Advertisement
Photo Details/zeeodisha/odisha1982206
photoDetails0hindi

Horoscope: ପାରିବାରିକ ବିଭ୍ରାଟ ସହ ଦେଖାଦେବ ଆର୍ଥିକ ସମସ୍ୟା, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

1/12

ମେଷ ରାଶି: ବହୁଦିନ ଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମ କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଭ୍ରମଣ ସମୟରେ ନିଜର ମୂଲ୍ୟବାନ ଜିନିଷକୁ ନଜରରେ ରଖନ୍ତୁ ।

2/12

ବୃଷ ରାଶି: କର୍ମକ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ । ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ବିଦ୍ୟାର୍ଥୀମାନେ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।

3/12

ମିଥୁନ ରାଶି: ଆଜି ମନୋରଞ୍ଜନ ନେଇ ମନ ବଳିବ । କର୍ମକ୍ଷେତ୍ରରେ ଆଶାତୀତ ସଫଳତା ନପାଇ ମନ ଉଣା କରିବେ । ନୂତନ କର୍ମାରମ୍ଭ କିମ୍ବା ନିଯୁକ୍ତି ନେଇ ସମ୍ଭାବନା ରହିଛି । ପରିବାର ସଦସ୍ୟ ଓ ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।

4/12

କର୍କଟ ରାଶି: ଆଜି ସୁଖାଦ୍ୟ ପ୍ରାପ୍ତି ନେଇ ଯୋଗ ରହିଛି । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ଲାଭ କରିବେ । କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।

5/12

ସିଂହ ରାଶି: ମିତ୍ର କିମ୍ବା ସହଯୋଗୀଙ୍କ ସହଯୋଗ ନ ପାଇ ହତାଶ ହେବେ । ସାବଧାନର ସହ କାମ କରନ୍ତୁ। ବ୍ୟସ୍ତତା ସତ୍ତ୍ବେ ଭ୍ରମଣ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

6/12

କନ୍ୟା ରାଶି: ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ । ପୁରୁଣା ବନ୍ଧୁ୍ଙ୍କ ସହ ସାକ୍ଷାକାର ହୋଇପାରେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲରେ କଟିବ। ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ସାଙ୍ଗମାନଙ୍କ ସହ ଦୂରସ୍ଥାନକୁ ଭ୍ରମଣ ନେଇ ଯୋଜନା କରିପାରନ୍ତି ।

7/12

ତୁଳା ରାଶି: ଆଜି ଆପଣଙ୍କୁ ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ ଆପଣଙ୍କ ଜୀବନ ହିଁ ବଦଳିଯିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୂରଯାତ୍ରା କରନ୍ତୁ ନାହିଁ । ଆକସ୍ମିକ ଅର୍ଥ ଲାଭ ନେଇ ଯୋଗ ରହିଛି । 

8/12

ବିଛା ରାଶି: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଛାତ୍ରଛାତ୍ରୀମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।

9/12

ଧନୁ ରାଶି: ଘରେ କୌଣସି ସଦସ୍ୟଙ୍କ ସହ କଳହ ହୋଇପାରେ । ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନେ ସହଯୋଗର ହାତ ବଢାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଭ୍ରମଣ କରିପାରନ୍ତି ।

10/12

ମକର ରାଶି: ନିକଟ ସମ୍ପର୍କୀୟଙ୍କଠାରୁ ସୁସସ୍ବାଦ ମିଳିବ । ନିଜର କୌଶଳ ଓ ସାହସକୁ ପାଥେୟ କରି ରାସ୍ତାରେ ଆସୁଥିବା ବାଧାବିଘ୍ନକୁ ଦୂରେଇ ଦେବେ । ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ରପ୍ତାନୀ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟାର ସମାଧାନ ହେବ।

11/12

କୁମ୍ଭ ରାଶି: ଆଜି ସାମାନ୍ୟ ବିବ୍ରତ ରହିବେ। ଦାୟିତ୍ବର ସହ କାର୍ଯ୍ୟ ତୁଲାଇବାରେ ବାଧ୍ଯା ଆସିପାରେ । ବନ୍ଧୁମାନଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରି କିଛି ସମୟ କଟିବେ । ଆଜି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ।

12/12

ମୀନ ରାଶି: ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ । ପାରିବାରିକ ସମସ୍ୟା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଶତ୍ରୁ ହ୍ରାସ ପାଇବେ।