Advertisement
photoDetails0hindi

IPL 2023: ଏହି ୫ ବଡ ଖେଳାଳି, ଆଘାତ କାରଣରୁ ଖେଳିପାରିବେ ନାହିଁ ଆଇପିଏଲର ୧୬ ତମ ସିଜନ୍

TATA IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଏଠାରେ ୫ ଜଣ ଖେଳାଳି ଏପରି ଅଛନ୍ତି, ଯେଉଁମାନେ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ ।

1/5

2/5

ଋଷଭ ପନ୍ତ: ଋଷଭ ପନ୍ତ ନିଜ ସହର ରୁଡକିକୁ ଯିବାବେଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଥିପାଇଁ ସେ ଏକ ଲିଗାମେଣ୍ଟ ଆଘାତ ପାଇଥିଲେ ଓ ସେବେଠାରୁ ସେ ପଡ଼ିଆଠାରୁ ଦୂରରେ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କ ଅନୁପସ୍ଥିତିରେ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ କରିଛି ।

3/5

ଜନି ବେୟାରଷ୍ଟୋ: ଟି-୨୦ ଫର୍ମାଟରେ ମାରାତ୍ମକ ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରୁ ବେୟାରଷ୍ଟୋ ଅନ୍ୟଜଣେ । ଯଦିଓ ବେୟାରଷ୍ଟୋଙ୍କୁ ପାଦ ଅସ୍ତ୍ରୋପଚାର କରିବାକୁ ପଡିଲା, ଯେଉଁଥିପାଇଁ ସେ ପୂରା ଟୁର୍ଣ୍ଣାମେଣ୍ଟରେ ଖେଳି ପାରିବେ ନାହିଁ । ପଞ୍ଜାବ କିଙ୍ଗସ ଦଳରେ ତାଙ୍କ ସ୍ଥାନ ମ୍ୟାଟ ସର୍ଟ ନେଇଛନ୍ତି ।

4/5

କାଇଲ୍ ଜାମିସନ୍: ପିଠିରେ ଆଘାତ ଯୋଗୁଁ କାଇଲ୍ ଜାମିସନ୍ ଆଇପିଏଲ୍ ୨୦୨୩ ରୁ ବାଦ ପଡିଛନ୍ତି । ମିନି ନିଲାମ ସମୟରେ CSK ଦ୍ୱାରା କିଣାଯାଇଥିବା ଜାମିସନ୍ ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି, ଯାହା ତାଙ୍କୁ ଚାରିମାସ ପାଇଁ ସେ ଗ୍ରାଉଣ୍ଡରୁ ବାହାରେ ରହିବେ । ତେବେ ସିଏସ୍‌କେ ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ସିସଣ୍ଡା ମାଗାଲାଙ୍କୁ ସାମିଲ କରିଛି ।

 

5/5

ଶ୍ରେୟସ୍ ଆୟର: କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କ ଅନୁପସ୍ଥିତି ଅନୁଭବ କରିବେ, କାରଣ ପିଠିରେ ଆଘାତ ଯୋଗୁଁ ଏହି ବ୍ୟାଟ୍ସମ୍ୟାନ୍ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତାଙ୍କ ଅନୁପସ୍ଥିତି ଯୋଗୁଁ କେକେଆର ତାରକା ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣାଙ୍କୁ ଫ୍ରାଞ୍ଚାଇଜର ଅଧିନାୟକ କରିଛନ୍ତି ।