡ୍ରେସ କିଏ ପିନ୍ଧିଛନ୍ତି ବର୍ଷ ୨୦୨୨ ରେ ଚାଲନ୍ତୁ ଜାଣିବା। 

Hansika Motwani

1/7
Hansika Motwani

Hansika Motwani: ନିକଟରେ ହଂସିକା ମୋଟୱାନି ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ। ହଂସିକା ମୋଟୱାନିଙ୍କ ବିବାହ ପରର ଏବଂ ପୂର୍ବ ଲୁକ୍ ବହୁତ ପସନ୍ଦ ଆସିଥିଲା ​​। ହଂସିକା ତାଙ୍କ ସଂଗୀତ୍ ରେ ଗୋଲାପୀ ଲେହେଙ୍ଗାରେ ନଜର ଆସିଥିଲେ। ଆଉ ଏହି ଲେହେଙ୍ଗାର ମୂଲ୍ୟ ପ୍ରାୟ ସାଢେ ଏଗାର ଲକ୍ଷ ଟଙ୍କା ବୋଲି କୁହାଯାଉଛି।

Priyanka Chopra

2/7
Priyanka Chopra

Priyanka Chopra: ପ୍ରିୟଙ୍କା ଚୋପ୍ରା ଏମିତିରେ ଦେଖିବାକୁ ବହୁତ ଷ୍ଟାଇଲିସ୍ ଏବଂ ତାଙ୍କ ଚେହେରା ସହିତ ସେ ଅନେକ ଏକ୍ସପେରିମେଣ୍ଟ ଜାରି ରଖିଛନ୍ତି। ରେଡ ସି ଇଣ୍ଟରନ୍ୟାସନାଲ ଚଳଚ୍ଚିତ୍ର ମହୋତ୍ସବରେ ସେ ପିନ୍ଧିଥିବା ସୁବର୍ ରଙ୍ଗର ପୋଷାକର ମୂଲ୍ୟ ମଧ୍ୟ ବହୁତ ଅଧିକ ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ପୋଷାକର ମୂଲ୍ୟ ୧୭ ଲକ୍ଷରୁ ଅଧିକ ବୋଲି କୁହାଯାଉଛି।

Gauri Khan

3/7
Gauri Khan

Gauri Khan: ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଚଳିତ ବର୍ଷ କଫି ୱିଦ୍ କରନରେ ଆସି ଚର୍ଚ୍ଚାରେ ଆସିଥିଲେ। ସେ ଶୋ’ରେ ଅନେକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ । ତାଙ୍ ଏକ କଳା ଏବଂ ଧଳା କ୍ରପ୍ ଜ୍ୟାକେଟ ସହିତ ଏକ ସ୍କଟରେ ନଜର ଆସିଥିଲେ। ଯାହାର ମୂଲ୍ୟ ଏକ ଲକ୍ଷ ୯୪ ହଜାର ଥିଲା ।

Malaika Arora

4/7
Malaika Arora

Malaika Arora: ନିକଟରେ ଘନିଷ୍ଠ ବନ୍ଧୁ କୁନାଲ ରାୱଲଙ୍କ ବିବାହରେ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ବିବାହରେ ମଲାଇକା ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହରେ ସେ ୨ ଲକ୍ଷଟଙ୍କାର ଶାଢୀ ପିନ୍ଧିଥିଲେ। 

Alia Bhatt

5/7
Alia Bhatt

Alia Bhatt: ବହୁବାର ନିଜର ପ୍ରେଗେନ୍ସି ଲୁକରେ ନଜର ଆସିଥିଲେ ଆଲିଆ ଭଟ୍ଟ । ସିଫନ ପିଙ୍କଡ୍ରେସରେ ଅତି କ୍ୟୁଟ ଦେଖାଯାଉଥିଲେ ଆଲିଆ ଭଟ୍ଟ । ଏହି ପିଙ୍କ ଡ୍ରେସର ଦାମ ରହିଥିଲା ସାଢେ ତିନିଲକ୍ଷ ଟଙ୍କା ।

Genelia Dsouza

6/7
Genelia Dsouza

Genelia Dsouza: ମନିଷ  ମଲହୋତ୍ରା ବି-ଟାଉନର ସବୁଠାରୁ ବେଷ୍ଟ ଆଉଟଫିଟ୍ ଡିଜାଇନର ଅଟନ୍ତି। ଜେନିଲିଆଙ୍କୁ ଏକ ଲାଇଟ ବ୍ଲୁ କଲର ଶାଢୀରେ ଦେଖିବାକୁ ମିଳିଥିଲା । ଏହି ଶାଢୀର ମୂଲ୍ୟ ଥିଲା ସାଢେ ୨ ଲକ୍ଷ ଟଙ୍କା।  

Urvashi Rautela

7/7
Urvashi Rautela

Urvashi Rautela: ଚଳଚ୍ଚିତ୍ର ଅପେକ୍ଷା ଉର୍ବଶୀ ରୌତେଲା ତାଙ୍କ ଶୈଳି ପାଇଁ ଅଧିକ ଜଣାଶୁଣା । କିଛିଦିନ ତଳେ ଏକ ରେଡ ଭେଲବେଟ ଫ୍ରକ୍ ରେ ତାଙ୍କୁ ସ୍ପଟ କରାଯାଇଥିଲା । ଆଉ ଏହି ପୋଷାକର ମୂଲ୍ୟ ୬୦ ଲକ୍ଷ ଥିଲା।