Advertisement
photoDetails0hindi

Surya Parag 2023: ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ

Surya Parag 2023: ବର୍ତ୍ତମାନ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷରେ ବିରାଜମାନ ଅଛନ୍ତି । ଯେଉଁଥିପାଇଁ ମେଷ ସହିତ ଅନ୍ୟ ୪ଟି ରାଶି ଉପରେ ଏହି ସୂର୍ଯ୍ୟ ପରାଗର ନକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ଏହି ବିପଦ ରହିଛି, ଯେଉଁମାନଙ୍କୁ ସତର୍କ ରହିବାକୁ ପଡ଼ିବ ।

1/7

Surya Parag 2023, Solar Eclipse 2023: ୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି (ଗୁରୁବାର)  ଅର୍ଥାତ ଏପ୍ରିଲ ୨୦ରେ ଲାଗିବ । ଏଥର ୨୦୨୩ ବର୍ଷରେ ମୋଟ ୪ଟି ଗ୍ରହଣ (Grahan) ଲାଗିବ । ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ପରାଗ (Solar Eclipse 2023) ଓ ୨ଟି ଚନ୍ଦ୍ର ଗ୍ରହଣ (Lunar Eclipse 2023) ସାମିଲ ଅଛି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (Surya Parag 2023) ଏପ୍ରିଲ ୨୦ରେ ଲାଗିବ । ଏପ୍ରିଲ୍ ୨୦ରେ ଲାଗୁଥିବା ସୂର୍ଯ୍ୟ ପରାଗ ପାଞ୍ଚଟି ରାଶିର ଲୋକଙ୍କ  ସମସ୍ୟା ବଢ଼ାଇପାରେ । ବୈଦିକ ଗଣିତ ଅନୁଯାୟୀ, ଏପ୍ରିଲ ୨୦ରେ ଏହି ସୂର୍ଯ୍ୟ ପରାଗ (Surya Parag 2023) ସକାଳ ୭.୦୪ ମିନିଟରେ ଲାଗିବ ଓ ମଧ୍ୟାହ୍ନ ୧୨.୦୯ ପର୍ଯ୍ୟନ୍ତ ଚାଲିବ । ଯଦିଓ ଭାରତରେ ସୂର୍ଯ୍ୟ ଗ୍ରହଣ ଦେଖାଯିବ ନାହିଁ । 

2/7

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷରେ ବିରାଜମାନ ଅଛନ୍ତି । ଯେଉଁଥିପାଇଁ ମେଷ ସହିତ ଅନ୍ୟ ୪ଟି ରାଶି ଉପରେ ଏହି ସୂର୍ଯ୍ୟ ପରାଗର ନକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ଏହି ବିପଦ ରହିଛି, ଯେଉଁମାନଙ୍କୁ ସତର୍କ ରହିବାକୁ ପଡ଼ିବ ।

୧. ମେଷ ରାଶି

3/7
୧. ମେଷ ରାଶି

ଏହି  ସୂର୍ଯ୍ୟ ପରାଗ କ୍ୟାରିୟର ପାଇଁ ଶୁଭ ହେବ ନାହିଁ । ଅନେକ କାର୍ଯ୍ୟ ବିଗିଡ଼ିପାରେ । ପରିବାରରେ ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।  ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମାନସିକ ଚାପ ଅନୁଭବ କରିବେ । ଏହି ସମୟ ଅଧିକ ଦିନ ପାଇଁ ରହିବ ନାହିଁ, ବୃହସ୍ପତି ଆପଣଙ୍କ ରାଶିରେ ପ୍ରବେଶ କରିବା ମାତ୍ରେ ସବୁକିଛି ଠିକ୍ ହୋଇଯିବ ।

୨. ସିଂହ ରାଶି

4/7
୨. ସିଂହ ରାଶି

କ୍ୟାରିୟରରେ ଉତ୍ଥାନ-ପତନ ଦେଖାଦେବ । ଛାତ୍ରମାନଙ୍କୁ ଅଧ୍ୟୟନରେ ମନ ଲାଗିବ ନାହିଁ । କାର୍ଯ୍ୟରେ ବାଧା ଆସିବ । ପରିବାର ସହିତ ମତଭେଦ ହୋଇପାରେ । ସୂର୍ଯ୍ୟ ପରାଗର ପ୍ରଭାବ ଶେଷ ହେବା ମାତ୍ରେ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୩. କନ୍ୟା ରାଶି

5/7
୩. କନ୍ୟା ରାଶି

ଏହି ସୂର୍ଯ୍ୟ ପରାଗ ଆପଣଙ୍କୁ ମାନସିକ ଦୁଃଖ ଦେଇପାରେ । ରାଶିଫଳର ଅଷ୍ଟମ ଘରେ ଗ୍ରହଣ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଆପଣଙ୍କର ବାଣୀ ଅନେକ ଲୋକଙ୍କୁ ବିଚଳିତ କରିପାରେ । ଯାତ୍ରା ସମୟରେ କ୍ଷତି ହୋଇପାରେ । ଆପଣଙ୍କ ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ହେବ । ଜମା ହୋଇଥିବା ପୁଞ୍ଜି ଶେଷ ହୋଇପାରେ ।

୪. ବିଛା ରାଶି

6/7
୪. ବିଛା ରାଶି

ଆପଣଙ୍କ ଜାତକର ଷଷ୍ଠ ଘରେ ସୂର୍ଯ୍ୟ ପରାଗ ହେବ । ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ । ଆପଣଙ୍କର ବିରୋଧୀମାନେ ଆପଣଙ୍କ ଉପରେ ପ୍ରାଧାନ୍ୟ ସୃଷ୍ଟି କରିବା ଚେଷ୍ଟା କରିବେ । ଦୁର୍ଘଟଣାର ଭୟ ଅଛି, ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ । ଦୀର୍ଘ ଦୂରତା ଭ୍ରମଣରେ ମଧ୍ୟ କ୍ଷତି ହୋଇପାରେ ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!

୫. ମକର ରାଶି

7/7
୫. ମକର ରାଶି

ଆପଣଙ୍କ ଜାତକର ଚତୁର୍ଥ ଘରେ ସୂର୍ଯ୍ୟ ପରାଗ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମା'ର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ବଞ୍ଚାନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଅବହେଳା ଆପଣଙ୍କ ଉପରେ ଭାରି ପଡ଼ିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।