Advertisement
Photo Details/zeeodisha/odisha1567439
photoDetails0hindi

Sidharth And Kiara Net worth: କିଏ ବେଶି ଧନୀ କିୟାରା ନା ସିଦ୍ଧାର୍ଥ ?

Sidharth And Kiara Net Worth: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  ସିଦ୍ଧାର୍ଥ ଓ କିୟାରା । ଫେବୃୟାରୀ ୭ ତାରିଖରେ ଜେସଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ପଡ଼ିଥିଲା ଏହି ଷ୍ଚାର କପଲଙ୍କ ହାତଗଣ୍ଠି । ଫିଲ୍ମ “ସେରଶାହା”ରେ ଉଭୟଙ୍କ ଯୋଡ଼ିକୁ ବେଶ ପସନ୍ଦ କରିଥିଲେ ଫ୍ୟାନ୍ସ । ତେବେ ଦର୍ଶକଙ୍କ ଦୃଦୟରେ ରାଜ କରୁଥିବା ଏହି କପଲ ରୋଜଗାର ମାମଲାରେ ମଧ୍ୟ ବେଶ ଆଗରେ । 

1/5

ଦୀର୍ଘ ଦିନ ଧରି ପରସ୍ପରକୁ ଡ଼େଟ୍ କରିବା ପରେ ଜୀବନସାରା ପାଇଁ ଏକାଠି ହୋଇଛନ୍ତି ଏହି ଷ୍ଟାର କପଲ । ଉଭୟ ବଲିଉଡ଼କୁ ବହୁ ହିଟ୍ ଫିଲ୍ମ ମଧ୍ଯ ଭେଟି ଦେଇଛନ୍ତି । ତେବେ ଯଦି ଉଭୟଙ୍କ ସମ୍ପତ୍ତି କଥା କହିବା ତାହାଲେ ଉଭୟ କିୟାରା ଓ ସିଦ୍ଧାର୍ଥ ପାଖାପାଖି ୧୧୦ କୋଟିର ମାଲିକ ଅଟନ୍ତି ।

2/5

ସୂଚନା ରହିଛି କି, ସିଦ୍ଧାର୍ଥ ମଲହୋତ୍ରାଙ୍କ ନେଟୱର୍ଥ ପାଖାପାଖି ୮୫ କୋଟି ଅଟେ । ଗୋଟିଏ ଫିଲ୍ମରେ ଅଭିନୟ ଲାଗି ସେ ୭ରୁ ୮ କୋଟି ଚାର୍ଜ କରିଥାଆନ୍ତି । କିୟାରାଙ୍କ ନେଟୱର୍ଥ ପାଖାପାଖି ୨୫ କୋଟି ରହିଥିବା ବେଳେ ସେ ଗୋଟିଏ ଫିଲ୍ମ ପାଇଁ ୪ରୁ ୫ କୋଟି ଚାର୍ଜ କରିଥାଆନ୍ତି । ଏତିକି ନୁହେଁ ଉଭୟ ବ୍ରାଣ୍ତ ଇଣ୍ତୋସମେଣ୍ଟ କରି ମଧ୍ୟ ବେଶ ଭଲ ରୋଜଗାର କରିଥାଆନ୍ତି ।

3/5

ସିଦ୍ଧାର୍ଥ ମଲହୋତ୍ରା କୌଣସି ବ୍ରାଣ୍ତର ବିଜ୍ଞାପନ ପାଇଁ ୨ରୁ ୪ କୋଟି ଚାର୍ଜ କରୁଥିବା ବେଳେ କିୟାରାଙ୍କ ୧ରୁ ୩ କୋଟି ଚାର୍ଜ କରିଥାଆନ୍ତି । କିୟାରା ପ୍ରାୟ ୬ଟି ବ୍ରାଣ୍ତର ବିଜ୍ଞାପନ କରୁଥିବା ବେଳେ ସିର୍ଦ୍ଧାଥଙ୍କ ପାଖରେ ମଧ୍ୟ ବିଭିନ୍ନ ବ୍ରାଣ୍ତର ବିଜ୍ଞାପନ ରହିଛି । ସୋସିଆଲ ମିଡ଼ିଆରେ ଉଭୟଙ୍କ ବେଶ ଫ୍ୟାନ୍ସ ଫଲୋୟର୍ସ ରହିଥିବା ବେଳେ ଏଥିରୁ ମଧ୍ୟ ସେମାନେ ମୋଟା ଅଙ୍କର ରୋଜଗାର କରିଥାଆନ୍ତି । 

4/5

ମୁମ୍ବାଇର ବ୍ରାନ୍ଦାରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଏକ ଆଲିସାନ ସି- ଫେସିଙ୍ଗ ଘର ଅଛି । ସିଦ୍ଧାର୍ଥଙ୍କ ଏହି ଘରକୁ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଡ଼ିଜାଇନ କରିଛନ୍ତି । ସେପଟେ କିୟାରାଙ୍କ ଲକଜରୀ ସି- ଫେସିଙ୍ଗ ଆପର୍ଟମେଣ୍ଟର ଆନୁମାନିକ ମୂଲ୍ୟ ୧୫ କୋଟି ଅଟେ ।

5/5

ଯଦି କାର କଲେକ୍ସନ କଥା କହିବା ତାହାଲେ ସିଦ୍ଧାର୍ଥଙ୍କ ପାଖରେ ୨.୨୬ କୋଟିର ଲ୍ୟାଣ୍ଡ ରୋଭର ଓ ୧.୮୬ କୋଟିର ମର୍ସିଡ଼ିଜ ମେବେକ କାର ରହିଥିବା ବେଳେ କିଆରାଙ୍କ ପାଖରେ ୧.୫୬ କୋଟିର ଅଡି A89L ସୋଡ଼ାନ ଓ ୬୦ ଲକ୍ଷର ମର୍ସିଡ଼ିଜ ବେଞ୍ଚ E22OD ସହ BMW 530D କାର ରହିଛି ।