Advertisement
photoDetails0hindi

Urvashi Rautela-Naseem Shah: ଉର୍ବଶୀ ଓ ପାକିସ୍ତାନୀ ପେସର ମଧ୍ୟରେ କ’ଣ ଚାଲିଛି? ଜନ୍ମଦିନର ସୁଭେଚ୍ଛା ଜଣାଇଲେ ଅଭିନେତ୍ରୀ... ମିଳିଲା ଏହି ପ୍ରତିକ୍ରିୟା

Urvashi Rautela-Naseem Shah: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବର୍ତ୍ତମାନ ପୁଣିଥରେ ହେଡଲାଇନରେ ଅଛନ୍ତି । ଏଥର ଉର୍ବଶୀ ଭାରତୀୟ ୱିକେଟ୍ କିପର ଋଷଭ ପନ୍ତଙ୍କ କାରଣରୁ ନୁହେଁ ବରଂ ପାକିସ୍ତାନର ଯୁବ ଦ୍ରୁତ ବୋଲର ମହମ୍ମଦ ନସିମଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଉର୍ବଶୀ ରୌତେଲା ପାକିସ୍ତାନ ବୋଲରଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଅଭିନେତ୍ରୀ ମଧ୍ୟ ଏହି ଯୁବ କ୍ରିକେଟରଙ୍କୁ DSP ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

1/7

Urvashi Rautela-Naseem Shah: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବର୍ତ୍ତମାନ ପୁଣିଥରେ ହେଡଲାଇନରେ ଅଛନ୍ତି । ଏଥର ଉର୍ବଶୀ ଭାରତୀୟ ୱିକେଟ୍ କିପର ଋଷଭ ପନ୍ତଙ୍କ କାରଣରୁ ନୁହେଁ ବରଂ ପାକିସ୍ତାନର ଯୁବ ଦ୍ରୁତ ବୋଲର ମହମ୍ମଦ ନସିମଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଉର୍ବଶୀ ରୌତେଲା ପାକିସ୍ତାନ ବୋଲରଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଅଭିନେତ୍ରୀ ମଧ୍ୟ ଏହି ଯୁବ କ୍ରିକେଟରଙ୍କୁ DSP ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

2/7

ଫେବୃଆରୀ ୧୫ ରେ ପାକିସ୍ତାନର ଦ୍ରୁତ ବୋଲର ନସିମ ଶାହା ତାଙ୍କର ୨୦ ତମ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଉର୍ବଶୀ ରୌତେଲାର ନାମ ମଧ୍ୟ ସାମିଲ ଥିଲା । ଉର୍ବଶୀ ମଧ୍ୟ ନସିମଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେବାକୁ ଭୁଲି ନଥିଲେ ।

3/7

ନସିମ ଶାହା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦଳର ସିନିୟର ଅଲରାଉଣ୍ଡର ଶାଦବ ଖାନ ମଧ୍ୟ ନସିମଙ୍କ ସହ ଅଛନ୍ତି । ଏହି ଫଟୋ ଶଦାବ ଖାନଙ୍କ ବିବାହର ଅଟେ । ନିକଟରେ ଶଦାବ ବିବାହ କରିଥିଲେ । ଏହି ଫଟୋରେ ଉର୍ବଶୀ ନସିମ ଶାହାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଉର୍ବଶୀ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ନାସିମ ଶାହା । DSP ହୋଇଥିବାରୁ ଅଭିନନ୍ଦନ ।'

4/7

ଉର୍ବଶୀ ରାଉତେଲାଙ୍କ ପୋଷ୍ଟ ଦେଖି ନସିମ ଶାହା ମଧ୍ୟ କିପରି ଚୁପ୍ ରହି ପାରିଥାନ୍ତେ । ସେ ତୁରନ୍ତ ଭାରତୀୟ ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ଯେ ଉଭୟଙ୍କ ମଧ୍ୟରେ କିଛି ତ ଚାଲିଛି ।

5/7

ବାଲୁଚିସ୍ତାନ ପୋଲିସ ନିକଟରେ ନସିମ ଶାହାଙ୍କୁ ଡିଏସପି କରିଛି । କ୍ୱିଟାର ଆଇଜି ବାଲୁଚିସ୍ତାନ ପୋଲିସ କାର୍ଯ୍ୟାଳୟରେ ନସିମଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନାସିମ ବହୁତ ଖୁସି ମନେ ହେଉଥିଲେ । ସେ କହିଛନ୍ତି ଯେ ତାଙ୍କ ପିଲାଦିନରେ ସେ ପୋଲିସକୁ ବହୁତ ଭୟ କରୁଥିଲେ ।

6/7

ଉର୍ବଶୀ ରାଉତେଲା ଗତ ବର୍ଷ ସୋସିଆଲ ମିଡିଆରେ ଏକ ଏଡିଟେଡ୍ ରୋମାଣ୍ଟିକ ରିଲ ସେୟାର କରିଥିଲେ । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓକୁ ଦେଖି ଲୋକମାନେ କହିବା ଆରମ୍ଭ କଲେ ଯେ ବୋଧହୁଏ ଉଭୟଙ୍କ ମଧ୍ୟରେ କିଛି ଚାଲିଛି । ସେହି ଭିଡିଓରେ ଉର୍ବଶୀ ଦୁବାଇ ଷ୍ଟାଡିୟମରେ ବସିଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଓ ଅନ୍ୟ ପଟେ ନସିମଙ୍କୁ ହସୁଥିବା ଦେଖାଯାଇଥିଲା । ପରେ ଉର୍ବଶୀ ଟ୍ରୋଲ ହେବା ପରେ ଏହି ଭିଡିଓ ଡିଲିଟ୍ କରି ଦେଇଥିଲେ ।

7/7

ନସିମ ଶାହାଙ୍କୁ ଯେତେବେଳେ ଉର୍ବଶୀଙ୍କ ବିଷୟରେ ପଚରାଯାଇଥିଲା, ସେ ଏହି ନାମରେ କୌଣସି ଝିଅକୁ ଜାଣି ନାହାଁନ୍ତି ବୋଲି କହି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତା’ପରେ ନସିମ କହିଥିଲେ ଯେ ସେ ଜାଣନ୍ତି ନାହିଁ ଯେ ଉର୍ବଶୀ କିଏ? ଲୋକମାନେ କାହିଁକି ଏହିପରି ଭିଡିଓ ତିଆରି କରନ୍ତି ମଧ୍ୟ ସେ ଜାଣି ନାହିଁ । ଓ ତାଙ୍କର ଧ୍ୟାନ ବର୍ତ୍ତମାନ କ୍ରିକେଟ୍ ଉପରେ ରହିଛି ।