Advertisement
photoDetails0hindi

Virat Kohli: ଏସିଆ କପରେ ଇତିହାସ ରଚିବେ କୋହଲି, ଏପରି କରିବାରେ ହେବେ ଭାରତର ଦ୍ୱିତୀୟ ତଥା ବିଶ୍ୱର ପଞ୍ଚମ ବ୍ୟାଟ୍ସମ୍ୟାନ୍

Virat Kohli Records: ଭାରତୀୟ ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏସିଆ କପ୍ ୨୦୨୩ ରେ ୧୦୨ ରନ୍ ସ୍କୋର କରିବା ମାତ୍ରେ ODI ଫର୍ମାଟରେ ୧୩୦୦୦ ରନ୍ ସ୍କୋର କରିବାରେ ଭାରତୀୟ ଦ୍ୱିତୀୟ ତଥା ବିଶ୍ୱର ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଯିବେ । ବର୍ତ୍ତମାନ ସେ ଭାରତ ପାଇଁ ୨୭୫ଟି ODI ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ହାରାହାରି ୫୭.୩୨ ରେ ୨୬୫ ଇନିଂସରେ ୧୨୮୯୮ ରନ୍ ସ୍କୋର କରିଛନ୍ତି ।

1/7

Asia Cup 2023: ୩୦ ଅଗଷ୍ଟରୁ ଏସିଆ କପ୍ ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁଲତାନ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।

 

2/7

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ସମୟରେ ସମସ୍ତଙ୍କ ଆଖି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଉପରେ ରହିବ ।

 

3/7

ବାସ୍ତବରେ ଯଦି ବିରାଟ କୋହଲି ମ୍ୟାଚ୍ ସମୟରେ ୧୦୨ ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି, ତେବେ ସେ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ତଥା ବିଶ୍ୱର ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ODI ଫର୍ମାଟରେ ୧୩,୦୦୦ ରନ୍ ସ୍କୋର କରିବାରେ ସଫଳ ହେବେ ।

 

4/7

ODI ଫର୍ମାଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତର ମହାନ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ୧୯୮୯ ରୁ ୨୦୧୨ ମଧ୍ୟରେ ତେନ୍ଦୁଲକର ଭାରତୀୟ ଦଳ ପାଇଁ ୪୬୩ ମ୍ୟାଚ୍ ଖେଳି ୪୫୨ ଇନିଂସରେ ହାରାହାରି ୪୪.୮୩ ସହ ୧୮୪୨୬ ରନ୍ ସଂଗ୍ରହ କରିଥିଲେ ।

 

5/7

ସଚିନଙ୍କ ପରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୦୦ ରୁ ୨୦୧୫ ମଧ୍ୟରେ ODI ଫର୍ମାଟରେ ସାଙ୍ଗାକାରା ଶ୍ରୀଲଙ୍କା ପାଇଁ ୪୦୪ ଟି ମ୍ୟାଚ୍ ଖେଳିଥିଲେ । ଏହି ସମୟରେ, ସେ ୪୧.୯୮ ବ୍ୟାଟିଂ ହାରାହାରିରେ ୩୮୦ ଇନିଂସରେ ୧୪୨୩୪ ରନ୍ ସ୍କୋର କରିଥିଲେ ।

 

6/7

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୧୯୯୫ ରୁ ୨୦୧୨ ମଧ୍ୟରେ କଙ୍ଗାରୁ ଦଳ ପାଇଁ ପଣ୍ଟିଂ ୩୭୫ ଟି ODI ଖେଳିଥିଲେ । ଏହି ସମୟରେ, ତାଙ୍କ ବ୍ୟାଟିଂ ହାରାହାରି ୪୨.୦୦ ସହ ୩୬୫ ଇନିଂସରେ ୧୩୭୦୪ ରନ୍ ସଂଗ୍ରହ କରିଥିଲେ ।

 

7/7

ଚତୁର୍ଥ ସ୍ଥାନରେ ଶ୍ରୀଲଙ୍କାର ଅନ୍ୟ ଜଣେ ଖେଳାଳିଙ୍କ ନାମ ରହିଛି । ଏହା ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ଓପନର୍ ସନାଥ ଜୟସୁରିଆଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ୧୯୮୯ ରୁ ୨୦୧୧ ମଧ୍ୟରେ ଜୟସୁରିଆ ଶ୍ରୀଲଙ୍କା ପାଇଁ ୪୪୫ ଟି ODI ଖେଳିଥିଲେ । ଏହି ସମୟରେ ସେ ୩୨.୩୬ ବ୍ୟାଟିଂ ହାରାହାରିରେ ୪୩୩ ଇନିଂସରେ ୧୩୪୩୦ ରନ୍ ସଂଗ୍ରହ କରିଥିଲେ ।