Advertisement
Photo Details/zeeodisha/odisha1778627
photoDetails0hindi

Hyperion Tree: ଏହା ହେଉଛି ଦୁନିଆର ସବୁଠାରୁ ଉଚ୍ଚା ଗଛ, ଏପରିକି କୁତୁବ୍ ମିନାର୍- ଷ୍ଟାଚ୍ୟୁ ଅଫ୍ ଲିବର୍ଟି ମଧ୍ୟ ଏହାର ସାମ୍ନାରେ କିଛି ନୁହେଁ!

 tallest tree in the world: କ'ଣ ଆପଣ ବିଶ୍ୱର ସବୁଠାରୁ ଉଚ୍ଚତମ ଗଛ ବିଷୟରେ ଜାଣିଛନ୍ତି। ଯାହାର ଉଚ୍ଚତା ସାମ୍ନାରେ ଏହି ଗଛର ଉଚ୍ଚତାକୁ ଯଦି ଅନ୍ୟ କିଛି ପ୍ରସିଦ୍ଧ ବସ୍ତୁ ଫିକା ପଡ଼ିଯାଏ। 

1/5

ଉଚ୍ଚତା ଦୃଷ୍ଟିକୋଣରୁ ବିଶ୍ୱର ସବୁଠାରୁ ଉଚ୍ଚତମ ଗଛ କାଲିଫର୍ଣ୍ଣିଆ ଠାରେ ଅବସ୍ଥିତ ରହିଛି। ରେଡଉଡ୍ ଜାତୀୟ ଉଦ୍ୟାନରେ ଅବସ୍ଥିତ ଏହି ଗଛର ଉଚ୍ଚତା ହେଉଛି ପ୍ରାୟ ୧୧୫.୮୬ ମିଟର। ଏହି ଗଛର ଉଚ୍ଚତାକୁ ଯଦି ଅନ୍ୟ କିଛି ପ୍ରସିଦ୍ଧ ବସ୍ତୁ ସହିତ ତୁଳନା କଲେ ଏହା ଜଣାପଡ଼ିବ ଯେ ଏହା ଦିଲ୍ଲୀରେ ଅବସ୍ଥିତ କୁତୁବ ମୀନାର, ଆମେରିକା ସଂସଦ ଭବନ ଏବଂ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ପ୍ରତିମା ଠାରୁ ଅଧିକ ଉଚ୍ଚ। 

2/5

ଏହି ଗଛର ନାମ ହେଉଛି ହାଇପରିୟନ୍। ଗତ ୨୦୦୬ ବର୍ଷରେ ଏହି ଗଛକୁ ଚିହ୍ନଟ କରାଯାଇଥିଲା। ଉଚ୍ଚତା ପାଇଁ ଏହି ଗଛ ସମଗ୍ର ବିଶ୍ୱରେ ରେକର୍ଡ କରିଛି। କାରଣ ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ବୃକ୍ଷ ବୋଲି ବିବେଚନା କରାଯାଏ। ରେଡଉଡ୍ ଜାତୀୟ ଉଦ୍ୟାନରେ ଅବସ୍ଥିତ ରହିଥିବା ଏହି ଗଛ ଦୂରରୁ ଦୃଶ୍ୟମାନ ହୋଇଥାଏ।

3/5

ଗୋଟିଏ ଗଛ ଗୋଟିଏ ବର୍ଷରେ ପ୍ରାୟ ୨୦ କିଲୋଗ୍ରାମ ଧୂଳି ଏବଂ ୨୦ ଟନ୍ କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରିଥାଏ। ପ୍ରତିବର୍ଷ ଗୋଟିଏ ଗଛ ଦ୍ୱାରା ପ୍ରାୟ ୭୦୦ କିଲୋଗ୍ରାମ ଅମ୍ଳଜାନ ଉତ୍ପନ୍ନ ହୋଇଥାଏ।

4/5

ଗ୍ରୀଷ୍ମ ଋତୁରେ, ଗଛ ତଳେ ତାପମାତ୍ରା ସାଧାରଣତ ୪ ଡିଗ୍ରୀ କମ୍ ହୋଇଥାଏ। ଏହା ସହିତ ଗୋଟିଏ ଗଛ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ବର୍ଗ ମିଟର ପ୍ରଦୂଷିତ ବାୟୁକୁ ଫିଲ୍ଟର୍ କରିଥାଏ।

5/5

ଏକ ଅଧ୍ୟୟନ ଅନୁସାରେ ଯେଉଁମାନଙ୍କର ଘର ଚାରିପାଖରେ ଗଛ ରହିଥାଏ, ସେମାନେ ମାନସିକ ଅବସାଦର ଅଭିଯୋଗ କରିବାର ସମ୍ଭାବନା କମ୍ ରହିଥାଏ। କାନାଡା ଜର୍ଣ୍ଣାଲ ସାଇଣ୍ଟିଫିକ୍ ରିପୋର୍ଟ ଅନୁଯାୟୀ, ଯଦି ଘରର ଆଖପାଖରେ ୧୦ ଗଛ ରହିଥାଏ, ତାହେଲେ ସେଠାରେ ରହୁଥିବା ବ୍ୟକ୍ତିଙ୍କ ବୟସ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।