Advertisement
Photo Details/zeeodisha/odisha1671028
photoDetails0hindi

Shirdi sai Baba Temple: ମେ’ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡ଼ି ସାଇ ମନ୍ଦିର, ପଛରେ ରହିଛି ଏହି କାରଣ

Shirdi sai Baba Temple: ଶିରିଡ଼ି ସାଇ ବାବାଙ୍କୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ଲାଗି ଖରାପ ଖବର । ମେ’ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବାବାଙ୍କ ମନ୍ଦିର । ଏହି ଖବର ସାମ୍ନାକୁ ଆସିବା ପରେ ବାବାଙ୍କ ଦର୍ଶନ ପାଇବାକୁ ଚାହୁଁଥିବା ଭକ୍ତମାନକୁ ଏକ ବଡ଼ ଧକ୍କା ମିଳିଛି।

1/5

ଅହମ୍ମଦନଗର ମନମାଡ଼ ଜାତୀୟ ରାଜମାର୍ଗର ଶିରିଡ଼ିରେ ରହିଛି ପ୍ରସିଦ୍ଧ ସାଇ ମନ୍ଦିର। ଦେଶ ତଥା ଦେଶ ବାହାରୁ ବହୁ ଶ୍ରଦ୍ଧାଳୁ ସାଇ ବାବାଙ୍କ ଦର୍ଶନ ଲାଗି ଏଠାକୁ ଆସିଥାଆନ୍ତି ।

2/5

ବାସ୍ତବରେ ମହାରାଷ୍ଟ୍ର ଶିରିଡ଼ି ସାଇ ବାବାଙ୍କ ମନ୍ଦିରରେ ସିଆଇଏସଏଫ ନିୟୋଜନକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି।

3/5

ଦେଶରେ ସିଆଇଏସଏଫ ସବୁ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ସହ ଏୟାର ପୋର୍ଟରେ ସୁରକ୍ଷା ନିମନ୍ତେ ମୁତୟନ ଅଛନ୍ତି । ତେବେ ଇତି ମଧ୍ୟରେ ସରକାର ଶିରିଡ଼ି ସାଇଙ୍କ ମନ୍ଦିର ସୁରକ୍ଷା ନିମନ୍ତେ ପ୍ରଥମ କରି ସିଆଇଏସଏଫ ମୁତୟନ ଲାଗି ନିଷ୍ପତ୍ତି ନେଇଛନ୍ତି ।

4/5

ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ଏଥିଲାଗି ମନ୍ଦିରକୁ ଆସନ୍ତା ମେ’ ୧ ତାରିଖ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।

5/5

ଶିରିଡି଼ ସାଇ ମନ୍ଦିର ଖାଲି ଦେଶ ନୁହେଁ ଦେଶ ବାହାରେ ମଧ୍ଯ ବେଶ ପ୍ରସିଦ୍ଧ । ଏହି ମନ୍ଦିର ଦାନ ପାଇଁ ମଧ୍ଯ ବହୁ ସମୟରେ ଚର୍ଚ୍ଚାରେ ରହିଥାଏ । ସାଇ ବାବାଙ୍କ ଦର୍ଶନ ଲାଗି ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସିଥାଆନ୍ତି ।