Advertisement
Photo Details/zeeodisha/odisha1821914
photoDetails0hindi

World Dangerous Places: ବିଶ୍ୱର ସେହି ସ୍ଥାନ ଯେଉଁଠି ପ୍ରତ୍ୟେକ ସମୟରେ ହୋଇଥାଏ ମୃତ୍ୟୁ ସହିତ ସାମ୍ନା

dangerous place in the world: ମୃତ୍ୟୁ କେବେ ଏବଂ କିପରି ଆସିବ ତାହା କେହି ଜାଣନ୍ତି ନାହିଁ। ହେଲେ କ'ଣ ଆପଣ ଜାଣିଛନ୍ତି ବିଶ୍ୱରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ପ୍ରତ୍ୟେକ ସମୟରେ ମୃତ୍ୟୁ ସହିତ ହୋଇଥାଏ ସାମ୍ନା। କହିବାକୁ ଗଲେ ଏଠାରେ ମୃତ୍ୟୁ ଘୁରି ବୁଲୁଥାଏ। ସେହି ସ୍ଥାନକୁ ଯିବାର ଅର୍ଥ ହେଉଛି ଯେ ଆପଣଙ୍କ ଜୀବନ ଯେକୌଣସି ସମୟରେ ଯାଇପାରେ। ଏବେ ଆମେ ଆପଣଙ୍କୁ ବିଶ୍ୱର ସେହି ୫ ସ୍ଥାନ ବିଷୟରେ କହୁଛୁ। ଯେଉଁଠିକି ଯିବା ଅତ୍ୟନ୍ତ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ।

 

1/5

ଡାନାକିଲ ମରୁଭୂମି: ଆଫ୍ରିକୀୟ ଦେଶ ଇଥିଓପିଆ ଠାରେ ଅବସ୍ଥିତ ଏହି ମରୁଭୂମି ହେଉଛି ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ। ଡାନାକିଲ ମରୁଭୂମି ପୃଥିବୀର ସବୁଠାରୁ ଶୁଷ୍କ ଏବଂ ନିମ୍ନ ଭାଗରେ ଅବସ୍ଥିତ ଏକ ଅଞ୍ଚଳ। ଏଠାକାର ଆଗ୍ନେୟଗିରିରୁ ବାହାରୁଥିବା ଲାର୍ଭା ଏବଂ ଜମା ହୋଇଥିବା ବିପୁଳ ଲୁଣ ପାହାଡ଼ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଭଳି ମାରାତ୍ମକ ମରୁଭୂମି ଏକ ଲକ୍ଷ ଟନ୍ ଠାରୁ ଅଧିକ ପରିମାଣର ଲୁଣ ଦ୍ୱାରା ଆଚ୍ଛାଦିତ ହୋଇରହିଛି। 

2/5

ମୃତ୍ୟୁ ଉପତ୍ୟକା: ଏହାର ନାମ ଦ୍ୱାରା ଜଣାପଡୁଛି ଏଠାରେ ପରିଣାମ କିପରି ହୋଇପାରେ। ନେଭାଡା ଏବଂ କାଲିଫର୍ନିଆ ମଧ୍ୟରେ ଅବସ୍ଥିତ ଡେଥ୍ ଭ୍ୟାଲି, ଉତ୍ତର ଆମେରିକା ମହାଦେଶରେ ସବୁଠାରୁ ନିମ୍ନ ଭାଗରେ ଅବସ୍ଥିତ ଏକ ସ୍ଥାନ। ଏହାକୁ ଚରମ ଭୂମି ଭାବରେ ମଧ୍ୟ ବିବେଚନା କରାଯାଏ | ଏଠାରେ ରେକର୍ଡ ହୋଇଥିବା ସର୍ବୋଚ୍ଚ ତାପମାତ୍ରା ହେଉଛି ୫୬.୭ ଡିଗ୍ରୀ ସେଲସିୟସ୍। କେବଳ ସେତିକି ନୁହେଁ, ମୃତ୍ୟୁର ଉପତ୍ୟକା କୁହାଯାଉଥିବା ଏହି ସ୍ଥାନରେ ୭୦୦ ପାଉଣ୍ଡ ଓଜନର ପଥର କାହିଁକି ଆପେ ଆପେ ଗତି କରେ ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇରହିଛି। 

 

3/5

ନାଟ୍ରନ୍ ହ୍ରଦ: ଆଫ୍ରିକୀୟ ଦେଶ ତାଞ୍ଜାନିଆ ଠାରେ ଅବସ୍ଥିତ ଏକ ବିପଜ୍ଜନକ ଲୁଣି ହ୍ରଦ ଜୀବଜନ୍ତୁଙ୍କୁ ପଥରରେ ପରିଣତ କରି ଦେଇଥାଏ। ଏକଥାକୁ ବିଶ୍ୱାସ କରିବା ହୁଏତ ସହଜ ହୋଇନପାରେ। ହେଲେ ଏହା ସତ୍ୟ।  ନାଟ୍ରନ୍ ହ୍ରଦ ଅତ୍ୟଧିକ ପ୍ରତିଫଳିତ ହେଉଥିବା ବେଳେ ଏହାର ପାଣି ରାସାୟନିକ ସହିତ ଅତ୍ୟଧିକ ଘନତ୍ୱ ବିଶିଷ୍ଟ ହୋଇଥାଏ। ନାଟ୍ରନ୍ ହ୍ରଦର ପାଣିକୁ ଦେଖିବା ପରେ ପକ୍ଷୀ ଏହାର ଦ୍ୱାରକୁ କାଚରେ ନିର୍ମିତ ହୋଇଥିବା କବାଟ ଭାବି ନେଇଥାନ୍ତି। ଏହି ହ୍ରଦ ଉପରେ ଉଡୁଥିବା ପକ୍ଷୀ ଅନୁଭବ କରିଥାନ୍ତି ଯେ ସେମାନେ ଆକାଶରେ ଉଡୁଛନ୍ତି। ହେଲେ ଏହି ହ୍ରଦ ନିକଟରେ ପହଞ୍ଚିବା ମାତ୍ରେ ସେମାନଙ୍କର ଶରୀର କିଛି ମିନିଟ୍ ମଧ୍ୟରେ ଖରାପ ହୋଇଯାଏ। 

4/5

ମାଉଣ୍ଟ୍ ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ଠାରେ ଅବସ୍ଥିତ ସବୁଠାରୁ ବିପଜ୍ଜନକ ସ୍ଥାନ ମଧ୍ୟରୁ ଏହି ସ୍ଥାନ ଅନ୍ୟତମ। ପୃଥିବୀ ପୃଷ୍ଠରେ ପ୍ରବଳ ପବନ ପାଇଁ ଗିନିଜ ରେକର୍ଡ ତାଲିକାରେ ଏହି ସ୍ଥାନ ସାମିଲ ରହିଛି। ଏଠାରେ ପବନର ବେଗ ଘଣ୍ଟାପ୍ରତି ୨୦୩ ମାଇଲ ପର୍ଯ୍ୟନ୍ତ ପହଞ୍ଚିଯାଏ। ମାଉଣ୍ଟ ୱାଶିଂଟନ୍ ଯାତ୍ରା ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ କେବଳ ପ୍ରବଳ ପବନ ନୁହେଁ ବରଂ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରା ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ।

 

5/5

ସାପ ଦ୍ୱୀପ: ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ପୃଥିବୀର ସବୁଠାରୁ ମାରାତ୍ମକ ସ୍ଥାନ। ବ୍ରାଜିଲ ସାଓ ପାଉଲୋ ଅଞ୍ଚଳରୁ ୯୦  ମାଇଲ ଦୂରରେ ଅବସ୍ଥିତ ଥିବା ଏହି ଦ୍ୱୀପରେ ବିଶ୍ୱର ଅଧିକାଂଶ ସାପଙ୍କୁ ଦେଖିବାକୁ ମିଳିଥାଏ। ସାପ ଦ୍ୱୀପକୁ ଇଲହା ଡା କ୍ୱିମାଡା ଗ୍ରାଣ୍ଡେ ମଧ୍ୟ କୁହାଯାଏ। ଯେଉଁଠାରେ ପ୍ରତି ବର୍ଗ ମିଟର ମଧ୍ୟରେ ୫ ସାପ ଦେଖିବାକୁ ମିଳିଥାଏ। ଏଠାରେ ଦେଖାଯାଉଥିବା ସାପ ଏତେ ବିଷାକ୍ତ ଯେ ସେମାନେ ମାନବ ଶରୀରକୁ ମଧ୍ୟ ତରଳାଇ ପାରନ୍ତି ବୋଲି କୁହାଯାଏ।