Advertisement
Photo Details/zeeodisha/odisha2344011
photoDetails0hindi

Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 20 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୦ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ:  ଆଜି ଦିନଟିରେ ଆପଣଙ୍କ ଦେହ ସୁସ୍ଥ ରହିବ। ମାନସିକ ଶାନ୍ତି ଫେରିପାଇବେ। ଦୂରଯାତ୍ରାର ମଧ୍ୟ ଯୋଗ ରହୁଛି। ବିଳମ୍ୱରେ ହେଲେ ବି କାର୍ଯ୍ୟ ସଫଳ ହେବ। ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ।

 

2/12

ବୃଷ: ଦେହ ସାମାନ୍ୟ ଅସୁସ୍ଥ ରହିଲେ ମଧ୍ୟ ମନ ଭଲ ରହିବ। ଦୂରଯାତ୍ରା ବିପଜ୍ଜନକ ହୋଇପାରେ। ଜଗିରଖି ଚଳିବାର ଦିନଟିଏ। ସାବଧାନତା ଅବଲମ୍ୱନ ନକଲେ ବିପଦରେ ପଡିବେ। ଛାତ୍ରଛାତ୍ରୀ ପଢାପଢିରେ ଧ୍ୟାନ ଦେବେ।

 

3/12

ମିଥୁନ: ଦେହ ଓ ମନ ଭଲ ରହିବ । ମହିଳା ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଯାନବାହନ କ୍ରୟ କରିପାରନ୍ତି। ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ।  ଦୂରଯାତ୍ରା ସଫଳ ହେବ।

 

4/12

କର୍କଟ: ଦେହ ଭଲ ରହିବ। ମନରେ ସ୍ଥିରତା ଆସିବ । ଦୂରଯାତ୍ରା ସଫଳ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମଧ୍ୟ ଦୂରଯାତ୍ରାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ପରିକ୍ଷାରେ କୃତକାର୍ଯ୍ୟ ହେବେ।

 

5/12

ସିଂହ: ଶରୀରରେ ସାମାନ୍ୟ ପିଡା ଦେଖାଦେଇପାରେ। ମନ ମଧ୍ୟ ବିଚଳିତ ହେବାର ସମ୍ଭାବନା ରହିଛି । ଜଗିରଖି ନଚଳିଲେ ଅସୁବିଧାରେ ପଡିବେ। ଦୂରଯାତ୍ରା କରନ୍ତୁ ନାହିଁ। କାହା ସହ ଶତୃତା କରନ୍ତୁ ନାହିଁ।

 

6/12

କନ୍ୟା: ଦେହ ଭଲ ରହିବ ନାହିଁ । ଉଦାସିନତା ମନୋଭାବ ରହିବ। କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦି ବିଜୟ ହାସଲ କରିବେ। ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ। ଦାମ୍ପତ୍ୟ ଜୀବନରେ ମଧ୍ୟ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।

 

7/12

ତୁଳା: ଉଭୟ ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଆଇନ୍ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ। ପରିକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି।

 

8/12

ବିଛା: ମନ ଭଲ ରହିବା ସହ ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଲାଭବାନ ହେବେ। ପୂଜାର୍ଚ୍ଚନା ପ୍ରତି ମନ ବଳିବ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହୋଇପାରେ। ସହକର୍ମୀଙ୍କ ସହାୟତାରେ ଆଗକୁ ବଢିବେ।

 

9/12

ଧନୁ: ଦେହ ପୂର୍ବପରି ରହିବ। କିନ୍ତୁ ମନ ସାମାନ୍ୟ ବିଚଳିତ ହୋଇପାରେ। ଆଧ୍ୟାତ୍ମିକ ଭାବନା ସୃଷ୍ଟିହେବ। ପରିବାର ସହ ଦୂରସ୍ଥାନକୁ ଭ୍ରମଣ କରିବାର ଯୋଜନା କରିବେ। ପ୍ରେମ ସମ୍ପର୍କ ସୁମଧୁର ହେବ

 

10/12

ମକର: ଶରୀର ସୁସ୍ଥ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟଶୈଳୀ ଆପଣାଇବେ। ବ୍ୟବସାୟରେ ଲାଭବାନ ହେବେ। ଦୂରଯାତ୍ରା ବିଶେଷ ଫଳପ୍ରଦ ହୋଇନପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସଫଳତାର ସମ୍ଭାବନା ରହିଛି।

 

11/12

କୁମ୍ଭ: ପୂର୍ବାପେକ୍ଷା ଦେହ ଭଲ ରହିବ। ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ଖର୍ଚ୍ଚ କମ୍ ଓ ଲାଭ ଅଧିକ ହେବ। ପାରିବାରିକ ନୀତି ନିୟମ ମାନି ଚଳିବାକୁ ବାଧ୍ୟ ହେବେ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। 

 

12/12

ମୀନ: ଶାରିରିକ ପିଡାରୁ ମୁକ୍ତି ପାଇବେ। ଘରୋଇ ବିବାଦକୁ ନେଇ ମନ ସାମାନ୍ୟ ଖରାପ ହୋଇପାରେ। ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ। ଦୂରଯାତ୍ରା ଫଳପ୍ରଦ ହେବ। ବ୍ୟବସାୟରେ ଭଲ ଲାଭ ହେବ।