Advertisement
photoDetails0hindi

Richest IPL Captains: ଏମାନେ ହେଉଛନ୍ତି ଆଇପିଏଲର ୫ କୋଟିପତି ଅଧିନାୟକ, ଯାହାଙ୍କ ପାଖରେ ରହିଛି 'କୁବେର' ପରି ସମ୍ପତ୍ତି

Richest IPL Captains: ଆଇପିଏଲ୍ ଦୁନିଆର ସବୁଠାରୁ ମହଙ୍ଗା କ୍ରିକେଟ୍ ଲିଗ୍ ଭାବେ ଜଣାସୁଣା । ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳି ମାନେ ବହୁତ ଟଙ୍କା ରୋଜଗାର କରିଥାଆନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପାଞ୍ଚ ଧନୀ ଅଧିନାୟକଙ୍କ ବିଷୟରେ ।

1/5

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ୍ଏସ୍ ଧୋନି (Ms dhoni) ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ସବୁଠାରୁ ଧନୀ ଅଧିନାୟକ ଅଟନ୍ତି। ତାଙ୍କ ପାଖରେ ପ୍ରାୟ ୮୬୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଆଇପିଏଲ୍, ବିଜ୍ଞାପନ ଓ ନିଜର ବ୍ୟବସାୟରୁ ଧୋନୀ ଟଙ୍କା ରୋଜଗାର କରିଥାଆନ୍ତି । ତାଙ୍କ ଅଧିନାୟକତ୍ବରେ ଚେନ୍ନାଇ ଆଇପିଏଲରେ ଚାରିଥର ଟାଇଟଲ ହାସଲ କରିଛି ।

2/5

ମୁମ୍ବାଇ ଇଣ୍ତିଆନ୍ସ ଅଧିନାୟକ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି । ରୋହିତ ଶର୍ମାଙ୍କ (Rohit Sharma) ପାଖରେ ମୋଟ ୧୪୭ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଟାଇଟଲ ହାସଲ କରିଛି। ସେ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଅଟନ୍ତି । ବିସିସିଆଇ ଚୁକ୍ତି, ଆଇପିଏଲ୍, ବିଜ୍ଞାପନ ଓ ଇନଷ୍ଟାଗ୍ରାମରୁ ରୋହିତ ଟଙ୍କା ରୋଜଗାର କରିଥାଆନ୍ତି ।

3/5

ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ପଞ୍ଜାବ କିଙ୍ଗନସ୍ ଅଧିନାୟକ ଶିଖର ଧାୱନ (Shikhar Dhawan) । ସେ ୯୬ କୋଟି ଟଙ୍କାର ମାଲିକ ଅଟନ୍ତି । ସେ ମଧ୍ଯ ବିସିସିଆଇ ଚୁକ୍ତି, ଆଇପିଏଲ୍, ବିଜ୍ଞାପନ ଓ ଇନଷ୍ଟାଗ୍ରାମରୁ ଟଙ୍କା ରୋଜଗାର କରନ୍ତି ।

4/5

ଧୂଆଁଧାର ଅଲରାଉଣ୍ଡର ତଥା ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik pandya) ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କର ନିଟ୍ ୱେର୍ଥ ୭୭ କୋଟି ଟଙ୍କା ଅଟେ । ହାର୍ଦ୍ଦିକ ବହୁ ବର୍ଷ ଧରି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଆସୁଥିଲେ । ଗତବର୍ଷ ତାଙ୍କୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଦାୟିତ୍ବ ମିଳିଥିଲା । ସେହିବର୍ଷ ତାଙ୍କ ଦଳ ପ୍ରଥମ ଥର ପାଇଁ ଟାଇଟଲ୍ ଜିତିଥିଲା। ବିସିସିଆଇ ଚୁକ୍ତି, ଆଇପିଏଲ୍ ଓ ବିଜ୍ଞାପନରୁ ହାର୍ଦ୍ଦିକ ରୋଜଗାର କରନ୍ତି ।

5/5

ଧନୀ ଅଧିନାୟକ ତାଲିକାରେ କେ.ଏଲ୍ (kl rahul) ରାହୁଲ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ ନିଟ୍ ୱେର୍ଥ ୭୫ କୋଟି ଟଙ୍କା ଅଟେ । ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲ ଗୋଟିଏ ବିଜ୍ଞାପନ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥାଆନ୍ତି । ଚଳିତ ବର୍ଷ ସୁନୀଲ ସେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କୁ ପ୍ରେମ ବିବାହ କରିଥିଲେ କେ.ଏଲ୍ ରାହୁଲ ।