Advertisement
photoDetails0hindi

Sunday Remedies: ରବିବାର ଦିନ କରନ୍ତୁ ଏହି ସବୁ ଉପାୟ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ରହିବନି ଧନର ଅଭାବ!

Surya Dev Remedies: ସୂର୍ଯ୍ୟଦେବ (Surya Dev) ହେଉଛନ୍ତି ସକଳ ସକ୍ତିର ଆଧାର । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଦେବ ହେଉଛନ୍ତି ଏକମାତ୍ର ଦେବତା, ଯିଏ ନିୟମିତ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ରବିବାର ସୂର୍ଯ୍ୟଦେବଙ୍କ ପୂଜା କରିବା ଏବଂ ତାଙ୍କୁ ସ୍ମରଣ କରିବା ଦ୍ୱାରା ଅନେକ ଦୁଃଖରୁ ମୁକ୍ତି ମିଳିବା (Poverty) ସହିତ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।

1/6

ରବିବାର ଦିନ ଏହି ପ୍ରତିକାର କରନ୍ତୁ(Sunday Remedies):

- ରବିବାର ସକାଳେ ଗାଧୋଇବା ପରେ ଏକ ତମ୍ବା ପାତ୍ରରେ ସୂର୍ଯ୍ୟ ଭଗବାନଙ୍କୁ  ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ବେଳେ, ମନେରଖନ୍ତୁ ଯେ, ସୂର୍ଯ୍ୟଙ୍କ କିରଣ ଯେପରି ଆପଣଙ୍କ ଉପରେ ପଡିବା ଉଚିତ୍ । ଏହା କରିବା ଦ୍ବାରା ଆପଣର ଅଧା ରହିଥିବା କାମ ଖୁବଶିଘ୍ର ପୂର୍ଣ୍ଣ ହେବ । ଏବଂ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଜୀବନରେ ଧନର ଅଭାବ ରହିବ ନାହିଁ । 

2/6

- ଏହାସହ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ ପରେ ଆପଣ ,ସୂର୍ଯ୍ୟଦେବଙ୍କ ସହ ଜଡିତ ଏହି ମନ୍ତ୍ର, ଓଁ ଘୃଣିଂ ସୂର୍ଯ୍ୟଃ ଆଦିତ୍ୟଃ ଓଁ ହ୍ରିଂ ହ୍ରିଂ ସୁର୍ଯ୍ୟାୟ ସହସ୍ରକିରଣାୟ ମନୋବାଂଛିତ ଫଳମ ଦେହି ସ୍ୱାହା, ଓଁ ଏଡି ସୂର୍ଯ୍ୟ ସହସ୍ତ୍ରାଂଶୋଂ ତେଜୋ ରାଶେ ଜଗତପତେ, ଅନୁକମ୍ପୟେମାଂ ଭକ୍ତ୍ୟା, ଗୃହାଣାର୍ଘୟ ଦିବାକରଃ ଓଁ ହ୍ରିଂ ଘୃଣିଃ ସୂର୍ଯ୍ୟ ଆଦିତ୍ୟଃ କ୍ଲିଂ ଓଁ ଓଁ ହ୍ରିଂ ହ୍ରିଂ ସୂର୍ଯ୍ୟାୟ ନମଃ ଓଁ ସୂର୍ଯ୍ୟାୟ ନମଃ ଓଁ ଘୃଣି ସୂର୍ଯ୍ୟାୟ ନମଃ ଜପ କରନ୍ତୁ । ଏହା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । 

3/6

- ଯଦି ଆପଣ ଚାକିରୀ କିମ୍ବା କ୍ୟାରିୟରରେ ବାରମ୍ବାର ଅସଫଳ ହେଉଛନ୍ତି , ତେବେ ଆପଣ ରବିବାର ଦିନ ସ୍ନାନ ପରେ ଏକ ପିତଳ କିମ୍ବା ତମ୍ବା ଢାଳରେ କିଛି ଚାଉଳ ମିଶ୍ରଣ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଆପଣ ନିଜ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପାଇବା ସହ ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି । 

 

4/6

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ପାଇଁ ଉପବାସ କରନ୍ତୁ । ଏବଂ ମନେ ରଖନ୍ତୁ ଯେ, ଉପବାସ କରିବା ସମୟରେ ଆପଣ ଲୁଣ ଜାତୀୟ ଖାଦ୍ୟ ଓ ଲୁଣ ସେବନ କରିବେ ନାହିଁ। ଏଭଳି ପାଞ୍ଚଟି ରବିବାର କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ସୂର୍ଯ୍ୟ ଦେବଙ୍କ କୃପାରୁ ଦୂର ହୋଇଯିବ। 

5/6

-ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁମାନଙ୍କ ରାଶିରେ ସୂର୍ଯ୍ୟ ଦୁର୍ବଳ ଅଛନ୍ତି । ସେମାନେ ତାଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାଆନ୍ତି। ସେହି ରାଶିର ଲୋକେ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ୍ । ଏବଂ ସୂର୍ଯ୍ୟଙ୍କୁ ଜଳ ଦାନ କଲେ । ସେମାନଙ୍କ ସମସ୍ୟା ଦୂର ହେବ । ଜୀବନରେ ଲାଗି ରହିଥିବା ସମସ୍ୟା ଚୁଟକିରେ ଦୂର ହୋଇଯିବ। 

 

6/6

- ରବିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ ଦାନ କରିବା ଦ୍ବାରା ସୂର୍ଯ୍ୟଦେବ ଖୁସି ହୋଇଥାଆନ୍ତି । ଏବଂ ସେହି ଲୋକଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ବର୍ଷା ହୋଇଥାଏ । ଏବଂ ସମାଜରେ ସେହି ଲୋକଙ୍କ ସମ୍ମାନ ବଢିଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)