Advertisement
photoDetails0hindi

Actress Marry Politicians: ଅଭିନେତା ନୁହେଁ ରାଜନେତାଙ୍କୁ ଜୀବନସାଥି କରିଥିଲେ ଏହିସବୁ ଅଭିନେତ୍ରୀ, ଦେଖନ୍ତୁ ଫଟୋ

Actress Marry Politicians: ନିକଟରେ ଆପ ନେତା ରାଘବ ଚଢ଼ା(AAP MP Raghav Chadha) ଓ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ(Parineeti Chopra) ନେଇ ଚର୍ଚ୍ଚା ଧମିବାର ନାଁ ନେଉନି ।  କିଛି ଦିନ ତଳେ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା। ଉଭୟ ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ, ଏହାପରେ ଅଭିନେତ୍ରୀ ଓ ଆପ ନେତାଙ୍କ ପ୍ରେମ ସଂପର୍କ ଓ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଖାଲି ପରିଣିତି ନୁହଁନ୍ତି ବି ଟାଉନର ଏହି ସବୁ ଅଭିନେତ୍ରୀ ମାନେ ମଧ୍ଯ ରାଜନେତାଙ୍କୁ ନିଜ ଜୀବନ ସାଥି ଭାବେ ବାଛିଥିଲେ ।

1/5

ସ୍ୱରା ଭାସ୍କର ୧୬ ଫେବୃଆରୀ ୨୦୨୩ରେ ଏସପି ନେତା ତଥା ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଥିଲେ।

2/5

ଅଭିନେତ୍ରୀ ଆୟେଶା ଟାକିଆ ମଧ୍ୟ ୨୦୦୯ ମସିହା ରେ ମହାରାଷ୍ଟ୍ରର ସମାଜବାଦୀ ପାର୍ଟିର ଯୁବ ସେଲର ସଭାପତି ଥିବା ଫରହାନ ଆଜମୀଙ୍କୁ ବିବାହ କରିଥିଲେ।

3/5

ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ରାଧିକା କୁମାରସ୍ୱାମୀ ୨୦୦୬ ମସିହାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡ଼ି କୁମାରସ୍ୱାମୀଙ୍କୁ ବିବାହ କରିଥିଲେ।

4/5

ଦକ୍ଷିଣ ଅଭିନେତ୍ରୀ ନବନୀତ୍ କୌର ରାଣା ମଧ୍ୟ ୨୦୧୧ ମସିହାରେ ରବି ରାଣା ନାମକ ଜଣେ ରାଜନେତାଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ​​ନିର୍ବାଚନମଣ୍ଡଳୀରେ ବିଧାୟକ ଅଛନ୍ତି।

5/5

ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ପାରିଣୀତି ଚୋପ୍ରାଙ୍କ ନାମ ମଧ୍ୟ ଯୋଡିବାକୁ ଯାଉଛି । ପଞ୍ଜାବର ରାଜ୍ୟସଭା ସାଂସଦ ତଥା ଆମ୍ ଆଦମୀ ପାର୍ଟି ନେତା ରାଘବ ଚାଢାଙ୍କ ସହ ଅଭିନେତ୍ରୀଙ୍କ ସଂପର୍କରେ ଥିବା ଚର୍ଚ୍ଚା ହେଉଛି । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ତେବେ ନିକଟରେ ସିଙ୍ଗର ହାର୍ଦ୍ଦିକ ସାନ୍ଧୁ ଉଭୟ ବହୁ ଜଲଦି ବିବାହ କରୁଥିବା ନେଇ ସୂଚନା ଦେଇଛନ୍ତି ।