Advertisement
Photo Details/zeeodisha/odisha1573074
photoDetails0hindi

Chameleon: ଜାଣନ୍ତୁ ବହୁରୂପୀ ଏଣ୍ତୁଅର ରଙ୍ଗ ବଦଳାଇବାକୁ ନେଇ କ’ଣ କୁହେ ବିଜ୍ଞାନ

ଆପଣ କ’ଣ କେବେ ବହୁରୂପୀ ଏଣ୍ତୁଅକୁ ରଙ୍ଗ ବଦଳାଇବାର ଦେଖିଛନ୍ତି କି ?

1/5

କ’ଣ ପାଇଁ ରଙ୍ଗ ବଦଳାଇଥାଏ ବହୁରୂପୀ ଏଣ୍ତୁଅ- କୁହାଯାଏ ବାହାରର ତାପମାତ୍ରା ସହ ନିଜ ଶରୀରର ତାପମାତ୍ରକୁ ସମାନ କରିବା ଲାଗି ଏଣ୍ତୁଅ ନିଜ ରଙ୍ଗ ବଦଳାଇଥାଏ । ଡ଼ରରେ ବା କୌଣସି ବିପଦ ଥିଲେ ମଧ୍ଯ ଏଣ୍ତୁଅ ନିଜ ରଙ୍ଗ ବଦଳାଇଥାଏ । ରଙ୍ଗ ବଦଳିବା ସମୟରେ ଏଣ୍ତୁଅର ଶରୀରରେ ବିଶେଷ ପରିବର୍ତ୍ତନ ହୋଇଥାଏ ।

2/5

କେମିତି ବଦଳାଇଥାଏ ରଙ୍ଗ- ଏଣ୍ତୁଅ ଏହାର ଚର୍ମ କୋଷଗୁଡ଼ିକୁ ପରିବର୍ତ୍ତନ କରିଥାଏ, ଯାହାଦ୍ୱାରା ତାହାର ରଙ୍ଗ ବଦଳିଥାଏ । ଏହି ପ୍ରକ୍ରିୟାକୁ ଇରିଡୋଫୋରସ୍ କୁହାଯାଏ । ଏଣ୍ତୁଅର କୋଷଗୁଡ଼ିକରେ ଅନେକ ନାନୋକ୍ରିଷ୍ଟାଲ୍ ଥାଏ, ଯାହା ବିଭିନ୍ନ ରଙ୍ଗର ପରସ୍ତ (wavelength) ନିର୍ଗତ କରେ । ଏହି ସମୟରେ ଏଣ୍ତୁଅ ଶରୀରରେ ବିଭିନ୍ନ ପ୍ରକାର ରଙ୍ଗ ଦେଖିବାକୁ ମିଳିଥାଏ ।

କେତେକ ବୈଜ୍ଞାନିକ ବିଶ୍ବାସ କରନ୍ତି ଯେ, ଏଣ୍ତୁଅ ତାହାର ରଙ୍ଗ ବଦଳାଇ ନଥାଏ, ସେ କେବଳ ନିଜର ଉଜ୍ଜଳତାରେ ପରିବର୍ତ୍ତନ କରେ ତାହା ଆମକୁ ବାହାରେ ଦେଖାଯାଇଥାଏ। ସେମାନେ ନିଜ ସମ୍ପ୍ରଦାୟ ସହ ଯୋଗୋଯୋଗ ଓ ପ୍ରେମଭାବ ପ୍ରକାଶ କରିବା ଲାଗି ମଧ୍ଯ ରଙ୍ଗରେ ପରିବର୍ତ୍ତନ କରିଥାଆନ୍ତି ।

3/5

ଏମିତି ଜଣାପଡ଼ିଥିଲା ଏଣ୍ତୁଅ ରଙ୍ଗ ପରିବର୍ତ୍ତନର ରହସ୍ୟ- ଏଣ୍ତୁଅର ରଙ୍ଗ ପରିବର୍ତ୍ତନ ନେଇ ବିଭିନ୍ନ ସମୟରେ ବହୁ ଅଧ୍ୟୟନ କରାଯାଇଥିଲା । ୨୦୧୫ରେ ନେଚର କମୁନିକେସନରେ ପ୍ରକାଶିତ ଏକ ଅଧ୍ଯୟନରୁ ଏଣ୍ତୁଅର ରଙ୍ଗ ପରିବର୍ତ୍ତନ ନେଇ ଅନେକ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ଅଧ୍ୟୟନ ସମୟରେ ୫ ଜଣ ବୟସ୍କ ପୁରୁଷ, ୪ ଜଣ ବୟସ୍କା ମହିଳା ଓ ଚାରି ଜଣ ଯୁବକ ଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ ।

4/5

ଏହି ପ୍ରକ୍ରିୟାରେ ବଦଳାଇଥାଏ ରଙ୍ଗ- ଏଣ୍ତୁଅର ବହୁ ସ୍ତରୀୟ କୋଷରେ ଦୁଇଟି ସ୍ତର ରହିଥାଏ । ଇରିଡୋଫୋରସ୍, ଅନେକଗୁଡ଼ିଏ ପିଗମେଣ୍ଟ ଓ ନାନୋକ୍ରିଷ୍ଟାଲ୍ ଧାରଣ କରିଥାଏ, ଯାହା ବିଭିନ୍ନ ରଙ୍ଗର ପରସ୍ତ ନିର୍ଗତ କରେ । ଫଳରେ ବାହାରେ ତାହାର ରଙ୍ଗରେ ପରିବର୍ତ୍ତନ ଦେଖାଯାଏ । ଏଣ୍ତୁଅ ତା ଚର୍ମରେ ଥିବା ଇରିଡୋଫୋର ଉପର ସ୍ତରର ଘନତାକୁ ପରିବର୍ତ୍ତନ କରି ରଙ୍ଗ ପରିବର୍ତ୍ତନ କରିଥାଏ ।

5/5

କେବେ କେଉଁ ରଙ୍ଗରେ ଆସିଥାଏ ନଜର- ଏଣ୍ତୁଅ ଆରାମ ମୁଡ଼ରେ ଥିବା ବେଳେ ତାର ରଙ୍ଗ ନୀଳ ହୋଇଥାଏ । ଡ଼ରିବା ବା ଅତ୍ୟଧିକ ଉତ୍ତେଜିତ ଥିବା ସମୟରେ ତାହାର ରଙ୍ଗ ଲାଲ ହୋଇଥାଏ । ଖାସ କରି ଏହି ଦୁଇଟି ରଙ୍ଗରେ ସେ ନଜର ଆସିଥାଏ । ଏଣ୍ତୁଅର ପ୍ରକୃତ ରଙ୍ଗ ନୀଳ ଓ ବାଦାମୀ ରଙ୍ଗ ହୋଇଥାଏ । ଯେତେବେଳେ ଏଣ୍ତୁଅକୁ କୌଣସି ସ୍ଥାନରେ ଲୁଚିବାକୁ ପଡ଼ିଥାଏ ସେ ନିଜ ରଙ୍ଗକୁ ବାଦାମୀ କରିଦେଇଥାଏ ।