Advertisement
photoDetails0hindi

Turkey-Syria: ତୁର୍କୀ-ସିରିଆ ୪୧,୦୦୦ ଛୁଇଁଲା ମୃତକଙ୍କ ସଂଖ୍ୟା, ଚାରିଆଡେ ମୃତ ଦେହର ଗନ୍ଧ: ଧ୍ୱଂସାବଶେଷରୁ ଏବେବି ଶୁଭୁଛି 'ମୋତେ ବଞ୍ଚାଇ ଦିଅ' ସ୍ୱର!

Turkey-Syria Earthquake: ସାରାବିଶ୍ୱ ଯେତେବେଳେ ଭାଲେଣ୍ଟାଇନ ସପ୍ତାହ ପାଳନ କରୁଛି, ସେତବେଳେ ଭୟଙ୍କର ଭୂକମ୍ପ ଯୋଗୁଁ ତୁର୍କୀ-ସିରିଆ ବିନାଶର ବିଭୀଷିକା ଦେଖୁଛି । ବର୍ତ୍ତମାନ ଏଠାରେ ଲୋକଙ୍କ ମୃତ ଦେହର ଗନ୍ଧ ସମସ୍ତଙ୍କୁ ବ୍ୟତୀତ କରୁଛି । ଏବେବି ଧ୍ୱଂସାବଶେଷରୁ ଶୁଭୁଛି 'ମୋତେ ବଞ୍ଚାଇ ଦିଅ'ର ସ୍ୱର । 

1/5

Turkey-Syria Earthquake: ଦକ୍ଷିଣ ତୁର୍କୀର ଉଦ୍ଧାରକାରୀ ଦଳ କହିଛନ୍ତି ଯେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୟଙ୍କର ଭୂକମ୍ପ ପରେ ସେମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ଧ୍ୱଂସାବଶେଷ ଜାଗାରୁ ଲୋକଙ୍କ ଦୁଃଖ ଭରା ସ୍ୱର ଶୁଣୁଛନ୍ତି । ବର୍ତ୍ତମାନ ତୁର୍କୀ-ସିରିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪୧,୦୦୦ ମାର୍କ ଅତିକ୍ରମ କରିଛି ।

2/5

ଫେବୃଆରୀ ୬ ରେ ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଏବେ ମଧ୍ୟ ଶହ ଶହ ଲୋକ ଧ୍ୱଂସାବଶେଷ ତଳେ ପୋତି ହୋଇ ରହିଛନ୍ତି । ଭାରତ ସମେତ ସାରା ବିଶ୍ୱରୁ ତୁର୍କୀରେ ପହଞ୍ଚିଥିବା ଉଦ୍ଧାରକାରୀମାନେ କ୍ରମାଗତ ଭାବରେ ପ୍ରବଳ ଥଣ୍ଡା ସମୟରେ ଲୋକଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ।

3/5

ତୁର୍କୀ-ସିରିଆ ଏହି ବିପଜ୍ଜନକ ଭୂକମ୍ପରେ ହଜାର ହଜାର ଘର ସମେତ ଲୋକେ ମାଟି ତଳେ ପୋତି ହୋଇଯାଇଛନ୍ତି । ଚାରିଆଡେ ପ୍ରକୃତିର ତାଣ୍ଡବ ଲୀଳା ଦେଖିବାକୁ ମିଳୁଛି । ୧୦୦ ବର୍ଷ ପୂର୍ବେ ଦେଶ ପ୍ରତିଷ୍ଠା ପରଠାରୁ ଏହା ସବୁଠୁ ବଡ଼ ଓ ସାଂଘାତିକ ବିପର୍ଯ୍ୟୟ ବୋଲି କୁହାଯାଉଛି ।

4/5

ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଭଗ୍ନାବଶେଷ ହଟାଇବା କାମ ପୂରା ହୋଇନାହିଁ ।ନିଜ ଘର, ପରିବାର ହରାଇଥିବା ଲୋକଙ୍କ ଲୁହରେ ଚାରିଆଡେ ଶୋକର ଲହରୀ ଦେଖିବାକୁ ମିଳୁଛି ।

5/5

ଭାରତ ମଧ୍ୟ ଏହି ସମୟରେ ସହାୟତାର ହାତ ବଢ଼ାଇଛି । ଜରୁରୀକାଳୀନ ଅସାବପତ୍ର, ଖାଦ୍ୟ, ଔଷଧ ଠାରୁ ଆରମ୍ଭ କରି ଅନେକ କିଛି ତୁର୍କୀ ଓ ସିରିଆକୁ ସହାୟତା କରୁଛି । ଏହା ସହ ଭାରତର ଉଦ୍ଧାରକାରୀ ଟିମ୍, ସୈନ୍ୟ ଓ ମେଡିକାଲ ଟିମ୍ ମଧ୍ୟ ଏଠାରେ ପହଞ୍ଚି ଯଥା ସମ୍ଭବ ସେବା ଯୋଗାଉଛନ୍ତି ।