Advertisement
photoDetails0hindi

Virat Kohli Luxury Villa: ଆଲିବାଗରେ ଆଉ ଏକ ଘର କିଣିଲେ ବିରାଟ କୋହଲି, ଏହାର ବିଶେଷତା ଓ ମୂଲ୍ୟ ଜାଣି ଆପଣ ହୋଇଯିବେ ଚକିତ

Virat Kohli Buys Luxury Villa: ବିରାଟ କୋହଲିଙ୍କ ଭିଲ୍ଲା ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଦୂରତା ସ୍ପିଡ୍ ଡଙ୍ଗାରେ ପ୍ରାୟ ୧୫ ମିନିଟରେ ଅଟେ । ସେ ଗତ ବର୍ଷ ମଧ୍ୟ ଆଲିବାଗରେ (Alibaug) ଏକ ଫାର୍ମ ହାଉସ୍ କିଣିଥିଲେ ।

1/5

Virat Kohli Buys Luxury Villa in Alibaug: ବିରାଟ କୋହଲି ଆଲିବାଗରେ ଆଉ ଏକ ଘର କିଣିଛନ୍ତି । ସେ ଆଭାସ୍ ଲିଭିଙ୍ଗରେ ଏକ ଭିଲ୍ଲା କିଣିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ବୋଲି କୁହାଯାଉଛି । ଆଲିବାଗରେ କୋହଲିଙ୍କର ଏହା ହେଉଛି ଦ୍ୱିତୀୟ ସମ୍ପତ୍ତି । ଭାରତୀୟ ଷ୍ଟାରଙ୍କ ୨୦୦୦ ବର୍ଗଫୁଟରୁ ଅଧିକ ବ୍ୟାପିଥିବା ଏହି ନୂତନ ଭିଲ୍ଲା ହେଉଛି ମାଣ୍ଡୱା ଜେଟି ଠାରୁ ୫ ମିନିଟ୍ ପଡିଥାଏ ।

2/5

କୋହଲିଙ୍କ ଭିଲ୍ଲା ଠାରୁ ମୁମ୍ବାଇର ଦୂରତା ମଧ୍ୟ ସ୍ପିଡ୍ ଡଙ୍ଗାରେ ପ୍ରାୟ ୧୫ ମିନିଟର ଅଟେ । ଆଭାସ୍ ଲିଭିଙ୍ଗର ଆଇନ ପରାମର୍ଶଦାତା ଆଡଭୋକେଟ୍ ମହେଶ ମଥ୍ରେଙ୍କ ଅନୁଯାୟୀ କୋହଲି ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ, ତାଙ୍କ ଭାଇ ବିକାଶ କୋହଲି ରେଜିଷ୍ଟ୍ରି ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିଥିଲେ ।

 

3/5

ନୂଆ ଭିଲ୍ଲାର ଷ୍ଟାମ୍ପ ଡ୍ୟୁଟି ପାଇଁ କୋହଲିଙ୍କୁ ୩୬ ଲକ୍ଷ ଟଙ୍କା ଦେବାକୁ ପଡିଲା । ତାଙ୍କ ନୂତନ ଘରେ ଏକ ବଡ଼ ସୁଇମିଂ ପୁଲ୍ ମଧ୍ୟ ଅଛି, ଯାହା ୪୦୦ ବର୍ଗଫୁଟ ପାଖାପାଖି । କୋହଲି ଓ ଅନୁଷ୍କା ଶର୍ମା ଗତ ବର୍ଷ ସେପ୍ଟେମ୍ବରରେ ଆଲିବାଗରେ ମଧ୍ୟ ଏକ ଫାର୍ମ ହାଉସ୍ କିଣିଥିଲେ ।

4/5

ଗତ ବର୍ଷ କୋହଲି ଜିରାଦ ଗ୍ରାମରେ ୩୬ ହଜାର ୫୯ ବର୍ଗଫୁଟରୁ ଅଧିକ ବ୍ୟାପିଥିବା ଏକ ଫାର୍ମ ହାଉସ କିଣିଥିଲେ, ଯାହାର ମୂଲ୍ୟ ୧୯.୨୪ କୋଟି ଟଙ୍କା ଥିଲା । ଏଥିପାଇଁ ସେତେବେଳେ ସେ ୧.୧୫ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଥିଲେ ।

5/5

କୋହଲି ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ବୋର୍ଡର-ଗାଭାସ୍କର ଟ୍ରଫିରେ ବ୍ୟସ୍ତ ଅଛନ୍ତି। ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ ରେ ଆଗରେ ରହିଛି । ସିରିଜର ତୃତୀୟ ମ୍ୟାଚ୍ ୧ ମାର୍ଚ୍ଚରୁ ଇନ୍ଦୋରରେ ଖେଳାଯିବ ।