Advertisement
Photo Details/zeeodisha/odisha1827887
photoDetails0hindi

WhatsApp: ଆପଣଙ୍କ ଚାଟିଂର ସୁରକ୍ଷା ବଢାଇଛି ହ୍ୱାଟସଆପ, ହେବନି ତଥ୍ୟ ଲିକ୍

ହ୍ୱାଟସଆପ ଗ୍ରାହକଙ୍କୁ ଭିଡିଓ କଲ୍ ସମୟରେ ସ୍କ୍ରିନ୍ ସେୟାରର ଫିଚର  ଉପସ୍ଥାପନ କରିଛି । ଏବେ ଏକ ନୂଆ ରିପୋର୍ଟରୁ ଜଣାପଡିଛି ଯେ, ମେଟା ମାଲିକାନା ପ୍ଲାଟଫର୍ମ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ସ୍କ୍ରିନ୍ ଲକ୍ ଫିଚର ସେବା ମଧ୍ୟ ଯୋଗାଇଛି ।

1/6

WABetaInfo ରେ ପ୍ରକାଶିତ ଏକ ରିପୋର୍ଟ ହିସାବରେ ହ୍ୱାଟସଆପ ଡେସ୍କଟପ୍ ବିଟା ପରୀକ୍ଷକଙ୍କ ପାଇଁ ସ୍କ୍ରିନ୍ ଲକ୍ ଫିଚର୍ ଆରମ୍ଭ କରିଛି । ଏହି ଫିଚର ସାହାଯ୍ୟରେ, ଆପଣ ନିଜର ଆପକୁ ପାସୱାର୍ଡ ସହିତ ଅନଧିକୃତ ପ୍ରବେଶରୁ ସୁରକ୍ଷିତ କରିପାରିବେ ।

2/6

ଏହି ଫିଚରଟି ଆପଣଙ୍କ ହ୍ୱାଟସଆପ ଆକାଉଣ୍ଟରେ ଅଛି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ହ୍ୱାଟସଆପ ସେଟିଂ ଭିତରକୁ ଯିବାକୁ ପଡିବ । ପରେ ପ୍ରାଇଭେସି ଅପସନ କ୍ଲିକ୍ କରି ଆପଣ ଚେକ୍ କରି ପାରିବେ ।

3/6

ପ୍ରାଇଭେସିରେ ଅପସନ ମିଳିବା ପରେ ଆପଣଙ୍କ ଆକାଉଣ୍ଟରେ ଏକ ଲକ୍ ସ୍କିନ୍ ଅପସନ ମଧ୍ୟ ମିଳିବ । ସେହି ଲକ୍ ସ୍କ୍ରିନ୍ ଅନ କରିବା ପାଇଁ ଆପଣଙ୍କୁ ଗୋଟିଏ ପାସୱାର୍ଡ ଦେବାକୁ ପଡିବ ।

4/6

ଆପଣ ଏହି ଫିଚର ବ୍ୟବହାର କରିବା ଦ୍ୱାରା ଅନ୍ୟ କେହି ଆପଣଙ୍କ ତଥ୍ୟ ବିଷୟରେ ଜାଣିପାରିବେ ନାହିଁ । ଆପଣଙ୍କ ପାସୱାର୍ଡ ବ୍ୟବହାର ନକରି କେହିଡେକ୍ସଟପରେ ମଧ୍ୟ ଆପଣଙ୍କ ହ୍ୱାଟସଆପ ଚାଟ୍ ଦେଖିପାରିବେ ନାହିଁ । 

5/6

ଯଦି କେବେ ଆପଣ ପାସୱାର୍ଡ ଭୁଲି ଯାଆନ୍ତି ତେବେ ହ୍ୱାଟସଆପ ଲଗଆଉଟ କରିବା ସହ ପୁଣିଥରେ କ୍ୟୁ ଆର୍ କୋଡ୍ ସ୍କାନ କରିବାକୁ ପଡିବ । ତାପରେ ଆପଣ ଡେକ୍ସଟପରେ ହ୍ୱାଟସଆପ ବ୍ୟବହାର କରିପାରିବେ ।

6/6

ଏଥି ସହିତ ହ୍ୱାଟସଆପ ପୋର୍ଟ୍ରେଟ୍ ମୋଡ୍ ବ୍ୟତୀତ ଭିଡିଓ କଲ୍ ପାଇଁ ଲ୍ୟାଣ୍ଡସ୍କେପ୍ ମୋଡ୍ ମଧ୍ୟ ଲଞ୍ଚ୍ କରିଛି । ଲ୍ୟାଣ୍ଡସ୍କେପ୍ ମୋଡ୍ ଭିଡିଓ କଲରେ ଆପଣ ଅଧିକ ସୁବିଧା ପାଇପାରିବେ । ଏକାଧିକ ଲୋକଙ୍କୁ ଗୋଟିଏ ପରଦାରେ ରଖିବା ଏଥିରେ ଅତ୍ୟନ୍ତ ସହଜ ଅଟେ ।