Advertisement
Photo Details/zeeodisha/odisha1984011
photoDetails0hindi

Salaar Film: ରିଲିଜ୍ ପୂର୍ବରୁ ସସପେନ୍ସ ଖୋଲିଲେ ଡାଇରେକ୍ଟର ! KGF ସହ ଅଛି 'ସାଲାର'ର ଲିଙ୍କ୍

Salaar Film: ପ୍ରଭାସଙ୍କ ଅଭିନୀତ ଆକ୍ସନ ଥ୍ରିଲର ଫିଲ୍ମ ସାଲାର ଆସନ୍ତା ମାସରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛନ୍ତି। ଫିଲ୍ମର ଟ୍ରେଲର ମଧ୍ୟ ଖୁବ ଶୀଘ୍ର ରିଲିଜ ପାଇଁ ପ୍ରସ୍ତୁତ ଅଛି । ନିର୍ମାତାମାନେ ଏହାକୁ ଡିସେମ୍ବର ୧ରେ ମୁକ୍ତିଲାଭ କରିବାକୁ ଯୋଜନା ରଖିଛନ୍ତି। ଟିଜର ଦେଖିବା ପରେ କେଜିଏଫ ଫିଲ୍ମ (Salaar And KGF) ସହିତ ଏହାର ଲିଙ୍କ୍ ବିଷୟରେ ଚର୍ଚ୍ଚା ହେବାରେ ଲାଗିଛି।  ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସାଲାର ଏବଂ କେଜିଏଫ ମଧ୍ୟରେ କଣ ସମ୍ପର୍କ ଅଛି।

 

1/5

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ସାଲାର । ଦୀର୍ଘଦିନର ପ୍ରତିକ୍ଷା ପରେ ପ୍ରଭାସଙ୍କୁ ପୁଣିଥିରେ ପୂରୁଣା ଗେଟଅପରେ ଦେଖିବାକୁ ଚାହୁଁଛନ୍ତି ତାଙ୍କ ଫ୍ୟାନ୍ସ । ଲଗାତାର ଫ୍ଲପ୍ ଫିଲ୍ମ ଦେବା ପରେ ପ୍ରଭାସଙ୍କ ଏହି ଫିଲ୍ମକୁ ଚାତକ ପରି ଚାହିଁ ବସିଛନ୍ତି ଫ୍ୟାନ୍ସ। 

2/5

ଏକ ଖବର ସରବରାହ ସଂସ୍ଥା ସହ କଥାବାର୍ତ୍ତା ବେଳେ ସାଲାର ଏବଂ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଏହି ଦୁଇ ଚଳଚ୍ଚିତ୍ରର ଲିଙ୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଦର୍ଶକମାନେ ଆଉ ଗୋଟିଏ କେଜିଏଫ୍ ଆଶା କରିବା ଉଚିତ୍ ନୁହେଁ ବୋଲି ସେ କ୍ୟାମେରା ସାମ୍ନାରେ କହିଛନ୍ତି। 

3/5

ଡାଇରେକ୍ଟର ପ୍ରଶାନ୍ତ ନିଲ୍ କହିଛନ୍ତି ଯେ, ସାଲାର ଓ କେଜିଏଫ ଦୁନିଆ ବହୁତ ଅଲଗା। ଏହାକୁ ଲିଙ୍କ୍ କରିବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି। ସେ ମିଡିଆକୁ କହିଛନ୍ତି ଯେ, ଦୁଇଟି ଫିଲ୍ମର କାହାଣୀ ଅଲଗା ଅଲଗା । 

4/5

ସାଲାର ର କାହାଣୀ ଓ ଅନ୍ଦାଜ ପୂରା ଅଲଗା । ମୋତେ ଭରସା ଅଛି ଯେ, ସାଲାର ର କାହାଣୀକୁ ଖୁବ ପସନ୍ଦ କରିବେ ଫ୍ୟାନ୍ସ । କେଜିଏଫକୁ ଯେମିତି ଭଲପାଇବା ମିଳିଛି ସାଲାରକୁ ବି ମିଳିବ ବୋଲି ସେ କହିଛନ୍ତି। 

 

5/5

ଜୁଲାଇ ୬ରେ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ସାଲାରର ଟିଜର ରିଲିଜ୍ କରିଥିଲେ। ଆଉ ଏହାକୁ ନେଇ କୁହାଯାଉଥିଲା ଯେ ସାଲାର ଓ କେଜିଏଫର ଲିଙ୍କ୍ ରହିଛି ହେଲେ ତାହାକୁ ଏବେ ଖଣ୍ଡନ କରିଛନ୍ତି ଡାଇରେକ୍ଟର।