Advertisement
Photo Details/zeeodisha/odisha2545899
photoDetails0hindi

Today Horoscope: ଆଜି ଏହିସବୁ ରାଶି ପାଇଁ ବଢିପାରେ ଅଡୁଆ ! ରୁହନ୍ତୁ ସତର୍କ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 6 December 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୬ ହେଉଛି ଶୁକ୍ରବାର। ଶୁକ୍ରବାର ଦିନଟି ମାଆ ମହାଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ତେବେ, ଆସନ୍ତୁ ଜାଣିବା ମହାଲକ୍ଷ୍ମୀଙ୍କ କୃପାରୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ ରାଶି:  ଆଜି ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ଲାଭ ହେବ। ଦୂରସ୍ଥାନକୁ ଭ୍ରମଣ କରିବା ନେଇ ଯୋଗ ରହିଛି । ପରିବାର ସହ ଭଲ ସମୟ ଅତିବାହିତ କରିବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ। 

ALSO READ: Guru Gochar 2025: ୨୦୨୫ରେ ଏହିସବୁ ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ବୃହସ୍ପତି, କର୍ମକ୍ଷେତ୍ରରେ ମିଳିବ ପଦୋନ୍ନତି ସହ...

ALSO READ: Malavya Rajyog 2025: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବ ମାଲଭ୍ୟ ରାଜଯୋଗ, ଲାଭବାନ୍ ହେବେ ଚାକିରିଆଙ୍କ ସହ ବ୍ୟବସାୟୀ!

2/12

ବୃଷ ରାଶି:  ଆଜି ଦିନଟି ଶୁଭଫଳ ଦାୟୀ ରହିବ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଦିନ ତମାମ ଉତ୍ସାହିତ ରହିବେ।  ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ । ପରିଜନମାନଙ୍କ ସହିତ ସମୟ ଆନନ୍ଦ ପୂର୍ବକ ଭାବେ ସମୟ ବିତିବ। ଧାର୍ମିକ କାର୍ଯ୍ୟ ଯୋଗୁଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

3/12

ମିଥୁନ ରାଶି: ଆଜି ଭାବିଚିନ୍ତି  କାର୍ଯ୍ୟ କରନ୍ତୁ। କୋର୍ଟ-କଚେରୀ ମାମଲାଠାରୁ ଦୂରେଇ ରୁହନ୍ତୁ। କମ୍ ସମୟରେ ଅଧିକ ଲାଭ ପାଇବାର ଆଶା ଯୋଗୁଁ  ଅସୁବିଧାରେ ପଡ଼ିପାରନ୍ତି । ନୂଆ କାର୍ଯ୍ୟ ଆରମ୍ଭ ନେଇ ଦିନଟି ଅନୁକୂଳ ରହିବ ନାହିଁ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି। ପରିବାରରେ ସୁଖ-ଶାନ୍ତି ଲାଗି ରହିବ। 

 

4/12

କର୍କଟ ରାଶି:  ବ୍ୟବସାୟ ଓ ଆର୍ଥିକ ରୂପରେ ଲାଭବାନ ହେବେ। ନୂତନ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ସମାଚାର ପାଇ ଖୁସି ହେବେ। ପିଲାଦିନର ସାଙ୍ଗଙ୍କ ସହ ସାକ୍ଷାତ ହୋଇ ମନ ପ୍ରସନ୍ନ ରହିବ। ପାରିବାର ସଦସ୍ୟଙ୍କ ଯୋଗୁଁ ସାମାନ୍ୟ ଚିନ୍ତାରେ ରହିପାରନ୍ତି । ନୂଆ ସାଙ୍ଗ ମଧ୍ୟ ବନିବାର ସମ୍ଭାବନା ରହିଛି। 

5/12

ସିଂହ ରାଶି: ଆଜି ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନ-ହେଲେ ଅସୁବିଧାରେ ପଡ଼ିପାରନ୍ତି। ବ୍ୟବସାୟୀ ଓ ଚାକିରିଆମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ।  ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଈଷ୍ଟ ଦେବତାଙ୍କ ଶରଣରେ ସମସ୍ୟା ଗୁଡ଼ିକର ନିବାରଣ ହେବ।

 

6/12

କନ୍ୟା ରାଶି:  ଆର୍ଥିକ ଦୃଷ୍ଟିରୁ ଲାଭବାନ୍ ହେବ।  କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବ୍ୟାପାରରେ ବାଧା ବିଘ୍ନ ଦେଖା ଦେଇପାରେ କିନ୍ତୁ ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଦାମ୍ପତ୍ୟ ଜୀବନକୁ ନେଇ ସୁଖୀ ରହବେ ।

 

7/12

ତୁଳା ରାଶି: କୌଣସି କାରଣରୁ ମନ ଭଲ ରହିବ ନାହିଁ । ପରିବାରେ ଲୋକଙ୍କ ସହ ବିବାଦ ହୋଇପାରେ । ଆକସ୍ମିକ ଖର୍ଚ୍ଚ ହେବ।  ସାଙ୍ଗମାନଙ୍କ ସହ ବୁଲିବା, ଖାଇବା ପିଇବା ଓ ମନୋରଞ୍ଜନରେ ଦିନଟି ବିତିବ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାରେ ପଡ଼ପାରନ୍ତି । 

 

8/12

ବିଛା ରାଶି:  ଆଜି ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହିତ ପ୍ରତ୍ୟେକ କାର୍ଯ୍ୟକୁ ସଫଳତା ହାସଲ କରିବେ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସାଙ୍ଗ- ମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ରହିଛି। ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ। 

9/12

ଧନୁ ରାଶି: ନୂତନ କାମ ଆରମ୍ଭ ଲାଗି ଦିନଟି ଶୁଭ ଅଟେ । ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଓ କ୍ୟାରିୟର ସମ୍ବନ୍ଧିତ ବିଷୟ ଗୁଡ଼ିକରେ ସଫଳତା ପ୍ରାପ୍ତ କରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ଅଯଥା ବିବାହରୁ ଦୂରେଇ ରୁହନ୍ତୁ । 

 

10/12

ମକର ରାଶି: ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ଅଯଥା ବାଦ-ବିବାଦ କରନ୍ତୁ ନାହିଁ। ଧନ ଓ ପ୍ରତିଷ୍ଠା ଯେପରି ହାନୀ ନ ହେଉ, ଏଥିପ୍ରତି ଧ୍ୟାନ ଦିଅନ୍ତୁ। ମଧ୍ୟାହ୍ନ ପରେ ଭାବୁକତା ବଢ଼ିପାରେ। ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ଛାତ୍ରଛାତ୍ରଙ୍କ ଲାଗି ଦିନଟି ଶୁଭ ରହିଛି ।

 

11/12

କୁମ୍ଭ ରାଶି: ପଦୋନ୍ନତି ନେଇ ଯୋଗ ରହିଛି । ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ସାଙ୍ଗମାନଙ୍କ ସହିତ ସାକ୍ଷାତ କରିବେ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। 

 

12/12

ମୀନ ରାଶି: ଆଜି ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୀର୍ଘ ଦିନରୁ ଭାବୁଥିବା କାର୍ଯ୍ୟ ପୂରଣ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।