Advertisement
photoDetails0hindi

Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ? ଜାଣନ୍ତୁ ଆଜିର ରାଶିଫଳ

Horoscope Today 25 March 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୫ ହେଉଛି ସୋମବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ ରାଶି:  ଆଜିର ଦିନଟି ଆପଣଙ୍କର ମଉଜ ମଜଲିସରେ କଟିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ ।  ପାରିବାରିକ ସୁଖଶାନ୍ତି ବଜାୟ ରହିବ। କ୍ୟାରିୟରରେ ଅଗ୍ରଗତି ନେଇ ନୂତନ ସୁଯୋଗ ମିଳିବ । ପୁରୁଣା ମକଦ୍ଦମାରେ ସଫଳ ହେବେ । ବେପାରରେ କ୍ଷତି ସହିବାକୁ ପଡ଼ିପାରେ ।

2/12

ବୃଷ ରାଶି: ଭାଗ୍ୟର ସହଯୋଗ ମିଳିବ। ଘର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନ ଲାଭ ନେଇ ସମ୍ଭାବନା ରହିଛି । ପ୍ରେମୀ ମାନଙ୍କ ଲାଗି ସମୟ ଅନୁକୂଳ ରହିବ ।

 

3/12

ମିଥୁନ ରାଶି: ଦିନଟି ଠିକ୍‌ଠାକ୍‌ କଟିବ । ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜୀବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ। ଅଜଥା ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ ।

 

4/12

କର୍କଟ ରାଶି: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିପାରେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦମ୍ପତ୍ତି ମାନଙ୍କ ଲାଗି ଦିନଟି ଶୁଭ ରହିବ । ଦୂର ସ୍ଥାନ ଯାତ୍ରା କରିପାରନ୍ତି ।

 

5/12

ସିଂହ ରାଶି: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ଶୁଭଫଳ ମିଳିବ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । କୋଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି । ବନ୍ଧୁଙ୍କ ସହଯୋଗ ପାଇଁ ଖୁସି ହେବେ ।  

 

6/12

କନ୍ୟା ରାଶି: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନ ଲାଭ ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ସନ୍ତାନ ସନ୍ତତି ମାନଙ୍କ ଠାରୁ ଶୁଭ ସମାଚର ମିଳିବ ।

 

7/12

ତୁଳା ରାଶି: ପ୍ରଭୁଙ୍କ ସ୍ମରଣ କରି ମନକୁ ଶାନ୍ତି ମିଳିବ। କାମକୁ ମନ ଦେଇ କରିବା ଦ୍ବାରା ସଫଳତା ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଅର୍ଥହାନୀ ନେଇ ଯୋଗ ରହିଛି ।

 

8/12

ବିଛା ରାଶି: ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ନିଜର ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।

 

9/12

ଧନୁ ରାଶି: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡର ନୂଆ ଡ଼ିଲ ଦ୍ବାରା ଲାଭବାନ ହେବେ। ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।

 

10/12

ମକର ରାଶି: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କିଛି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଚିନ୍ତା କରିପାରନ୍ତି । ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ହସ ଖୁସିରେ ପରିବାର ଲୋକଙ୍କ ସହ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ବ୍ରିଭାଟ ଦେଖାଦେବ ।

 

11/12

କୁମ୍ଭ ରାଶି: ଶୁଭ ସମାଚାର ମିଳିବା ନେଇ ଯୋଗ ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ।  ଦାମ୍ପତ୍ୟ ଜୀବନରେ ଅସୁବିଧା ଦେଖାଦେଇପାରେ । ପାଖ ସ୍ଥାନକୁ ଭ୍ରମଣ କରି ହାଲୁକା ଅନୁଭବ କରିବେ ।

 

12/12

ମୀନ ରାଶି: ପାରିବାରିକ କାମରେ ଆଜି ଅଧିକ ସମୟ ବିତାଇବେ । ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ । ପଦୋନ୍ନତି ହେବା ନେଇ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ । ଅଜଥା ଅର୍ଥ ବ୍ୟୟ ଯୋଗୁଁ ମନ ଭଲ ରହିବ ନାହିଁ ।