Ollywood Actress Archita Sahu: ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ (Ollywood Actress Archita Sahoo) । ନିଖୁଣ ଅଭିନୟ ଯୋଗୁଁ ଓଡିଆ ସିନେ ଜଗତର ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।
ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି ।
ସେ 'ଓ ମାଇଁ ଲଭ', 'ବାବୁ ଆଇ ଲଭ ୟୁ', 'ତୋବିନା ମୋ କାହାଣୀ ଅଧା', 'ଲୋଫର' ଓ 'ଥକୁଲ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ତାଙ୍କ ଅଭିନୀତ ଫିଲ୍ମ 'ଚକ୍ଲେଟ୍' ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ ।
ସେହିପରି 'କେବେ ତମେ ନାହଁ କେବେ ମୁଁ ନାହିଁ', 'ରାଜା ଝିଅ ସଙ୍ଗେ ହେଇଗଲା ଭାବ', 'ଏସିପି ସାଗରିକା' ଏବଂ 'ମୁଁ ଏକା ତୁମର' ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ଅର୍ଚ୍ଚିତା ।
ପରେ ରିଲ ଲାଇଫରୁ ରିଏଲ ଲାଇଫର ଯୋଡି ବନିଥିଲେ ସବ୍ୟସାଚୀ- ଅର୍ଚ୍ଚିତା । ୨୦୨୧, ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନର ଜୟପୁରରେ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ ସବ୍ୟସାଚୀ।
ट्रेन्डिंग फोटोज़