Advertisement
photoDetails0hindi

Harmful Side Effects Of Lipstick: ପ୍ରତିଦିନ ଲିପଷ୍ଟିକ୍ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ସବୁ ଗୁରୁତର ରୋଗ!

Harmful Side Effects Of Lipstick: ଲିପଷ୍ଟିକ୍ ପାଇଁ ପ୍ରତ୍ୟେକ ଯୁବତୀଙ୍କର ଦୁର୍ବଳତା ରହିଛି । ଏମିତିକି ଲିପଷ୍ଟିକ୍କୁ ମହିଳାଙ୍କର ପ୍ରକୃତ ବନ୍ଧୁ ବୋଲି କୁହାଯାଇଛି । ଲିପଷ୍ଟିକ୍ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ସୁନ୍ଦରତା ବଢାଇବା ପାଇଁ ଲଗାଯାଉଥିବା ଏହି ଲିପଷ୍ଟିକ୍ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

1/5

ସାଧାରଣତଃ ମହିଳାମାନେ ବାହାରକୁ ଯିବା ପୂର୍ବରୁ ଲିପଷ୍ଟିକ୍(Lipstick) ଲଗାଇଥାଆନ୍ତି । କିନ୍ତୁ ଏହି ଲିପଷ୍ଟିକ୍ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ବିସମୁଥ ଅକ୍ସିବ୍ଲୋରାଇଡ଼ ନାମକ ଏକ ରାସାୟନିକ ପଦାର୍ଥ ଲିପଷ୍ଟିକର ସଂରକ୍ଷଣକାରୀ ଭାବେ କାମ କରିଥାଏ । ଏହି କାରଣରୁ ଲିପଷ୍ଟିକ୍ ଲଗାଇଲେ କର୍କଟ( Cancer) ରୋଗ ହେବାର ସମ୍ଭବନା ରହିଥାଏ ।

2/5

ଲିପଷ୍ଟିକ୍ ତିଆରି ସମୟରେ ବିଷାକ୍ତ ଉପାଦାନର ବ୍ୟବହୃତ ହୋଇଥାଏ । ଏହି କାରଣରୁ, ଓଠ ଚାରିପାଖରେ କୁଞ୍ଚନ ହେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ଯ ସୃଷ୍ଟି ହୋଇଥାଏ ।

3/5

ଅଧିକାଂଶ ଲିପଷ୍ଟିକରେ ଲିଡ୍ ମିଳିଥାଏ । ଏହା ଶରୀରରେ ଉଚ୍ଚ ରକ୍ତଚାପ(High Blood Pressure) ଓ ହୃଦୟ(Heart Problems) ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ।

4/5

ଲିପଷ୍ଟିକରେ କାର୍ସିନୋଜେନିକ୍(Carcinogenic) ନାମକ ପଦାର୍ଥ ଥାଏ, ଯାହା କର୍କଟ( Cancer) ରୋଗ ହେବାର ସମ୍ଭାବନାକୁ ବଢାଇଥାଏ ।

5/5

ଦୀର୍ଘ ସମୟ ଧରି ଲିପଷ୍ଟିକକୁ ଓଠରେ ଲାଗି ରହିବା ପାଇଁ ଏଥିରେ ଅନେକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ । ଯାହା କାଶ, ଆଖିରେ ଜଳିବା ପରି ବିଭିନ୍ନ ପ୍ରକାରର ଆଲର୍ଜି (allergic) ସୃଷ୍ଟି କରିପାରେ । ଲିପଷ୍ଟିକ୍ ରେ କ୍ୟାଡମିୟମ୍(Cadmium) ବ୍ୟବହୃତ ହୋଇଥାଏ । ପ୍ରତିଦିନ ଲିପଷ୍ଟିକ୍ ଲଗାଇବା ଦ୍ୱାରା କିଡନୀ ଫେଲ(kidney failure) ହେବାର ସମ୍ଭାବନା ବଢିଥାଏ ।