VI ଏହି ଯୋଜନାଗୁଡ଼ିକୁ କମ୍ବୋ / ବୈଧତା ବର୍ଗରେ ଉପସ୍ଥାପନ କରିଛି । କମ୍ପାନୀର ୧୯୮ ଟଙ୍କା ଯୋଜନା ବିଷୟରେ ଜାଣିବା । ଯେଉଁଥିରେ ଗ୍ରାହକମାନେ ୧୯୮ ଟଙ୍କା ଟକ୍ ଟାଇମ୍ ପାଇବେ । କଲ୍ ପାଇଁ ଗ୍ରାହକଙ୍କୁ ୨.୫ ପଇସା / ସେକେଣ୍ଡ ଚାର୍ଜ କରାଯିବ ।
Vi ର ୧୯୮ ଟଙ୍କା ଯୋଜନାରେ ଗ୍ରାହକମାନେ ୩୦ ଦିନର ବୈଧତା ପାଇବେ । ଏହା ସହିତ ଗ୍ରାହକମାନେ ୫୦୦ MB ଡାଟା ମଧ୍ୟ ପାଇବେ । ଅବଶ୍ୟ, ଏଥିରେ କୌଣସି ଆଉଟ୍ ଗୋଇଙ୍ଗ ସୁବିଧା ମିଳିବ ନାହିଁ ।
ବର୍ତ୍ତମାନ କମ୍ପାନୀର ୨୦୪ ଟଙ୍କା ଯୋଜନା ବିଷୟରେ ଜାଣିବା। ଏଥିରେ ଗ୍ରାହକମାନେ ୫୦୦ଏମବି ଡାଟା ଓ ୨୦୪ ଟଙ୍କା ସୀମିତ ଟକ ଟାଇମ୍ ପାଇବେ ।
ଏହି ଯୋଜନାରେ ଗ୍ରାହକମାନେ ୧ ମାସର ବୈଧତା ପାଇବେ । କଲ୍ ପାଇଁ କେବଳ ୨.୫ ପଇସା ସେକେଣ୍ଡକୁ ଚାର୍ଜ କରାଯିବ ।
VI ର ଏହି ନୂଆ ଯୋଜନା ବର୍ତ୍ତମାନ ମୁମ୍ବାଇ, ଗୁଜୁରାଟ ଓ ଦିଲ୍ଲୀରେ ଉପଲବ୍ଧ । ଭବିଷ୍ୟତରେ ୧୯୮ ଓ ୨୦୪ ଟଙ୍କା ପ୍ରିପେଡ୍ ଯୋଜନା ଅନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ଏହି ଯୋଜନା ୧ ଦିନର ବୈଧତା ସହିତ ଆସିଥାଏ ଓ ମଧ୍ୟରାତ୍ରି ୧୨ ରୁ ସକାଳ ୬ ଟା ପର୍ଯ୍ୟନ୍ତ ଅସୀମିତ କଲ ପାଇଁ ଅନୁମତି ଦେଇଥାଏ । ଏହି ଯୋଜନା ସାରା ଦେଶରେ ଉପଲବ୍ଧ । ଭୋଡାଫୋନ ଆଇଡିଆ ନିକଟରେ ଭାରତରେ ୧୭ ଟଙ୍କା ମୂଲ୍ୟର ରିଚାର୍ଜ ପ୍ୟାକେଜ୍ ଦେଇଥିଲା।
ट्रेन्डिंग फोटोज़