Bollywood Couples Who will Marry Soon: କିଆରା ଓ ସିଦ୍ଧାର୍ଥଙ୍କ ପରେ ବଲିଉଡର ଆଉ କିଛି ଷ୍ଟାର କପଲ ମଧ୍ୟ ହାତକୁ ଦି ହାତ ହେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତୁ ସେହି ତାଲିକା ଉପରେ ନଜର ପକାଇବା।
ମଲାଇକା ଆରୋରା ଏବଂ ଅର୍ଜୁନ କପୁର । ଉଭୟ ପରପ୍ପରକୁ ଦିର୍ଘ ୫ ବର୍ଷ ହେବ ଡେଟ କରୁଛନ୍ତି । ସେମାନେ ମଧ୍ୟ ନିଜ ସମ୍ପର୍କକୁ ଅଫିସିଆଲ ଘୋଷଣା କରି ସାରିଛନ୍ତି। ଦୁହେଁ ମଧ୍ୟ ଏହି ରିଲେସନସିପ୍ କୁ ନେଇ ବହୁତ ସିରିୟସ ଅଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ,ଚଳିତ ବର୍ଷ ଏ ଲବବାର୍ଡଙ୍କର ବିବାହ ହେବ ।
ଜ୍ୟାକି ଭାଗ୍ନାନୀ ଏବଂ ରାକୁଲ ପ୍ରୀତ ସିଂ, କିଛି ବର୍ଷ ପୂର୍ବେ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ ଏହି ପ୍ରେମୀ ଯୁଗଳ। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା କରାଯାଉଛି ଯେ, ଉଭୟଙ୍କ ବିବାହ ମଧ୍ୟ ଚଳିତ ବର୍ଷ ହୋଇପାରେ।
ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଗର୍ଲଫ୍ରେଣ୍ଡ ହେଉଛନ୍ତି ନନ୍ଦିତା । ଦୁହେଁ ପରପ୍ପରକୁ ଦିର୍ଘ ଦିନ ଧରି ଡେଟ କରୁଛନ୍ତି। ଗତ ବର୍ଷ ଲଣ୍ଡନରେ ସେମାନଙ୍କ ବିବାହ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ତାହା ଉଡା ଖବର ଥିଲା । ଏବେ ଖବର ଆସିଛି ଯେ, ଦୁହେଁ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି।
ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ, ସେ ଗତ ବର୍ଷ ଜନ୍ମଦିନରେ ତାଙ୍କ ପ୍ରେମିକ ଅପୂର୍ବ ପାଡଗାଓଁକର (Apurva Padgaonkar ) ଙ୍କ ସହ ନିର୍ବନ୍ଧ କରାଇଥିଲେ । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅପୂର୍ବ ତାଙ୍କୁ ବହୁ ପୂର୍ବରୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଚଳିତ ବର୍ଷ ସେମାନଙ୍କର ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
କରନ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ ଦିର୍ଘ ବର୍ଷ ହେବ ପରପ୍ପରକୁ ଡେଟ କରୁଛନ୍ତି । ଏବଂ ସେମାନେ ନିଜ ସମ୍ପର୍କକୁ ନେଇ ଖୁବ୍ ସିରିୟସ୍ । ପ୍ରକାଶ ଯେ, ବର୍ତ୍ତମାନ ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ବର୍ଷ ଦୁହେଁ ହାତକୁ ଦି ହାତ ହେବେ ବୋଲି ଚର୍ଚ୍ଚା ହେଉଛି ।
ट्रेन्डिंग फोटोज़