Advertisement
Photo Details/zeeodisha/odisha2409141
photoDetails0hindi

Today Horoscope: ସମସ୍ୟାରେ ପଡ଼ି ପାରନ୍ତି କର୍କଟ ସହ ଏହି ୩ ରାଶି! ଜାଣନ୍ତୁ ମାସ ଆରମ୍ଭରୁ କେମିତି କଟିବ ଆପଣଙ୍କ ଦିନ

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୩୧ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ ରାଶି: ଶିକ୍ଷା କ୍ଷେତ୍ରରେ ପ୍ରୟାସ ଫଳପ୍ରଦ ହେବ। ଏକ ଧାର୍ମିକ କିମ୍ବା ସାଂସ୍କୃତିକ ଉତ୍ସବରେ ଅଂଶଗ୍ରହଣ କରିବେ। ସକାଳେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ। ସୂର୍ଯ୍ୟଙ୍କୁ ପାଣି ଟେକନ୍ତୁ।

2/12

ବୃଷ ରାଶି: ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ। ଆପଣ ଆଜି ନିଜ ଧାର୍ମିକ ଗୁରୁଙ୍କଠାରୁ ଆଶୀର୍ବାଦ ପାଇବେ। ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସକାଳେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ। ଏକ ଗରିବ ଛୋଟ ଝିଅକୁ ପୋଷାକ ଦାନ କରନ୍ତୁ।

3/12

ମିଥୁନ ରାଶି: ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ସମ୍ପର୍କରେ ଘନିଷ୍ଠତା ରହିବ। ଲାଭରେ ହ୍ରାସ ହୋଇପାରେ କିନ୍ତୁ ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ସକାଳେ ଗାଈକୁ ସବୁଜ ଖାଇବାକୁ ଦିଅନ୍ତୁ। ସୂର୍ଯ୍ୟଙ୍କୁ ପାଣି ଟେକନ୍ତୁ।

4/12

କର୍କଟ ରାଶି: କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଟେନସନ ରହିବ। ମନରେ ଉଦାସୀନତାର ଅବସ୍ଥା ଦେଖାଯିବ। ଧନ ବୃଦ୍ଧି ହୋଇପାରେ। ସକାଳେ ଚନ୍ଦ୍ର ମନ୍ତ୍ର ଜପ କରନ୍ତୁ। ଶିବଲିଙ୍ଗଙ୍କ ଉପରେ ବେଲପତ୍ର ଚଢ଼ାନ୍ତୁ।

5/12

ସିଂହ ରାଶି: ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରା ଶୁଭପ୍ରଦ ହେବ । ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ । ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ ।

6/12

କନ୍ୟା ରାଶି: ସମସ୍ତ କାର୍ଯ୍ୟରେ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତାଙ୍କ କ୍ଷେତ୍ରରେ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନଚେତ୍ କ୍ଷତି ହୋଇପାରେ।

7/12

ତୁଳା ରାଶି: ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ବଜାୟ ରହିବ । ଅକସ୍ମାତ ଧନ ପ୍ରାପ୍ତି ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ । ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।

8/12

ବିଛା ରାଶି: ସ୍ୱାସ୍ଥ୍ୟ ସମସ୍ୟା ସହ ମାନସିକ ଅବସାଦ ଦେଖାଦେବ । କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦୂରଯାତ୍ରା ନେଇ ସମ୍ଭାବନା ରହିଛି। 

9/12

ଧନୁ ରାଶି: ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ସମସ୍ୟାମାନ ଲାଗି ରହିବ। ଆଜି ଦୂରଯାତ୍ରା ନକରିବା ଭଲ ।

10/12

ମକର ରାଶି: ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ଯ୍ୟ କରିବା ଦ୍ବାରା ସଫଳତା ଲାଭ କରିବେ । ଗୃହସ୍ଥ ଜୀବନ ସୁଖମୟ ହେବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଦୂରଯାତ୍ରା ନେଇ ଯୋଗ ରହିଛି।

11/12

କୁମ୍ଭ ରାଶି: ଦେହ ଓ ମନ ଭଲ ରହିବ। ଦିନଟିର ଉତ୍ସାହ ସହ କଟିବ। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ । ଆୟ ବୃଦ୍ଧି ପାଇବ। ପଡୋଶୀମାନଙ୍କ ସହ ସମ୍ପର୍କ ମଧୁର ହେବ। ପାରିବାରିକ ଜୀବନ ଶାନ୍ତରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। 

12/12

ମୀନ ରାଶି: ଆଳସ୍ୟ ଓ ଥକ୍କା ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ବ୍ୟାପରରେ ସମସ୍ୟା ଆସିପାରେ। ଦୂରଯାତ୍ରାକୁ ସ୍ଥଗିତ ରଖନ୍ତୁ।