Advertisement
Photo Details/zeeodisha/odisha1598678
photoDetails0hindi

Vastu Tips: ଘରେ ଆକ୍ୱାରିୟମ ରଖିଛନ୍ତି କି? ମାଡି ଆସି ପାରେ ବଡ଼ ବିପଦ!

Vastu Tips: ବାସ୍ତୁଶାସ୍ତ୍ର (Vastu)ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ବ୍ୟକ୍ତିର ଦୈନିକ ଜୀବନ ଉପରେ ସୀଧାସଳଖ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ ଯଦି ଘରେ ଜିନିଷ ଭୁଲ ଜାଗାରେ ରଖାଯାଇଛି ତେବେ ବ୍ୟକ୍ତିକୁ ନକାରାତ୍ମକତାର ସାମ୍ନା କରିବାକୁ ପଡ଼ିଥାଏ । ସଠିକ ଯାଗାରେ ସୁବ୍ୟବସ୍ଥିତ ବସ୍ତୁ ସକାରାତ୍ମକତା ସଞ୍ଚାର କରିଥାଏ । ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ତ୍ୱ ସହ ଜଡ଼ିତ ଜିନିଷ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ ।

1/5

ଆକ୍ୱାରିୟମକୁ ଉତ୍ତର ପୂର୍ବ ଦିଗରେ ରଖିବା ଶୁଭ ମନେ କରାଯାଏ । ଆକ୍ୱାରିୟମର ପାଣି ସମୟ ସମୟରେ ବଦଳାଇବା ଉଚିତ, ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ।

2/5

ଧ୍ୟାନ ରଖିବେ ଯେ, ଆକ୍ୱାରିୟମର ପାଣି ଯେମିତି କେବେ ସ୍ଥିର ନରହେ, ଅନ୍ୟଥା ଆର୍ଥିକ ଉନ୍ନତି ଉପରେ ପ୍ରଭାବ ପଡ଼ିଥାଏ ।

 

3/5

ଘରେ ଆକ୍ୱାରିୟମରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ମାଛ ରଖିବା ଉଚିତ, ମାଛ ଆକ୍ୱାରିୟମରେ ୯ଟି ମାଛ ରଖିବା ଶୁଭ ମନେ କରାଯାଏ ।

 

4/5

ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରଖଇବା ପାଇଁ ଆକ୍ୱାରିୟମକୁ ଘରର ମୁଖ୍ୟ ଦ୍ୱାରାର ବାମ ପଟେ ରଖିବା ଉଚିତ ।

 

5/5

ଘରର ରୋଷେଇ ଘରେ ଆକ୍ୱାରିୟମ ରଖିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ରୋଷେଇ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ପରସ୍ପର ମଧ୍ୟରେ କଳହ ସୃଷ୍ଟି ହେବାର ସମ୍ଭାବନା ଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )